୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଲକ୍ଷ୍ନୌ: ଦିଲ୍ଲୀ ପରେ ପୁଣି ଏକ ଅତ୍ୟାଚାରର ଛାତିଥରା ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ। ଏଠାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ଏକ ଆଖୁ କିଆରିରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏନେଇ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାରେ ନାବାଳିକାର ଗାଁରୁ ଦୁଇଜଣଙ୍କୁ ଗିରଫ କରାଯାଇଛି।

ମୃତ ନାବାଳିକାର ଗଳା ଓଢ଼ଣୀରେ ଭିଡ଼ାଯିବା ସହିତ ଆଖି ଖୋଳି ନିଆଯାଇଛି। ଏହାସହ ଝିଅଟିର ଝିଭ ମଧ୍ୟ କଟାଯାଇଥିବା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରୁ ୩୦ କିମି ଦୂର ନେପାଳ ବର୍ଡର ପାଖାପାଖି ଏକ ଗାଁରେ ଘଟିଛି ଏଭଳି ଛାତିଥରା ଘଟଣା। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କ ଜମିରୁ ହିଁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି।

ୟୁପି ପୁଲିସ ସୂଚନା ଅନୁସାରେ, ରବିବାର ରାତିରେ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଝିଅର ଝିଭ କାଟିବା କିମ୍ବା ଆଖି ଖୋଳି ନେବା ଭଳି ଘଟଣା ଉଲ୍ଲେଖ ନାହିଁ। ତେବେ ଦୁଷ୍କର୍ମ ପରେ ଝିଅର ଗଳା କଟାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ବୋଲି ପୁଲିସ କହିଛି।

ଝିଅଟି ଦୁଷ୍କର୍ମର ଶିକାର ହୋଇଥିବା ପୋଷ୍ଟମର୍ଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି।  ଏହି ଘଟଣାରେ ଦୁଷ୍କର୍ମ ମାମଲା ସହିତ ହତ୍ୟା ଓ ନ୍ୟାସନାଲ୍‌ ସିକ୍ୟୁରିଟି ଆକ୍ଟ ଆଧାରରରେ ମାମଲା ରୁଜୁ ହେବ ବୋଲି ଜିଲ୍ଲା ପୁଲିସ ମୁଖ୍ୟ କହିଛନ୍ତି।

ନାବାଳିକାଙ୍କ ବାପାଙ୍କର ବୟାନ ଅନୁସାରେ, ଶୁକ୍ରବାର ଅପରାହ୍ନରୁ ଝିଅର ପତ୍ତା ମିଳୁନଥିଲା। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ଏକ ଆଖୁ କିଆରିରେ ଝିଅଟିର ମୃତଦେହ ମିଳିଥିଲା। ଏହି ସମୟରେ ଦେଖିବାକୁ ମିଳିଥିଲା ଝିଅର ଆଖି ଖୋଳି ନିଆଯିବା ସହିତ ତା’ର ଝିଭକୁ ମଧ୍ୟ କାଟି ଦିଆଯାଇଥିଲା। ଏପରିକି ଏକ ଓଢ଼ଣୀରେ ତା’ ବେକକୁ ଭିଡ଼ି ଦିଆଯାଇଥିଲା ବୋଲି ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ତୀବ୍ର ନିନ୍ଦା କରିଛନ୍ତି। ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ କହିବା ସହିତ ଯୋଗୀ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ମାୟାବତୀ।

ସୂଚନା ଥାଉକି, ଗତ ସପ୍ତାହରେ ଦଲ୍ଲୀରୁ ୧୦୦ କି.ମି. ଦୂର ପଶ୍ଚିମ ଉତ୍ତର ପ୍ରଦେଶର ହାପୁରରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା। ଜଣେ ୫ ବର୍ଷର ନାବାଳିକାକୁ ଦୁର୍ବୃତ୍ତମାନେ ଅପହରଣ କରି ଦୁଷ୍କର୍ମ କରିଥିଲେ। ଏବେ ନାବାଳିକା ଜଣକ ହସ୍ପିଟାଲ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like