ଘାଟି ତଳକୁ ଖସିଲା ବସ୍‌; ୧୧ ମୃତ

ଶ୍ରୀନଗର: ଘାଟି ତଳକୁ ଖସିଲା ବସ୍‌। ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ଗଭୀର ଘାଟି ତଳକୁ ବସ୍‌ ଖସି ପଡ଼ିବାରୁ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ପୁଞ୍ଚ୍‌ ଜିଲ୍ଲା ମଣ୍ଡି ପ୍ଲେରା ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ଟି ଲୋରାନ୍‌ରୁ ପୁଞ୍ଚ୍‌ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୧୦୦ ମିଟର ତଳକୁ ଖସି ପଡ଼ିଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ମଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଘାଟିରେ ଯାଉଥିବା ବେଳେ ମୋଡ଼ଣିରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି।

You might also like