ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭୁଶୁଡ଼ିଲା ଘର; ଚାଲିଗଲା ୧୦ ଜୀବନ

ଲକ୍ଷ୍ନୌ: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଘର ଭୁଶୁଡ଼ି ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଜି ସକାଳେ ଉତ୍ତର ପ୍ରଦେଶର ମଉ ଜିଲ୍ଲା ମହମ୍ମଦାବାଦରେ ଜଣଙ୍କ ଘରେ ଏହି ବିସ୍ଫୋରଣ ଘଟିଛି।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଏଥିରେ ଦୁଇ ମହଲା ବିଶିଷ୍ଟ ଏକ ବିଲ୍‌ଡିଂ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଫଳରେ ଅନେକ ଲୋକ ଭଗ୍ନା ବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଏନେଇ ଉଦ୍ଧାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସେମାନଙ୍କୁ ପ୍ରଥମେ ଜୋର୍‌ରେ ଏକ ଶବ୍ଦ ଶୁଭିଥିଲା। ପରେ ଘଟଣାସ୍ଥଳରେ ପହଞ୍ଚି ଆସି ଦେଖିଲା ବେଳକୁ ଘରଟି ହୁତୁହୁତୁ ଜଳିବା ଆରମ୍ଭ କରି ଦେଇଥିଲା।

ବିସ୍ଫୋରଣର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣାକୁ ନେଇ ଗଭୀର ଶୋକପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ସାହାଯ୍ୟ ଓ ଆହତଙ୍କୁ କିଭଳି ଭାବରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ଧ୍ୟାନ ଦେବାକୁ ୟୁପି ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

You might also like