ବିବାହ ଭୋଜିରୁ ବ୍ୟାପିଲା କରୋନା, ବାହାଘର ପରଦିନ ବର ମୃତ, ଏବେ ୧୧୧ ସଂକ୍ରମିତ

ପାଟନା: ବିହାରରେ ଏକ ବିବାହ ସମାରୋହ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାକୁ ଆହୁରି ବଢାଇ ଦେଇଛି। ଏହି  ବିବାହ ଉତ୍ସବରେ ଯୋଗ ଦେଇଥିବା ଅଧିକାଂଶ ଲୋକ ସଂକ୍ରମିତ ହୋଇଥିବା ଦେଖା ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିବାହ ସମାରୋହରେ ଯୋଗ ଦେଇଥିବା ୩୬୯ ଜଣଙ୍କର ଅନୁସନ୍ଧାନ କରାଯାଇଛି। ସେଥିମଧ୍ୟରୁ ୧୧୧  କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି।

ପାଟନାର ପାଲିଗଂଜଠାରେ ଅନୁଷ୍ଠିତ ଏହି ବିବାହର ଠିକ ପରଦିନ ବରର ମୃତ୍ୟୁ ହୋଇଥିଲା |ପରେ ପରୀକ୍ଷାରୁ ଜଣାପଡ଼ିଥିଲା, ଏହି ଘଟଣା ଗୋଷ୍ଠୀ ସଂକ୍ରମଣର ରୂପ ନେଉଛି |

ଜିଲ୍ଲା ପ୍ରଶାସନର କହିବା ଅନୁଯାୟୀ,  ଏହି ବିବାହ ୧୫ ଜୁନ୍‌ରେ ହୋଇଥିଲା । ବିବାହରର ଠିକ୍‌ ପରଦିନ ବରର ମୃତ୍ୟୁ ହୋଇଥିଲା। ବିବାହ ଉତ୍ସବରେ ଯୋଗ ଦେଇଥିବା କିଛି ଲୋକ କରୋନା ଲକ୍ଷଣ ବିଷୟରେ ଅଭିଯୋଗ କରିଥିଲେ। ଏହ ପରେ ବିବାହ ଉତ୍ସବରେ ସାମିଲ ହୋଇଥିବା ବରଯାତ୍ରୀଙ୍କ ନମୁନା ନିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୯ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏହା ପରେ ଆଉ କିଛି ଲୋକଙ୍କ ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା | ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ୩୬୯ ଜଣଙ୍କ ନମୁନା ନିଆଯାଇଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ବିବାହ ପୂର୍ବରୁ ବର ବିହାରରୁ ଦିଲ୍ଲୀ ଆସିଥିଲେ। ବିହାରରେ ପହଞ୍ଚିବା ପରେ ସେ ମଧ୍ୟ କିଛି ଦିନ ଅଲଗା ରହିଥିଲେ। ତେବେ ବିବାହ ପୂର୍ବରୁ କରୋନାର କିଛି ଲକ୍ଷଣ ଦେଖାଯିବା ଆରମ୍ଭ କରିଥିଲା। ବିବାହର ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ତିମ ସଂସ୍କାରରେ ଯୋଗଦେଉଥିବା ସ୍ଥାନୀୟ ଦୋକାନୀ, ପନିପରିବା ବିକ୍ରେତା ଏବଂ ମିଠା ଦୋକାନୀଙ୍କ  ରିପୋର୍ଟ ମଧ୍ୟ ପଜିଟିଭ ଆସିଛି  ଯାହା ପରେ ପ୍ରଶାସନର ଚିନ୍ତା ବଢାଇ ଦେଇଛି।

ଆହୁରି ପଢ଼ନ୍ତୁ

ମୃତ୍ୟୁ ପରେ ଚର୍ଚ୍ଚାରେ ବାଳକ

ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେଲେ ହାର୍ଦ୍ଦିକ

ଏବେ ପ୍ରତି ଶନିବାର ଓ ରବିବାର ଅଫିସ୍, ଦୋକାନ ବନ୍ଦ

ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଲେ ଟ୍ରମ୍ପ

ପୁଣି ଜଣେ ବଲିଉଡ୍‌ ଅଭିନେତାଙ୍କ ପରଲୋକ

ବଚ୍ଚନ ପରିବାରରେ ୪ ଜଣଙ୍କୁ କରୋନା: ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି ପଜିଟିଭ୍ ଚିହ୍ନଟ‌

ସରଗରମ ରାଜସ୍ଥାନ ରାଜନୀତି: ୧୨ ଅନୁଗାମୀ ବିଧାୟକଙ୍କ ସହ ଦିଲ୍ଲୀରେ ସଚିନ ପାଇଲଟ୍

ବାଘ ଗଣନାରେ ଗିନିଜ୍‌ ୱାର୍ଲଡ୍‌ ରେକର୍ଡସ୍‌ କଲା ଭାରତ

ବନ୍ୟାରେ ଉବୁଟୁବୁ ଆସାମ: ଗଲାଣି ୪୨ ଜୀବନ

ଅମିତାଭଙ୍କ ପରେ ଏହି ବଲିଉଡ୍‌ ଷ୍ଟାର୍‌ଙ୍କ ଘରକୁ ପଶିଲା କରୋନା

ଅମିତାଭଙ୍କ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି: ବାହାରେ ଲାଗିଲା ନୋଟିସ୍

ଦିନକରେ କରୋନା ନେଲା ୫୫୧ ଜୀବନ: ୨୮,୬୩୭ ଆକ୍ରାନ୍ତ

You might also like