୪ ଦିନରେ ୧୦୦ ଟପିଲାଣି ମଦ ମୃତ୍ୟୁ ସଂଖ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଦ ମୃତ୍ୟୁ ବିଭୀଷିକାରେ ୪ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲାଣି। ଏହି ଘଟଣାରେ ୨୧୫ ଜଣଙ୍କୁ ଗିରଫ କରାଯାଇଛି।

ଏହାସହ ୫ ଜଣିଆ SIT କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ଅଞ୍ଚଳରେ ବିଷାକ୍ତ ମଦ ବ୍ୟବସାୟ ଚାଲିଛି ବୋଲି ଉତ୍ତରପ୍ରଦେଶ ଅବକାରୀ ମନ୍ତ୍ରୀ କହିଛନ୍ତି।

ଶାହରନପୁର ଜିଲ୍ଲା ଉତ୍ତରାଖଣ୍ଡ ରାଜ୍ୟକୁ ଲାଗିଥିବାରୁ ସେମାନେ ସେଠାରେ ବିଷାକ୍ତ ମଦ ପିଇଥିବା ମନ୍ତ୍ରୀ କହିଛନ୍ତି।

You might also like