ଶହେ ବର୍ଷ ତଳେ ସ୍ପାନିସ୍ ଫ୍ଲୁକୁ ମାତ୍‌ ଦେଇଥିଲେ, ଏବେ କରୋନାଠୁ ଜିତିଲେ

ନୂଆଦିଲ୍ଲୀ: ଦେଶରେ  କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ଦିଲ୍ଲୀର ଜଣେ ଶହେ ବର୍ଷରୁ ଅଧିକ ବ୍ୟକ୍ତି କୋଭିଡ-୧୯କୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ୧୯୧୮ ମସିହାରେ ସ୍ପାନିସ୍ ଫ୍ଲୁ ସମୟରେ ମଧ୍ୟ ସେ ଚାରି ବର୍ଷର ଥିଲେ। ସେତେବେଳେ ମଧ୍ୟ ସେ ଏହି ରୋଗକୁ ମାତ୍‌ ଦେଇ ସୁସ୍ଥ ହୋଇଥିଲେ। ବ୍ୟକ୍ତିଙ୍କ ବୟସ ୧୦୬ ବର୍ଷ। ସେ କରୋନାରେ ଆକ୍ରାନ୍ତ ହେବା ପରେ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବାପରେ ଡିସଚାର୍ଜ ହୋଇଛନ୍ତି। ବ୍ୟକ୍ତିଙ୍କ ପୂରା ପରିବାରକୁ ମଧ୍ୟ ମେଡିକାଲରୁ ଡିସଚାର୍ଜ କରାଯାଇଛି।

ମେଡିକାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ଏ ହେଉଛନ୍ତି ଦିଲ୍ଲୀର ପ୍ରଥମ ବୟସ୍କ ବ୍ୟକ୍ତି ଯିଏକି କରୋନା ଭାଇରସକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ତାଙ୍କ ପୁଅଙ୍କ ଠୁ ବି ଶୀଘ୍ର ଠିକ୍‌ ହୋଇଥିଲେ। ତାଙ୍କ ପୁଅମାନେ ମଧ୍ୟ ବୟସ୍କ। ୧୯୧୮ ମସିହାରେ ସ୍ପାନିସ୍ ଫ୍ଲୁ ମଧ୍ୟ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ବ୍ୟକ୍ତ ଜଣଙ୍କ ସ୍ପାନିସ୍ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଥିଲେ ପରେ ସୁସ୍ଥ ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ୧୯୧୮ମସିହାରେ ସ୍ପାନିସ୍ ଫ୍ଲୁ ଇତିହାସର ସବୁଠାରୁ ବିପଜ୍ଜନକ ମହାମାରୀ ଥିଲା। H1N1ଭାଇରସ ଯୋଗୁ ଏହା ବ୍ୟାପିଥିଲା। ଏହି ଭାଇରସ କାରଣରୁ ୬ଲକ୍ଷ ୭୫ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ବିଶ୍ୱାସ କରାଯାଏ ଯେ ଏହି ଭୂତାଣୁ ଭାରତରେ ପ୍ରଥମ ବିଶ୍ୱଯୁଦ୍ଧରୁ ଫେରିଥିବା ସୌନିକମାନଙ୍କ ସହିତ ଆସିଥିଲା। ସାରା ବିଶ୍ୱରେ ଏହି ମହାମାରୀ ଆତଙ୍କ ସୃଷ୍ଟି କରିଥିଲା।

ଆହୁରି ପଢ଼ନ୍ତୁ

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

You might also like