ମୁମ୍ବାଇରେ ୪ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ: ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଆହୁରି ଅନେକ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି।

ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଗତକାଲି ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।  ଆଜି ସକାଳୁ ସକାଳୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି।  କୋଠାଟି ଶହେ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଯୋଗୁ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

ଘଟଣାସ୍ଥଳରେ ପୁଲିସ୍‌, ଅଗ୍ନିଶମ ବାହିନୀ ଓ ଏନଡିଆର୍‌ଏଫ୍ ଟିମ୍‌ ମୁତୟନ ଅଛନ୍ତି। ଉଦ୍ଧାରକାରୀ ଦଳ କିଛି ଲୋକଙ୍କୁ ମଧ୍ୟ ଜୀବନ୍ତ ଉଦ୍ଧାର କରିଛନ୍ତି। ତେବେ ଜନଗହଳିପୂର୍ଣ୍ଣ ଓ ଗଳି ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

You might also like