୨୦୨୨ ସୁଦ୍ଧା ହେବ ୧୦୦ ନୂଆ ଏୟାରପୋର୍ଟ, ଗଡ଼ିବ ବୁଲେଟ୍‌ ଟ୍ରେନ୍‌

ନୂଆଦିଲ୍ଲୀ: ସଂସଦରେ ଆଜି ୨୦୨୦-୨୧ ବର୍ଷ ପାଇଁ  ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସଂସଦରେ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ‘୨୦୨୪ ସୁଦ୍ଧା ଉଡ଼ାନ ଯୋଜନାରେ ଆଉ ୧୦୦ ଏୟାରପୋର୍ଟ ନିର୍ମାଣ କରାଯିବ।  ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେ ଓ ଆଉ ୨ଟି ପ୍ରୋଜେକ୍ଟସ୍‌ ୨୦୨୩ ସୁଦ୍ଧା ଶେଷ ହେବ। ଏହାସହ ଆଗାମୀ ଆର୍ଥିକ ବର୍ଷରେ ଟ୍ରାନ୍ସପୋର୍ଟ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ପାଇଁ ୧.୭ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହ ଅଧିକ ସଂଖ୍ୟକ ତେଜସ୍‌ ଭଳି ଏକ୍ସପ୍ରେସ୍‌ ଟ୍ରେନ୍‌କୁ ସଂଯୋଗ କରାଯିବ’।

ସେ ଆହୁରି କହିଛନ୍ତି, ‘ମୁମ୍ବାଇ-ଅହମଦାବାଦ ମଧ୍ୟରେ ଗଡ଼ିବ ବୁଲେଟ୍‌ ଟ୍ରେନ୍‌। ଏଭଳି ସମାନ ପ୍ରୋଜେକ୍ଟସ୍‌କୁ ଅନ୍ୟ ସ୍ଥାନରେ କାର୍ଯ୍ୟ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ୨୦୦୦ କିଲୋମିଟର କୋଷ୍ଟାଲ ହାଇୱେ ନିର୍ମାଣ କରାଯିବା ସହ ରେଳ ଲାଇନ କଡ଼ରେ ସୋଲାର ପାୱାର ଷ୍ଟେସନ ପ୍ରତିଷ୍ଠା ହେବ।’

You might also like