• translate
Odishatv Bureau

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ବ୍ୟବହାରକୁ ଅନୁମିତ ମିଳିଲେ ପ୍ରଥମ ପର୍ଯ୍ୟାୟରେ କୋଟିଏ ପାଖାପାଖି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ପିଟିଆଇ ଖବର ପ୍ରକାଶ କରିଛି। ଏହାପରେ ଦୁଇ କୋଟି ଫ୍ରଣ୍ଟଲାଇନ୍ ୱାର୍କରର୍ସ (ପୋଲିସ, ସିକ୍ୟୁରିଟି ପର୍ସୋନେଲ୍‌, ମ୍ୟନିସିପାଲ୍‌ଲିଟି କର୍ମଚାରୀଙ୍କ ସମେତ ଅନ୍ୟ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ)ଙ୍କୁ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଏନେଇ ସୂଚନା ଦିଆଯାଇଛି।

ସେହିପରି ତୃତୀୟ ପର୍ଯ୍ୟାୟରେ ୨୭ କୋଟି ବରିଷ୍ଠ ନାଗରିକଙ୍କୁ କରୋନା ଟିକା ପ୍ରଦାନ କରାଯିବ। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୌଠକରେ ଏହି ତାଲିକା ପ୍ରଦାନ କରିଛି ସ୍ୱାସ୍ଥ୍ୟମନ୍ତ୍ରାଳୟ।

ଟିକାକରଣ ପୂର୍ବରୁ ଦିଲ୍ଲୀ ସରକାର ଏଥିପାଇଁ ଯୋଜନା ଆରମ୍ଭ କରି ସାରିଲେଣି। ଏଥିପାଇଁ ସ୍ୱାସ୍ଥ୍ୟସେବା ଯୋଗାଉଥିବା ସମସ୍ତ ସଂସ୍ଥାକୁ ସେମାନଙ୍କର କର୍ମଚାରୀଙ୍କ ତାଲିକା ଦେବାକୁ ଦିଲ୍ଲୀ ସରକାର କହିଛନ୍ତି। ଡିସେମ୍ବର ୫ ତାରିଖ ସୁଦ୍ଧା ସମସ୍ତ ଘରୋଇ ଓ ସରକାରୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ହୋଇଛି।

Other Stories