ସିପିଏମ୍, କଂଗ୍ରେସ ଓ ଟିଏମ୍‌ସିର ୧୦୭ ବିଧାୟକ ବିଜେପିରେ ମିଶିବେ !

କୋଲକାତା: ବରିଷ୍ଠ ବିଜେପି ନେତା ମୁକୁଲ ରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ସିପିଏମ୍, କଂଗ୍ରେସ ଓ ଟିଏମ୍‌ସିର ୧୦୭ ବିଧାୟକ ବିଜେପିରେ ମିଶିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

ବିଜେପିର ସଂଗଠନ ଓ ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଧାୟକମାନେ ସାମିଲ ହେବାକୁ ଚିନ୍ତାକରୁଛନ୍ତି। ଖୁବଶୀଘ୍ର ପଶ୍ଚିମବଙ୍ଗର ୧୦୭ ବିଧାୟକ ନିଜ ନିଜ ଦଳ ଛାଡ଼ି ବିଜେପିରେ ସାମିଲ୍ ହେବେ ବୋଲି ମୁକୁଲ୍‌ କହିଛନ୍ତି।

ଏହା ପୂର୍ବରୁ ଗତ ମାସ ନାଓପଡ଼ା ବିଧାୟକ ସୁନିଲ ସିଂହ ଓ ବୋନଗାଁଓ ବିଧାୟକ ବିଶ୍ୱଜିତ ଦାସ ଟିଏମ୍‌ସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ସେହିପରି ମୁକୁଲ ରାୟଙ୍କ ପୁଅ ତଥା ବିଧାୟକ ଶୁଭ୍ରାଂଶୁ ରାୟ ମଧ୍ୟ ୬୦ ଜଣ କାଉନସିଲରଙ୍କ ସହ ବିଜେପିରେ ଯୋଗ ଦେଇଥିଲେ। ଏମାନଙ୍କ ଛଡ଼ା ତୁଷାରକାନ୍ତି ଭଟ୍ଟାଚାର୍ଯ୍ୟ, ଦେବେନ୍ଦ୍ର ନାଥ ରାୟ ଏବଂ ମନିରୁଲ୍ ଇସ୍‌ଲାମ ବିଜେପିରେ ଯୋଗ ଦେଇଥିଲେ। ତେବେ ମୁକୁଲ ରାୟଙ୍କ ଏ ନୂଆ ବୟାନ୍‌କୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

You might also like