ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ୧୦ ମୃତ

ଶିମଲା: ହିମାଚଳ ପ୍ରଦେଶରେ ଏକ କୋଠା ଭୁଶୁଡ଼ି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଯବାନ ଓ ୩ଜଣ ସାଧାରଣ ନାଗରିକ ଅଛନ୍ତି। ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲାର କୁମାରହଟ୍ଟୀ ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରବଳ ବର୍ଷା ହେବାରୁ କୋଠାର ମୂଳଦୁଆ ମାଟିରେ ଦବି ଯାଇଥିଲା। ଫଳରେ ଏହା ଭୁଶୁଡ଼ି ପଡ଼ିଥିଲା। ଏବେ ବି ଅନେକ ଲୋକେ ମାଟି ଅତଡ଼ା ତଳେ ଫଶି ରହିଥିବା କୁହାଯାଉଛି।

ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସାମିଲ ହୋଇଛନ୍ତି। ଖବର ଲେଖା ହେବା ସୁଦ୍ଧା ୧୨ ଜଣ ସାଧାରଣ ନାଗରିକ ଓ ୫ଜଣ ଯବାନଙ୍କୁ ଉଦ୍ଧାର କରାଯାଇଛି।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଭୁଶୁଡ଼ି ପଡ଼ିଥିବା କୋଠାଟି ଏକ ରେଷ୍ଟୁରାଣ୍ଟ ବୋଲି କୁହାଯାଉଛି। ଯବାନମାନେ ପରିବାର ସହ ଉତ୍ତରାଖଣ୍ଡ ଯାଉଥିବାବେଳେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଉକ୍ତ ରେଷ୍ଟୁରାଣ୍ଟରେ ରହିଯାଇଥିଲ॥

You might also like