ଦେଶରେ ସଂଗୀନ ହେଉଛି କରୋନା ସ୍ଥିତି: ଗୋଟିଏ ଦିନରେ ଗଲା ୧୩୭ ଜୀବନ

ନୂଆଦିଲ୍ଲୀ: ଦେଶରେ ସଂଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ ସ୍ଥିତି। ଆଜି ଗୋଟିଏ ଦିନରେ ୧୩୭ ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୩ ହଜାର ୭ ଶହ ଟପିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬ ହଜାର ୬୫୪ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ଆଜି ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୧୫ଶହ ଟପିଛି। ସୁସ୍ଥ ହୋଇଛନ୍ତି ୧୨ ହଜାର ୫୮୩ ଜଣ।

ସେହିପରି ଗୁଜରାଟରେ ୮୦୨ ଜଣଙ୍କ ଜୀବନ ଯାଇଥିବାବେଳେ ୬ ହଜାର ୫୮୬ଟି ଆକ୍ଟିଭ୍ କେସ୍ ରହିଛି। ସେହିଭଳି ୫ ହଜାର ୮ଶହରୁ ଅଧିକ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୨୫ ହଜାର ୧୦୧ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୫୧ ହଜାର ୭୮୪ ଜଣ। ସେହିଭଳି ମୃତ୍ୟୁ ସଂଖ୍ୟା ୩୭୦ ରହିଛି।

 

You might also like