ବର୍ଷକ ପରେ ପୁଣି ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ବର୍ଷକ ପରେ ପୁଣି ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରବାର କାଶ୍ମୀର ଦକ୍ଷିଣାଞ୍ଚଳରେ ଥିବା ପୁଲ୍‌ୱାମାର ପ୍ରିଚୋରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ସେନା ଉକ୍ତ ସ୍ଥାନକୁ ଘେରାଉ କରି ସର୍ଚ ଅପରେସନ ଜାରି ରଖିଛି।

କାଶ୍ମୀର ଉପତ୍ୟାକାରେ ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ। ବୁଧବାର ସନ୍ଧ୍ୟାରେ ମଧ୍ୟ ଶ୍ରୀନଗରରେ ଆତଙ୍କବାଦୀମାନେ ସେନା ଉପରେ ଆକ୍ରମଣ କରିଥିଲେ। ଏଥିରେ ଦୁଇ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଥିଲେ।

ସେନା ପକ୍ଷରୁ ଦିଆଯାଇଥିବା ସୂଚାନୁସାରେ, ମୋଟର୍‌ସାଇକେଲ୍‌ କିଛି ଆତଙ୍କବାଦୀ ଆଶି ପଣ୍ଡାଚ୍‌ ଅଞ୍ଚଳରେ ପିକେଟିଂ କରୁଥିବା ବିଏସ୍‌ଏଫ୍‌ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ। ଏଥିରେ ଦୁଇ ଯବାନ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଦୁଇ ଜଣେ ସହିଦ ହୋଇଥିଲେ ବୋଲି ବୁଧବାର ଅଫିସିଆଲ୍‌ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଦୁଇ ଯବାନଙ୍କ ବୟସ ଯଥାକ୍ରମେ ୩୫ ଓ ୩୬ ବୋଲି ସେନା ପକ୍ଷରୁ କୁହାଯାଇଛି। ସେମାନଙ୍କ ମୁଣ୍ଡରେ ଗୁଳି ବାଜିଥିବାରୁ ଦୁଇଜଣ ସହିଦ ହୋଇଯାଇଥିଲେ। ତେବେ  ବୁଧବାର ଆକ୍ରମଣ କରିଥିବା ଏହି ଆତଙ୍କବାଦୀମାନେ ବିଏସ୍‌ଏପ୍‌ ଯବାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇ ଯାଇଛନ୍ତି।

ପ୍ରାକାଶ ଥାଉକି,ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ସୋଗାମ ଅଞ୍ଚଳରୁ ତିନିଜଣ ନୂତନ ନିଯୁକ୍ତ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଆଜକୁ ବର୍ଷ ତଳେ ଫେବ୍ରୁଆରୀ ୧୪ ତାରିଖ ଗୁରୁବାର ଜମ୍ମୁ-କାଶ୍ମୀରରେ ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା। ୨୫୦୦ରୁ ଅଧିକ ଯବାନ ୭୦ଟି ବସ୍‌ରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଆଉ ଆଜି ବି ଗୁରୁବାରରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ।

You might also like