୧୧୧ ବର୍ଷରେ ଭୋଟ ଦେଲେ ବଚ୍ଚନ

ନୂଆଦିଲ୍ଲୀ:ଆଜି ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ। ରାଜଧାନୀ ଦିଲ୍ଲୀର ସମସ୍ତ ଆସନରେ ହେଉଛି ଭୋଟ ଗ୍ରହଣ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ସବୁଠାରୁ ବୟସ୍କ ନାଗରିକ ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ତାଙ୍କ ନାମ ବଚ୍ଚନ ସିଂ । ୧୧୧ ବର୍ଷ ବୟସ୍କ ବଚ୍ଚନ ଆଜି ତାଙ୍କ ଭୋଟ ଦେଇ ଖୁବ୍‌ ଖୁସି ଅନୁଭବ କରିଥିବା ତାଙ୍କ ମୁହଁରୁ ଜଣାପଡ଼ୁଥିଲା।

ପଶ୍ଚିମ ଦିଲ୍ଲୀର ତିଲକ ନଗରସ୍ଥିତ ସନ୍ତ ଗର ମତଦାନ କେନ୍ଦ୍ରକୁ ସେ ତାଙ୍କ ସମ୍ପର୍କୀୟଙ୍କ ସହ ଭୋଟ ଦେବାକୁ ଆସିଥିଲେ। ଏକ ହୁଇଲ ଚେୟାରରେ ଆସି ଭୋଟ ଦେଇଥିଲେ। କେହି କେହି ତାଙ୍କୁ ଖୁସିରେ ଫୁଲତୋଡା ଦେବାବେଳେ ସେ ତାଙ୍କର ଶୁଭକାମନା ମନାସୁଥିଲେ । ନିର୍ବାଚନ କମିଶନ ଅଧିକାରୀଙ୍କ କହିବା ଅନୁଯାୟୀ ବଚ୍ଚନ ସିଂ ହେଉଛନ୍ତି ଦିଲ୍ଲୀର ସବୁଠାରୁ ବୟସ୍କ ଭୋଟର।

You might also like