• translate
Rajalaxmi Sahoo

ଜୁବା(ସାଉଥ୍‌ ସୁଦାନ): ଦକ୍ଷିଣ ସୁଦାନ ଜୋଙ୍ଗ୍‌ଲେଇ ଷ୍ଟେଟ୍‌ରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ୍‌ ଅଛନ୍ତି। ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ମଙ୍ଗଳବାର ଅପରାହ୍ଣରେ ଏହି କମର୍ସିଆଲ୍‌ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବିମାନଟି ପିୟରେ ଏୟାରଷ୍ଟ୍ରିପ୍‌ରୁ ଉଡ଼ାଣ ଭରି ଜୁବା ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନରେ ୨୪ ଜଣ ଥିଲେ ବୋଲି ସୂଚନା ମିଳିଛି।

ଗଭର୍ଣ୍ଣର Denay Jock Chagor ଏକ ବୟାନରେ କହିଛନ୍ତି, ‘ସାଉଥ୍‌ ସୁଦାନ ସୁପ୍ରିମ ଏୟାରଲାଇନ୍‌ର ବିମାନ(HK-4274) ଦୁର୍ଘଟଣାଗ୍ରସ୍ତ ଖବର ସମସ୍ତଙ୍କୁ ଚକିତ କରିଛି। ଦୁର୍ଘଟଣାରେ ୨ ପାଇଲଟ୍‌ଙ୍କ ସମେତ ୧୦ଜଣଙ୍କ ମୃତ୍ୟୁ ଘଟିଛି।

ଘଟଣାକୁ ନେଇ ସାଉଥ୍‌ ସୁପ୍ରିମ ଏୟାରଲାଇନ୍ସର ଡାଇରେକ୍ଟର କହିଛନ୍ତି, ବିମାନରେ ପ୍ରକୃତରେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନାହିଁ। ହେଲେ ପ୍ରଥମେ ଆମ ପାଖକୁ ଖବର ଆସିଥିଲା ବିମାନରେ ୧୧ଜଣ ଥିଲେ।

Other Stories