ଗତ ୨୪ ଘଣ୍ଟାରେ ପୁଣି ୧ ଲକ୍ଷ ୩୨ ହଜାର ୭୮୮ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛ ସଂକ୍ରମଣ, ତା ସହ କମୁଛି ମୃତ୍ୟୁ ସଂଖ୍ୟା । ଆଉ ଅନ୍ୟପଟେ ବଢ଼ୁଛି ସୁସ୍ଥତା ହାର । ଗତ ୨୪ ଘଣ୍ଟାରେ ପୁଣି ୧ ଲକ୍ଷ ୩୨ ହଜାର ୭୮୮ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୨୦୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି । ଏହାରି ମଧ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨କୁ ବୃଦ୍ଧି ପାଇଛି ।

ସେହିଭଳି ୧୭ ଲକ୍ଷ ୯୩ ହଜାର ୬୪୫ ଆକ୍ଟିଭ କେସ୍ ରହିଥିବା ବେଳେ ସୁସ୍ଥ ହେଲେଣି ୨ କୋଟି ୬୧ ଲକ୍ଷ ୭୯ ହଜାର ୮୫ । ଏପର୍ଯ୍ୟନ୍ତ ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଡୋଜ୍ ଟିକାକରଣ ହୋଇସାରିଲାଣି ।

ଅନ୍ୟପଟେ ଓଡ଼ିଶାରେ ସଂକ୍ରମଣ ଥମିବାର ନା ଧରୁନି । ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସୁଥିଲେ ହେଁ ଗତକିଛି ଦିନ ଧରି ୮ ହଜାର ଉପରେ ରହିଆସୁଛି ଏହି ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୩୯୯ କରୋନା ସଂକ୍ରମିତ । ଏମାନଙ୍କ ମଧ୍ୟରୁ ୪୭୪୧ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୬୫୮ ଲୋକାଲ କଣ୍ଟାକ୍ସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ଗତକାଲି ୧୧,୦୯୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇଲେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା  ୭,୮୨,୧୩୧ ଛୁଇଁଛି । ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଦେଖିଲେ, ଆଜି ବି ଖୋର୍ଦ୍ଧା ତାଲିକାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ୧୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪୬୮, ବାଲେଶ୍ୱରରୁ ୨୪୦, ବରଗଡରୁ ୧୮୯, ଭଦ୍ରକରୁ ୧୪୭, ବଲାଙ୍ଗିରରୁ ୧୧୬, ବୌଦ୍ଧରୁ ୧୬୬, କଟକରୁ ୭୬୬, ଦେବଗଡରୁ ୮୧, ଢେଙ୍କାନାଳରୁ ୪୫୧, ଗଜପତିରୁ ୮୦, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୨୬୯, ଯାଜପୁରୁରୁ ୫୧୪, ଝାରସୁଗୁଡାରୁ ୫୩, କଳାହାଣ୍ଡିରୁ ୧୯୦, କନ୍ଧମାଳରୁ ୯୫, କେନ୍ଦ୍ରାପଡାରୁ ୨୧୦, କେନ୍ଦୁଝରରୁ ୧୮୬ ଏକ କୋରାପୁଟରୁ ୧୭୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିଭଳି ମାଲକାନଗିରିରୁ ୧୨୮, ମୟୂରଭଞ୍ଜରୁ ୪୮୫, ନବରଙ୍ଗପୁରରୁ ୨୦୦, ନୟାଗଡରୁ ୨୨୩, ନୂଆପଡାରୁ ୩୪, ପୁରୀରୁ ୪୭୫, ରାୟଗଡାରୁ ୨୯୨, ସମ୍ବଲପୁରରୁ ୧୯୧, ସୋନପୁରରୁ ୧୪୩, ସୁନ୍ଦରଗଡରୁ ୪୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି ୧୮୫।

You might also like