ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଗାଡ଼ି; ୧୦ ମୃତ, ୩ ଆହତ

ଶିମ୍‌ଲା: ହିମାଚଳ ପ୍ରଦେଶ ଶିମ୍‌ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଗାଡ଼ି ଓଲଟି ଯିବା ଫଳରେ ୧୦ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ ହୋଇଛନ୍ତି।

କୁଡ୍ଡୁରୁ ୩ କି.ମି. ଦୂରରେ ଅବସ୍ଥିତ ସ୍ନେଲ୍‌ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି।

ଆହତଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ପୁଲିସ୍‌ ଟିମ୍‌ ପହଞ୍ଚିଛନ୍ତି। ତେବେ ପ୍ରକୃତରେ କେଉଁ କାରଣ ପାଇଁ ଦୁର୍ଘଟଣା ହୋଇଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ।

You might also like