ବିଶ୍ୱାସ : ମନ୍ଦିର ଖୋଳାଯାଉଥିବା ସ୍ଥାନରେ ଢଳାଗଲା ୧୧ ହଜାର ଲିଟର କ୍ଷୀର

ରାଜସ୍ଥାନ: ଭଗବାନଙ୍କ ଉପରେ ପ୍ରତିଟି ମଣିଷ ବିଶ୍ୱାସ କରେ। କାହିଁକି ନା କୌଣସି ବିପଦ ହେଉ କିମ୍ବା କେଉଁ ଆଡେ ଯାତ୍ରା କରୁ ଭଗବାନଙ୍କୁ ଆମେ ପ୍ରତିଟି ମୁହୂର୍ତ୍ତରେ ସ୍ମରଣ କରୁ। ତେବେ ରାଜସ୍ଥାନରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି। ମିଳିଥିବା ସୂଚନା ଅନୁସାରେ, ରାଜସ୍ଥାନର ଝଲୱାର୍ ଜିଲ୍ଲା ରତଲାଇ ଅଞ୍ଚଳରେ ନାରାୟଣ ଦେବଙ୍କ ମନ୍ଦିର ପାଇଁ ନିଅଁ ଖୋଳାଯାଇଛି। ତେବେ ମନ୍ଦିର ହେବା ପୂର୍ବରୁ ଖୋଳାଯାଉଥିବା ସ୍ଥାନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ମନ୍ଦିର ଖୋଳାଯାଇଥିବା ସ୍ଥାନରେ ସ୍ଥାନୀୟ ଲୋକେ ପାଖାପାଖି ୧୧ ହଜାର ଲିଟର ଦୁଗ୍ଧ ସହ ବସାଦହି ଓ ଦେଶୀ ଘିଅ ଢାଳିଛନ୍ତି। l ତେବେ  ମନ୍ଦିର ନିର୍ମାଣ କମିଟିର ମୁଖପାତ୍ର ରାମଲାଲ୍‌ ଗୁଜ୍ଜର କହିଛନ୍ତି, ପ୍ରତ୍ୟକ୍ଷ ଦେବତା ପ୍ରଭୁ ଦେବନାରାୟଣ। ତେବେ ମନ୍ଦିର ଖୋଳାଯାଇଥିବା ସ୍ଥାନରେ ଭଜନ ଓ କୀର୍ତ୍ତନ ପ୍ରତ୍ୟେକ ଦିନ ହୋଇଥାଏ। ତେଣୁ ଭଗବାନଙ୍କୁ ସମ୍ମାନ ଦେବା ଲାଗି ଗୁଜ୍ଜର ସମ୍ପ୍ରଦାୟର ସଦସ୍ୟ ଏବଂ ଅନ୍ୟମାନଙ୍କ ଠାରୁ ୧୧, ୦୦୦ ଲିଟର୍‌ ଦୁଗ୍ଧ, ଦେଶୀ ଘିଅ ଓ ଦହି ସଂଗ୍ରହ କରିଥିଳୁ। ୧୧୦୦୦ ଲିଟର୍‌ରୁ ୧୫୦୦ ଲିଟର୍‌ ଥିଲା ଦହି ଏବଂ ୧ କ୍ୱିଣ୍ଟାଲ୍‌ ଥିଲା ଦେଶୀ ଘିଅ। ବାକି ଥିଲା ଦୁଗ୍ଧ। ଏ ସମୁଦାୟ ସାମଗ୍ରୀର ମୂଲ୍ୟ ପ୍ରାୟ ୧.୫୦ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି। ତେବେ ଏହି ସାମଗ୍ରୀ ଢଳା ହେବା ସମୟରେ ଶତାଧିକ ଭକ୍ତଙ୍କ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ।

ତେବେ ରାମଲାଲ୍ କହିଛନ୍ତି ଯେ, ଉତ୍ସବର ଆୟୋଜନ କରାଯିବାର ଦିନକ ପୂର୍ବରୁ ଆମେ ଗୁଜ୍ଜର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିବେଦନ କରିଥିଲୁ। ଭକ୍ତମାନେ ଭଗବାନଙ୍କୁ ନିଜ ଇଚ୍ଛାରେ ଏ ସବୁ ଅର୍ପଣ କରିଛନ୍ତି।

ଏହାସହ ଏ ଭଳି ଉତ୍ସବରେ ଦୁଗ୍ଧ ଢାଳିବା ବାଧ୍ୟତାମୂଳକ ପ୍ରଥା ବୋଲି କି, ପଚରା ଯିବାରୁ ରାମଲାଲ୍‌ କହିଲେ ଯେ, ଏଇଟା ବାଧ୍ୟତାମୂଳକ ନୁହେଁ। କିନ୍ତୁ, ଅତୀତରେ ଅନେକ ବାର ଏ ଭଳି କାର୍ଯ୍ୟ କରାଯାଇଛି। ପ୍ରଭୁ ଆମକୁ ଯାହା ଦେଇଛନ୍ତି, ତା’ ତୁଳନାରେ ଏଇଟା କିଛି ନୁହେଁ। ତେଣୁ ଆମେ ଯାହା ବି କରିଛୁ ସବୁ ଭଗବାନଙ୍କ ଉଦ୍ଦେଶ୍ୟରେ ହିଁ କରିଛୁ। ତେଣୁ ଏପରି କାର୍ଯ କରିଥିବା ଲୋକଙ୍କୁ ଅନେକ ଅନେକ ଧନ୍ୟବାଦ।

ଏଥିଯୋଗୁଁ ବିପୁଳ ସମ୍ବଳ ନଷ୍ଟ ହେଲା ବୋଲି ଯୁକ୍ତି କରାଯିବାରୁ ସେ କହିଲେ, ପ୍ରଭୁ ଦେବନାରାୟଣ ଆମ ଗୋରୁମାନଙ୍କୁ ସୁରକ୍ଷା ଦେଉଥିବାରୁ ଦୁଗ୍ଧ ଢାଳିବା ଗୁଜ୍ଜର ସମ୍ପ୍ରଦାୟ ନିମନ୍ତେ ଆଦୌ ଅପଚୟ ନୁହେଁ। କାରଣ ଆମେ ପୂର୍ବରଉ ମଧ୍ୟ କହିଛୁ କି ଭବବାନଙ୍କ ପାଖରେ ଯେଉଁ କାର୍ଯ୍ୟ କରାଯାଇଥାଏ ସେଥିରେ ଟଙ୍କା ଓ ପଇସାର ହିସାବ ରଖାଯାଏ ନାହିଁ। ତେଣୁ ଆମେମାନେ ମଧ୍ୟ ଏହାକୁ ହିସାବକୁ ନେଇ ନାହୁଁ କିମ୍ବା ଅପଚୟ ବୋଲି ଭାବିନାହୁଁ।

ଭଗବାନ ନାରାୟଣଙ୍କ ମନ୍ଦିର ନିର୍ମାଣକୁ ନେଇ ବେଶ ଖୁସି ଅଛନ୍ତି ସ୍ଥାନୀୟ ଲୋକେ। ମନ୍ଦିର ନିର୍ମାଣ ହେବାକୁ ଥିବା ସ୍ଥାନରେ ପ୍ରତିଦିନ ଭଜନ ଓ କୀର୍ତ୍ତନ ଚାଲୁଥିବା ଦେଖିବାକୁ ମିଳୁଛି।

You might also like