୫୦୦ ମିଟର ତଳକୁ ଖସିଲା ବସ୍; ୧୨ ମୃତ, ଅନେକ ଆହତ

କାଠମାଣ୍ଡୁ: ନେପାଳରେ ପୁଣି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ରବିବାର ସିନ୍ଧୁପାଲଚୌକ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ୮.୩୦ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।

ପୁଲିସ ସୂଚନା ଅନୁସାରେ, ବସ୍‌ଟି ସିନ୍ଧୁପାଲଚୌକ ଜିଲ୍ଲାର ସୁଁଖୋଶୀ ରୁରାଲ ମୁନିସିପାଲ୍‌ଟି-୭ ଅଧୀନରେ ଥିବା ଢୋଲକା ଖଡିଚୁର-ଜିରି ରାସ୍ତା ଦେଇ ଯାଉଥିଲା। ବସ୍‌ରେ ବସିଥିବା ଯାତ୍ରୀମାନେ କାଳିଚୌକ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। କାଳିଚୌକରୁ ଭକ୍ତପୁର ଯିବା ରାସ୍ତାରେ ବସ୍ ଡ୍ରାଇଭର୍‌ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ୫୦୦ ମିଟର ତଳକୁ ଖସିପଡ଼ିଥିଲା। ଫଳରେ୧୨ ଜଣଙ୍କ ଜୀବନ ଚାଲିଯାଇଛି।

ନିକଟରେ ମଧ୍ୟ ନେପାଳର ନରପାନ ଗାଁରେ ଏମିତି ଏକ ବସ୍‌ ଦୁର୍ଘଟଣା ହୋଇଥିଲା ଏଥିରେ ୧୮ ଜଣଣଙ୍କର ମୃତ୍ୟୁ ହୋଇଥିଲା।

 

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

You might also like