ବିଶ୍ୱ ସୁନ୍ଦରୀ ହେଲେ ମେକ୍ସିକୋର ଭେନେସା ପୋନ୍‌ସେ

ସାନ୍ୟା: ମେକ୍ସିକୋ ସୁନ୍ଦରୀ ଭେନେସା ପୋନ୍‌ସେ ୨୦୧୮ ବିଶ୍ୱ ସୁନ୍ଦରୀ ହୋଇଛନ୍ତି। ଚୀନ୍‌ର ସାନ୍ୟାଠାରେ ଚାଲିଥିବା ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭେନେସା ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି।

ଗତବର୍ଷ ମିସ୍‌ ୱାର୍ଲଡ ହୋଇଥିବା ଭାରତର ମାନୁଷୀ ଛିଲର ଭେନେସାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ସେହିପରି ଥାଇଲ୍ୟାଣ୍ଡର ନିକୋଲେନ୍‌ ପିଶାପା ପ୍ରଥମ ରନର୍ସଅପ୍‌ ହୋଇଛନ୍ତି।

ଭାରତରୁ ତାମିଲନାଡୁର ଅନୁକୃତି ବାସ୍‌ ଚଳିତ ବର୍ଷ ମିସ୍‌ ୱାର୍ଲଡ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସେ ଟପ୍‌ ୩୦ରେ ରହିଥିଲେ ହେଁ ଚୂଡ଼ାନ୍ତ ୧୨ ଜଣିଆ ତାଲିକାର ବାଦ ପଡ଼ିଥିଲେ।

You might also like