ଛୁଟି କଟାଇବା ପାଇଁ ଗୋଆ ଯାଉଥିଲେ, ବାଟରେ ଜଗିଥିଲା ମୃତ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକ ଧାରୱାଡ୍ ଜିଲ୍ଲାରେ ମିନି ବସ୍‌ ଓ ଟିପ୍ପର ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ରାଜପଥ-୪ ଇଟିଗାଟ୍ଟି ଗାଁ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ମିନି ବସ୍‌ରେ ଏକ ମହିଳା କ୍ଲବ୍‌ର ସଦସ୍ୟମାନେ ଥିଲେ। ଏମାନେ ଛୁଟି କଟାଇବା ପାଇଁ ଗୋଆ  ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।

ଦୁର୍ଘଟଣାରେ ୧୦ ଜଣ ମହିଳା ଓ ଟିପ୍ପର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। କ୍ଲବ୍‌ର ୫ଜଣ ମହିଳା ଗୁରୁତର ଆହତ ହୋଇଥିବା ବେଳେ ୨ ଜଣ ସାମନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ନେଇ ଧାରୱାଡ୍ ରୁରାଲ୍‌ ପୋଲିସ୍‌ ଷ୍ଟେସନରେ ଏକ ମାମଲା ରୁଜୁ ହେବାସହ ଘଟଣାର ତଦନ୍ତ କରୁଛି ପୋଲିସ୍‌।

ସୂଚନାଥାଉ କି, ମଧ୍ୟପ୍ରଦେଶ ମହାରାଜପୁର ଛତରପୁରରେ ଗତବର୍ଷ ଡିସେମ୍ବର ୯ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ବିବାହ ଭୋଜିକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ଏମାନେ। ମାତ୍ର କିଛି ଘଣ୍ଟା ମଧ୍ୟରେ ବିବାହ ଭୋଜିରେ ପହଞ୍ଚିଥାନ୍ତେ, ହେଲେ ରାସ୍ତା ପାର୍ଶ୍ୱରେ ଥିବା ଏକ କୂଅ ମଧ୍ୟକୁ ସିଧା ପଶିଗଲା କାର । ଆଉ ଗଭୀର କୂଅ ଭିତରେ କାରଟି ପଡିଯିବାରୁ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା।

You might also like