ସେନାକୁ ବଳ ଯୋଗାଇବ ସ୍ୱତନ୍ତ୍ର ସ୍ୱଦେଶୀ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍
ଭାରତୀୟ ସେନାକୁ ମିଳିଲା ମେକ୍ ଇନ୍ ଇଣ୍ଡିଆ ବୁଲେଟ ପ୍ରୁଫ୍ ଜ୍ୟାକେଟ୍
ନୂଆଦିଲ୍ଲୀ : ସେନାର ବଳ ବଢ଼ାଇବ ମେକ୍ ଇନ୍ ଇଣ୍ଡିଆର ବୁଲେଟ ପ୍ରୁଫ୍ ଜ୍ୟାକେଟ୍। ଖରାବର୍ଷାକୁ ନଡରି ମାଟି ମା’ ପାଇଁ ହସି ହସି ଜୀବନ ଦେଉଥିବା ସେନାଙ୍କୁ ଖୁବଶୀଘ୍ର ରକ୍ଷାକବଚ ମିଳିଯିବ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି ଶତ୍ରୁକୁ ଭାରତୀୟ ସେନା ପ୍ରତିହତ କରିବ। ପୂର୍ବରୁ ଭାରତର ଅର୍ଦ୍ଧସାମରିକ ବଳ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ମିଳି ପାରୁନଥିଲା । ଆଉ ଏଥିପାଇଁ ଭାରତୀୟ ସେନାକୁ ଏକ ଲକ୍ଷ ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉତ୍ସବରେ ସେନାମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱଣେଙ୍କୁ ଏକଲକ୍ଷ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ହସ୍ତାନ୍ତର କରିଛନ୍ତି।
ତେବେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଗ୍ରହଣ କରିବା ପରେ ସେନାମୁଖ୍ୟ କହିଛନ୍ତି, ସରକାରଙ୍କ ପାଇଁ ବୀର ଯବାନଙ୍କ ଜୀବନ ବେଶ୍ ମୂଲ୍ୟବାନ୍ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଯବାନମାନଙ୍କ ନିରାପତ୍ତାକୁ ସର୍ବାଧିକ ପ୍ରାଥମିକତା ଦେଉଥିବା କହିଛନ୍ତି ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ । ବୀର ଯବାନ ମାନଙ୍କୁ ସବୁ ସମୟରେ ଉତ୍କୃଷ୍ଟ ଅସ୍ତ୍ରଶସ୍ତ୍ର ଏବଂ ସୁରକ୍ଷା ଉପକରଣ ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ।
ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଧାର୍ଯ୍ୟ ତାରିଖର ଏକ ମାସ ପୂର୍ବରୁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ହସ୍ତାନ୍ତର କରିଥିବାରୁ ନିର୍ମାଣକାରୀ ସଂସ୍ଥା ଏସଏମପିପି ପ୍ରାଇଭେଟ୍ ଲିମିଟେଡ୍କୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆତ୍ମନିର୍ଭର ଭାରତ ତିଆରି କରିବା ଲକ୍ଷ୍ୟରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି ବୁଲେଟପ୍ରୁଫ୍ ଜ୍ୟାକେଟ୍ ଗୁଡ଼ିକ ଦେଶରେ ତିଆରି ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କେବଳ ଦଶରେ ନୁହେଁ ଏହି କମ୍ପାନୀ ବିଦଶରେ ମଧ୍ୟ ସୁରକ୍ଷା ଉପକରଣ ପ୍ରସ୍ତୁତି କରି ରପ୍ତାନୀ କରୁଛି । ଫଳରେ ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ସଫଳ ହୋଇପାରୁଛି । ଏହା ଆମ ପାଇଁ ସମ୍ମାନର ବିଷୟ ।
ତେବେ ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜକୁମାର ଲେଫ୍ଟନାଣ୍ଟ ଜେନେରାଲ ଏ.କେ ସାମନ୍ତରା, ଲେଫ୍ଟନାଣ୍ଟ ଜେନେରାଲ ଆର.କେ ମାଲହୋତ୍ରା ଏବଂ ଲେଫ୍ଟନାଣ୍ଟ ଜେନେରାଲ ଏଚ୍.ଏସ୍ କାହଲୋ ଉପସ୍ଥିତ ଥିଲେ।
Minister of State for Defence Shripad Yesso Naik (in file photo) today handed over One-Hundredth thousandth new Bullet Proof Jacket (BPJ) to Army Chief General M M Naravane in a ceremony held in New Delhi: Defence Ministry pic.twitter.com/NLYkLDeDBP
— ANI (@ANI) January 6, 2021