ଗୁଜରାଟ ଗିର୍ ଜଙ୍ଗଲରେ ସିଂହ ମଡ଼କ, କାରଣ ଅସ୍ପଷ୍ଟ

ଗାନ୍ଧିନଗର: ଗୁଜରାଟ ଗିର୍ ଜଙ୍ଗଲରେ ଗତ କିଛି ଦିନ ମଧ୍ୟରେ ୧୧ଟି ସିଂହଙ୍କର ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଛି। ବିଶେଷକରି ଗିର୍ ଜଙ୍ଗଲର ପୂର୍ବ ଡିଭିଜନ ଡାଲଖାନିଆଁ ରେଞ୍ଜ ଅଂଚଳରେ ହିଁ ସିଂହ ପ୍ରାଣ ହରାଉଥିବା ବନ ବିଭାଗ ସୂଚନା ଦେଇଛି।

ବୁଧବାର ରାଜୁଲା ଅଞ୍ଚଳରୁ ଗୋଟିଏ ସିଂହର ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ, ଡାଲଖାନିଆଁ ଅଞ୍ଚଳରୁ ୩ଟି ସିଂହର ମୃତ ଦେହ ଉଦ୍ଧାର କରାଯାଇଛି। ଏହା ପୂର୍ବରୁ ୭ଟି ସିଂହର ମୃତଦେହ ଉଦ୍ଧାର କରାଯାଇଥିବା ବନ ବିଭାଗ ସୂଚନା ଦେଇଛି। ସିଂହ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ସିଂହଙ୍କ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ମେଡିକାଲ ଅଧିକାରୀ କହିଛନ୍ତି। ସେପଟେ ଘଟଣା ନେଇ ଗୁଜରାଟ ସରକାରଙ୍କ ତରଫରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

You might also like