କୁହୁଡ଼ି ଯୋଗୁ ଦେଖାନଯିବାରୁ ଦୁଇ ଗାଡ଼ିକୁ ପିଟିଲା ଟ୍ରକ୍‌; ଚାଲିଗଲା ୧୩ ଜୀବନ, ୧୮ ଆହତ

କୋଲକାତା: ପଶ୍ଚିମବଙ୍ଗରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୧୩ ଜଣଙ୍କର ଜୀବନ ଯାଇଛି। କୁହୁଡ଼ି କାରଣରୁ ଭିଜିବିଲିଟି କମିଯିବାରୁ ମଙ୍ଗଳବାର ରାତିରେ ଜଲପାଇଗୁଡ଼ି ଜିଲ୍ଲା ଧୁପଗିଡ଼ିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଜଲପାଇଗୁଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ୬ ଜଣ ମହିଳା, ଏବଂ ୪ ଜଣ ଛୋଟ ପିଲାଙ୍କ ରହିଛନ୍ତି।

ଜଲପାଇଗୁଡ଼ି ଏଏସ୍‌ପି ଡା. ସୁମନ୍ତ ରୟଙ୍କ ସୂଚନା ଅନୁଯାୟୀ, ମଙ୍ଗଳାବାର ରାତି ପ୍ରାୟ ୯ଟା ୫ ସମୟରେ ବୋଲ୍ଡର ଲୋଡ ହୋଇଥିବା ଏକ ଟ୍ରକ୍‌ ମାୟାନାଳୀ ଦେଇ ମୟାନଗୁଡ଼ିକୁ ଯାଉଥିଲା। ଅନ୍ୟପଟେ ଏକ ମାରୁତି ଭ୍ୟାନ ଓ ଟାଟା ମ୍ୟାଜିକ୍ ଭୁଲ ରାସ୍ତାରେ ଆସୁଥିଲେ। କୁହୁଡ଼ି କାରଣରୁ ଟ୍ରକ୍‌ଟି ପ୍ରଥମେ ଟାଟା ମ୍ୟାଜିକ୍ ସହିତ ଧକ୍କା ହେବା ପରେ ମାରୁତି ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ ସହିତ ଚାଲୁଥିବା ଗାଡ଼ିଗୁଡ଼ିକ ଉପରେ ବୋଲ୍‌ଡରଗୁଡ଼ିକ ପଡ଼ିଯାଇଥିଲା। ଏହି ଘଟଣାରେ ୧୩ ଲୋକଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୮ ଲୋକ ଆହତ ହୋଇଛନ୍ତି। ତୁରନ୍ତ ସମସ୍ତଙ୍କୁ ଜଲ୍‌ପାଇଗୁଡ଼ି ହସ୍‌ପିଟାଲେ ଭର୍ତ୍ତି କରାଯାଇଥିଲା ଓ ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସେଠାରୁ ସ୍ଥାନାରନ୍ତର କରାଯାଇଥିଲା।

ଅନ୍ୟପଟେ ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା କଥା ହେଲା ବୋଲ୍ଡର ବୋଝେଇ ଟ୍ରକ୍‌ଟି ଅନ୍ୟ ଏକ ଟ୍ରକ୍‌କୁ ଓଭର୍‌ଟେକ୍ କରୁଥିଲା। ଏହି ସମୟରେ ଭୁଲ୍ ରାସ୍ତା ଦେଇ ଆସୁଥିବା ଗାଡ଼ିଗୁଡ଼ିକ ସହିତ ଟ୍ରକ୍‌ର ଧକ୍କା ହୋଇଥିଲା। ଏହି ଘଟଣାରେ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି ଜଲ୍‌ପାଇଗୁଡ଼ି ପୋଲିସ।

 

You might also like