ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର, ବିଭିନ୍ନ ସ୍ଥାନରେ ହିଂସା

କଲମ୍ବୋ: ଶ୍ରୀଲଙ୍କାରେ ମୁସଲିମ୍‌ ବିରୋଧୀ ଦଙ୍ଗା ଧୀରେ ଧୀରେ ଅଧିକ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଥିଲ ହେଁ ଆଜି ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଆକ୍ରମଣରେ ଜଣେ ମୁସଲିମ୍‌ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ପୁଟ୍ଟାଲାମ ଅଞ୍ଚଳରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗତକାଲି ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ବ୍ୟକ୍ତି ଜଣଙ୍କର ଏକ କାର୍ପେଣ୍ଟରୀ ଦୋକାନ ରହିଥିଲା। ସେହି ଦୋକାନ ଉପରେ ପ୍ରଥମେ ଦଙ୍ଗାକାରୀ ଆକ୍ରମଣ କରିଥିଲେ।

ସେହିପରି ଉତ୍ତର-ୱେଷ୍ଟର୍ଣ୍ଣ ପ୍ରଦେଶର ଏକାଧିକ ସ୍ଥାନରେ ଦଙ୍ଗାକାରୀମାନେ ବ୍ୟାପକ ପୋଡ଼ା ଜଳା କରିବା ସହ ସାଧାରଣ ଲୋକଙ୍କ ସମ୍ପତ୍ତିକୁ ନଷ୍ଟ କରିଛନ୍ତି। ପୁଲିସ୍‌ ଏବଂ ସୁରକ୍ଷାକର୍ମୀମାନେ ପରସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ତଥାପି ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଦେଶରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ଦଙ୍ଗାକୁ ନିନ୍ଦା କରିବା ସହ ଲୋକଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛନ୍ତି।

ସେ କହିଛନ୍ତି‘, “ଏପ୍ରିଲ ୨୧ରେ ୩ଟି ଚର୍ଚ୍ଚ ଓ ୩ଟି ହୋଟେଲ୍‌ରେ ଆତଙ୍କବାଦୀମାନେ ସିରିଜ୍‌ ବିସ୍ଫୋରଣ କରିଥିଲେ। ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।ଏବେ ଏହି ଘଟଣାର ତଦନ୍ତ ଚାଲିଛି। ଏଥିରେ ପରଦା ଘୋଡ଼ାଇବା ପାଇଁ କିଛି ଅସାମାଜିକ ବ୍ୟକ୍ତି ଜୋରଦାର ଉଦ୍ୟମ କରୁଛନ୍ତି। ଏଥିପାଇଁ ଦେଶରେ ଏଭଳି ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି।”

ଅନ୍ୟପକ୍ଷରେ ପୁଲିସ୍‌ ମୁଖ୍ୟ ଚନ୍ଦନା ବିକ୍ରମାରତ୍ନେ କହିଛନ୍ତି, ପୁଲିସ୍‌ ଦଙ୍ଗା ସୃଷ୍ଟି କରୁଥିବା ଲୋକଙ୍କୁ ଏଥିରୁ ବିରତ ରହିବାକୁ ନିବେଦନ କରୁଛି। ଅନ୍ୟଥା ପୁଲିସ୍‌ ବାଧ୍ୟ ହୋଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ। ଉତ୍ତର-ୱେଷ୍ଟର୍ଣ୍ଣ ପ୍ରଦେଶ ଲୋକମାନଙ୍କୁ ଘର ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖ୍ରୀଷ୍ଟିୟାନ୍‌ ସଂପ୍ରଦାୟର ଲୋକମାନେ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ଏକାଧିକ ମସଜିଦ୍‌କୁ ଭାଙ୍ଗି ଦେଇଛନ୍ତି। ସେହିପରି ମୁସଲିମମାନଙ୍କ ଦୋକାନରେ ମଧ୍ୟ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। ପବିତ୍ର ରମଜାନ ମାସ ଚାଲିଥିବା ବେଳେ ମୁସଲିମ୍‌ମାନଙ୍କ ଧର୍ମପୀଠ ଉପରେ ଏପରି ଆକ୍ରମଣ ସମସ୍ତଙ୍କୁ ଅଡ଼ୁଆରେ ପକାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସୋଶାଲ୍‌ ମିଡିଆ ଉପରେ ରୋକ ଲଗାଇଛନ୍ତି। ସେହିପରି ସମଗ୍ର ଦେଶରେ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like