ହସ୍ପିଟାଲ୍ରେ ନିଆଁ ଲାଗି ୧୦ ଶିଶୁ ମୃତ
ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାର ଏକ ହସ୍ପିଟାଲ୍ରେ ନିଆଁ ଲାଗି ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ୍ର Special Newborn Care Unit (SNCU)ରେ ଏହି ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତି ୨ଟାରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ଅଗ୍ନିକାଣ୍ଡ ସମୟରେ SNCUରେ ୧୭ଜଣ ଶିଶୁ ଥିଲେ। ଘଟଣାସ୍ଥଳରେ ୧୦ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୭ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନିଆଁ ଲାଗିବା ପରେ ଶିଶୁ ମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ।
୫ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହସ୍ପିଟାଲ୍ର neonatal ସେକ୍ସନରୁ ଧୂଆଁ ବାହାରୁଥିବା ପ୍ରଥମେ ଜଣେ ନର୍ସ ଦେଖିଥିଲେ। ଏହାପରେ ସେ ଡାକ୍ତରମାନଙ୍କୁ ଓ ଅନ୍ୟ ଷ୍ଟାଫ୍ ମାନଙ୍କୁ ଏସମ୍ପର୍କରେ ଆଲର୍ଟ କରାଇଥିଲେ। ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
SNCUରେ ଭର୍ତ୍ତି ହୋଇଥିବା ସମସ୍ତ ୧୭ ଶିଶୁଙ୍କ ବୟସ ୧ମାସରୁ ୩ମାସ ମଧ୍ୟରେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାକୁ ନେଇ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେଙ୍କ ସହ ଆଲୋଚନା କରିଛନ୍ତି। ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ। ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି। ହସ୍ପିଟାଲ୍ରେ ଫାୟାର ଅଡିଟ୍ ନଥିବା ଜଣାପଡ଼ିଛି। ହସ୍ପିଟାଲ୍ର SNCU ବିଭାଗରେ ଏତେ ବଡ଼ ଅଗ୍ନିକାଣ୍ଡ କିପରି ଘଟିଲା ତାକୁ ନେଇ ପ୍ରଶ୍ନ ଉଠିଛି।
ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେପଟେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
Heart-wrenching tragedy in Bhandara, Maharashtra, where we have lost precious young lives. My thoughts are with all the bereaved families. I hope the injured recover as early as possible.
— Narendra Modi (@narendramodi) January 9, 2021
#୧୦_ଶିଶୁଙ୍କ_ମୃତ୍ୟୁ_ଘଟଣାର_ତଦନ୍ତ_ନିର୍ଦ୍ଦେଶ
ମହାରାଷ୍ଟ୍ରରେ ୧୦ ଶିଶୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ଜେନେରାଲ ହସ୍ପିଟାଲରେ ନିଆଁ ଲାଗି ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି #Maharashtra pic.twitter.com/85XkdiJilD
— ଓଟିଭି (@otvkhabar) January 9, 2021