ପରିବାରର ୧୨ ସଦସ୍ୟ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ କରୋନା କୋହ୍ଲାପୁର: ମହାରାଷ୍ଟ୍ରରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ କରୋନା ପଜେଟିଭ ଥିବା ଜଣାଯାଇଛି । ସାଙ୍ଗଲି ଜିଲ୍ଲାର ଇସସ୍ଲାମପୁର ଗାଁରେ ରହୁଥିବା ଏହି ପରିବାରର ୪ ଜଣ ସଦସ୍ୟଙ୍କର ସ୍‌:ାବ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୨୩ରେ ସେମାନଙ୍କର ପଜିଟିଭ ଆସିଥିଲା । ସେମାନଙ୍କୁ ଆଇସୋଲେସନ :ାର୍ଡରେ ଭର୍ତ୍ତି କରାଯାଇଛି । ଏହି ୪ ଜଣ ଦେଶ ବାହାରକୁ ଯାଇଥିଲେ ଏବଂ ସାଉଦି ଆରବ ଦେଇ ଆସିଥିଲେ ।
୨୫ ମାର୍ଚ୍ଚରେ ପରିବାରର ଆଉ ୫ ଜଣ ସଦସ୍ୟଙ୍କ ନମୁନା ପଜିଟିଭ ଆସିଲା । ଗୁରୁବାର ଅନ୍ୟ ତିନି ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏହି ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ ଇସସ୍ଲାମପୁର ଗ୍ରାମର ହୋଇଥିବାବେଳେ ଅନ୍ୟ ଜଣେ କୋହ୍ଲାପୁର ଜିଲ୍ଲା ପେଠ:ାଡ ଗ୍ରାମର ନିବାସୀ । ଏହି ବ୍ୟକ୍ତି ଜଣକ ହଜରୁ ଫେରି ତାଙ୍କର ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଯାଇଥିଲେ ।
ସାଙ୍ଗଲି ଜିଲ୍ଲାର କଲେକ୍ଟର ଅଭିଜିତ୍ ଚୌଧୁରଙ୍କ କହିବା ଅନୁଯାୟୀ, ତିନିଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନେ ସମସ୍ତେ ସମ୍ପର୍କୀୟ । ସେମାନଙ୍କ ନମୁନା ପୁଣେ ଏନଆଇବିକୁ ପରୀକ୍ଷା ପାଇଁ ପଠାଯାଇଛି । ଏଥିସହିତ ଏହି ପରିବାରର ଅନ୍ୟ ୨୩ ଜଣଙ୍କ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି । ସମସ୍ତଙ୍କୁ ହୋମ କ୍‌:ାରେଣ୍ଟାଇନ୍‌ରେ ରଖାଯାଇଛି ।

You might also like