ଗୋଟିଏ ଥାନାରେ ୧୨ ପୋଲିସ କରୋନା ଆକ୍ରାନ୍ତ

ମୁମ୍ୱାଇ: ମୁମ୍ବାଇରେ ଗତକାଲି ଜେଜେ ମାର୍ଗ ପୋଲିସ ଷ୍ଟେସନରେ ୧୨ ଜଣ ପୋଲିସ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୬ଜଣ ସବ୍-ଇନ୍ସପେକ୍ଟର ଥିବା ଜଣାପଡିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ୧୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମଧ୍ୟରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇନଥିଲା।

ବରିଷ୍ଠ ଅଧିକାରୀ କହିଛନ୍ତି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସମସ୍ତ ପୋଲିସ କର୍ମଚାରୀଙ୍କୁ ଜେଜେ ମାର୍ଗ ପୋଲିସ ଷ୍ଟେସନ ନିକଟରେ ଥିବା ସରକାରୀ ଜେ.ଜେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଥାଉ କି,  ମହାରାଷ୍ଟ୍ରରେ କରୋନାରେ ସଂକ୍ରମିତ ହୋଇ ୪ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୧ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୫ଜଣଙ୍କର ମୃତ୍ୟୁ ଘଟିଛି। କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୪୫୪୧କୁ ବୃଦ୍ଧି ପାଇଛି।

 

 

 

You might also like