ମହାରାଷ୍ଟ: ୨ ଦିନରେ କରୋନା ମୃତ୍ୟୁ ସଂଖ୍ୟା ୧୦୦

ମୁମ୍ବଇ: ମହାରାଷ୍ଟ୍ରରେ କରୋନା ଗମ୍ଭୀର ରୂପ ନେଉଛି। ଏଠାରେ କରୋନା ଯୋଗୁ ପ୍ରତି ୨ ଦିନରେ ୧୦୦ ଲୋକଙ୍କର ମୃତ୍ୟୁ ଘଟୁଛି। ରାଜ୍ୟରେ କୋଭିଡ-୧୯ରେ ୨୭ ହଜାର ୫୨୪ ଆକ୍ରାନ୍ତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ଏକ ହଜାର ପାର କରିସାରିଲାଣି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୧୯ । ଏପରି ସ୍ଥିତିକୁ ଦେଖି ହଟ ସ୍ପଟ ଇଲାକାରେ ମେ’ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ବଢାଇ ଦିଆଯାଇଛି।

ମହାରାଷ୍ଟ୍ରରେ ଲକ୍‌ଡାଉନ ସତ୍ତ୍ୱେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ମାର୍ଚ୍ଚ ୯ ତାରିଖରେ ପ୍ରଥମ କରୋନା କେସ୍ ସାମ୍ନକୁ ଆସିଥିଲା। ଏହାର ୩୩ ଦିନ ପରେ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଥିଲା। ହେଲେ ଗତ କିଛି ଦିନ ହେଲା ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଥିବାବେଳେ ପ୍ରତି ୨ ଦିନରେ ୧୦୦ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି।

ସୂଚନାଥାଉ କି, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୯୭୦ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୬୪୯ଜଣଙ୍କର ମୃତ୍ୟୁ ଘଟିଛି। ତେବେ ୨୭,୯୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 

You might also like