• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Yami Gautam against Kangana
ମୁହାଁମୁହିଁ ହେବେ କଙ୍ଗନା-ୟାମି?

ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ହୋଇପାରେ ଜୋରଦାର ଟକ୍କର । ମୁହାଁମୁହିଁ ହେବେ କି କଙ୍ଗନା-ୟାମୀ । ବିଜେପି ଏହି ଆସନରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ୟାମୀ ଗୌତମଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।

WIFE SECOND HAND
ସ୍ତ୍ରୀକୁ ସେକେଣ୍ଡହ୍ୟାଣ୍ଡ କହିଥିଲେ ଗଣିବେ ୩କୋଟି

ବାହା ହେଲେ, ଏକାଠି ହନିମୁନକୁ ଗଲେ। ପତ୍ନୀଙ୍କ ପ୍ରେମ ରସରେ ବୁଡ଼ିବା ଆଗରୁ ପତି ହାସ୍ୟରସ ଆରମ୍ଭ କଲେ। ହେଲେ କଥାଟା ଟିକେ ହାର୍ଡ ଥିଲା। ମାନେ, ଡାର୍ଲିଂଙ୍କୁ ଡାକୁ ଡାକୁ ଡାକିଦେଲେ, ସେକେଣ୍ଡହ୍ୟାଣ୍ଡ। ହନିମୁନ୍ ମୁଡ୍ ବିଗିଡିଗଲା। ଆଉ ତା ପରେ ଶୁଣିବାକୁ ମିଳୁଛି, କୁଆଡେ ଲକ୍ଷେ କି ୨ ଲକ୍ଷ ନୁହେଁ ଏକାବେଳେ ୩ କୋଟି ଦେବେ ସ୍ୱାମୀ ।

Water scarcity haunts
ପାଣି ଟୋପେ ପାଇଁ ହିନସ୍ତା କାଠକଟାବାସୀ

ଗାଁରେ ପାନୀୟ ଜଳ ସଂଯୋଗ ପାଇଁ ନଳ ବସିଛି । ହେଲେ ପାଣିର ଦେଖାନାହିଁ । ଏମିତି ଚାଲିଛି ସରକାରୀ ଯୋଜନାରେ ପାନୀୟ ଜଳ ଯୋଗାଣ । ଏ ହେଉଛି କେନ୍ଦୁଝର ଆନନ୍ଦପୁର ବ୍ଲକ ଅନ୍ତର୍ଗତ କାଠକଟା ଗାଁର ଦୃଶ୍ୟ । ଆଦିବାସୀ ବହୁଳ ଏହି ଗାଁରେ ପାଣି ଟୋପେ ପାଇଁ ବେଶ ହିନସ୍ତା ହେବାକୁ ପଡ଼େ ଗାଁର ମହିଳାମାନଙ୍କୁ ।

X to rollout streaming service
ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବ 'ଏକ୍ସ'

ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି କି ଏଲନ୍ ମସ୍କ୍ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ଏକ୍ସ' ନିଜ ୟୁଜର୍ସ ମାନଙ୍କ ପାଇଁ ଆଣିବାକୁ ଯାଉଛି ଏକ ନୂଆ ଫିଚର । ଯେଉଁଥିରେ ଆପଣ 'ଏକ୍ସ'ରେ ଦେଖି ପାରିବେ ଲମ୍ୱା ଭିଡ଼ିଓ ।

Why different letters mark on tires know meaning of every words
ଟାୟାର୍‌ରେ କାହିଁକି ଲେଖାଥାଏ L ରୁ Y; ଜାଣନ୍ତୁ ଆପଣଙ୍କ ଟାୟାର ବେଗର କ୍ଷମତା

ଆପଣ ଜାଣନ୍ତି କି ଟାୟାରରେ କିଛି ଶବ୍ଦ ଲେଖାଯାଇଥାଏ, ଯାହାର ଏକ ବିଶେଷ ଉଦ୍ଦେଶ୍ୟ ମଧ୍ୟ ରହିଛି। ଏକ ସୁରକ୍ଷିତ ଯାତ୍ରା ପାଇଁ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଟାୟାରର ଗତିର ରେଟିଂ ଏହାର ବାହାର ପୃଷ୍ଠରେ L ରୁ Y ଅକ୍ଷର ଦ୍ୱାରା ସୂଚିତ ହୋଇଥାଏ।

financial assistance
ଚାରି ଭାଇ ଭଉଣୀଙ୍କ ସାହାରା ଚୁମୁକି

ବାପା ମାଆଙ୍କ ମୃତ୍ୟୁ ପରେ ଚୁମକି ଏବେ ୪ ଭାଇ ଭଉଣୀଙ୍କ ଲାଗି ପାଲଟିଛନ୍ତି ସାହାରା । ସେମାନଙ୍କୁ ପାଳି ପୋଷି ବଡ କରିବା ସହ ସେମାନଙ୍କ ମୁହଁରେ ଦୁଇ ଓଳି ଖାଇବାକୁ ଦେବା ଲାଗି ଏବେ ସେ ଦୁନିଆ ସହିତ ସଂଘର୍ଷ କରୁଛି ।

shun funeral of elderly man
ବାଃ ବାଃ ସରକାର ! ପୁଳାପୁଳା ଯୋଜନା, କଣଠେସା ଗରଡ଼ାପାଣି ଗାଁ

ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଆପଣ ଭାବୁଥିଲେ ଏହା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ରାଲି ହୋଇଥିବ । କିନ୍ତୁ ସେମିତି ନୁହଁ । ଏହା ହେଉଛି ୨୯ବର୍ଷ ଧରି ଶିକ୍ଷାଦାନ କରିଥିବା ଜଣେ କର୍ମନିଷ୍ଠ ଶିକ୍ଷକଙ୍କୁ ତାଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ।

grand farewell
ଶିକ୍ଷକଙ୍କୁ ନିଆରା ବିଦାୟ

ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଆପଣ ଭାବୁଥିଲେ ଏହା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ରାଲି ହୋଇଥିବ । କିନ୍ତୁ ସେମିତି ନୁହଁ । ଏହା ହେଉଛି ୨୯ବର୍ଷ ଧରି ଶିକ୍ଷାଦାନ କରିଥିବା ଜଣେ କର୍ମନିଷ୍ଠ ଶିକ୍ଷକଙ୍କୁ ତାଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ।

Drinking water
ବାଃ ବାଃ ସରକାର ! ପୁଳାପୁଳା ଯୋଜନା, କଣଠେସା ଗରଡ଼ାପାଣି ଗାଁ

ସରକାରଙ୍କ ପୁଳାପୁଳା ଯୋଜନା । ଏମାନଙ୍କ ପାଇଁ ଯେମିତି ପାଲଟିଛି ଅପହଞ୍ଚ । ନା ଅଛି ରାସ୍ତା... ନା ଅଛି ପିଇବା ପାଣିର ବ୍ୟବସ୍ଥା । ସରକାରଙ୍କ ଅନ୍ୟ ସବୁ ଯୋଜନା କଥା ତ ନକହିବା ଭଲ । ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ କୁଲେଇସିଳା ପଞ୍ଚାୟତରେ ଥିବା ଗରଡ଼ାପାଣି ଗାଁ । ଏଠିକାର ଲୋକଙ୍କ ନିକଟରେ ଆଜି ବି ପହଞ୍ଚି ପାରିନାହିଁ ମୌଳିକ ସୁବିଧା ।

Opium plantation
ଶିମିଳିପାଳ ଅଭୟାରଣ୍ୟ ପାଲଟିଛି ଅଫିମ ବଣ

ଶିମିଳିପାଳ ଅଭୟାରଣ୍ୟ ପାଲଟିଛି ଅଫିମ ବଣ । କୋର୍ ଏରିଆରେ ଖୁଲମ୍ ଖୁଲା ଚାଲିଛି ଅଫିମ ଚାଷ ।

Opium plantation
ଓଡ଼ିଶା ପାଲଟିଗଲାଣି କି ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ? ଶିମିଳିପାଳ ଏବେ ଅଫିମ ବଣ

ଶିମିଳିପାଳ ଅଭୟାରଣ୍ୟ ପାଲଟିଛି ଅଫିମ ବଣ । କୋର୍ ଏରିଆରେ ଖୁଲମ୍ ଖୁଲା ଚାଲିଛି ଅଫିମ ଚାଷ ।

Nandankanan
ନନ୍ଦନକାନନରେ ନୂଆ ଅତିଥି, ୩ ଛୁଆକୁ ଜନ୍ମ ଦେଲା ସିଂହୀ ‘ରେୱା’

ତେବେ ଦ୍ଵିତୀୟଥର ପାଇଁ ମା' ହୋଇଛି ସିଂହୀ ରେୱା। ରବିବାର ସିଂହୀ ରେୱା ୩ଟି ଶାବକକୁ ଜନ୍ମ ଦେଇଛି।

CCTV
ତୃତୀୟ ନୟନରେ ନାହିଁ ଜ୍ୟୋତି, ଅଚଳ ଭାବେ ପଡ଼ିରହିଛି ସିସିଟିଭି କ୍ୟାମେରା

କେନ୍ଦ୍ରାପଡ଼ା ସହର ଜଗିଛି ଅଚଳ ସିସିଟିଭି କ୍ୟାମେରା । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ୩୮ ଗୋଟି କ୍ୟାମେରା ମଧ୍ୟରୁ ମାତ୍ର ଗୋଟିଏ ସଚଳ ଅବସ୍ଥାରେ ରହିଛି । ଚୋର ଜଗିବା ପାଇଁ ଲାଗିଥିବା ଅନେକ ସିସିଟିଭି କ୍ୟାମେରାକୁ ଚୋର ଚୋରି କରି ନେଇ ଯାଇଛନ୍ତି ।

Elderly couple
ଯାଆଁଳା ଶିଶୁଙ୍କ ପାଇଁ ସାହାରା ମାଗୁଛନ୍ତି ଅଜା ଆଈ

ଦେଖନ୍ତୁ ଏଇ ବାପା ମା’ ଛେଉଣ୍ଡ ନିରୀହ ଜାଆଁଳା ଶିଶୁଙ୍କୁ... ଭଲ କରି ମୁହଁ ଦେଖିବା ପୂର୍ବରୁ, ପର କରି ଆର ପାରିକୁ ଚାଲିଗଲେ ବାପା ମା’… କୁନି ଶିଶୁଙ୍କ ଅବସ୍ଥା ଦେଖି, କଷ୍ଟ ସହି ନପାରି ନିଜ ପାଖକୁ ନେଇ ଆସିଲେ ଅଜା ଆଇ... , ଯୋଉ ବୟସରେ ବାପା, ମାଙ୍କ କୋଳରେ ବସି ଅଳି ଅଝଟ କରି ହଇରାଣ କରିବା କଥା ସେହି ବୟସରେ ବୃଦ୍ଧ ଅଜା ଆଇଙ୍କ ହେପାଜତରେ ରହୁଛନ୍ତି ଏ ଦୁଇ ଭାଇ ଭଉଣୀ।

Elderly woman i
ଭଙ୍ଗା ଘରେ ବିତୁଛି ବେସାହାରା ଜୀବନ

ଝାଟିମାଟିରେ ତିଆରି ଏ ଘରକୁ ଦେଖନ୍ତୁ... ଭଙ୍ଗା ଦଦରା କାନ୍ଥରେ କେମିତି ଛିଡ଼ା ହୋଇଛି। ବର୍ଷା ଦାଉରୁ ରକ୍ଷା ପାଇଁ ପଲିଥିନ୍ ଜରିରେ ଘରର ଚାଳ ଢଙ୍କା ହୋଇଛି... ଜରି ଉଡ଼ିଯିବ ବୋଲି କାଠ ବି ଲଦା ହୋଇଛି... ଭଙ୍ଗାଘରର ଆଗରେ ବସିଥିବା ଏହି ବେସାହାରା ବୁଢୀ ମାଆ ଜଣକ ରହୁଛନ୍ତି ଏଇ ଘରେ । ନାଁ ତାଙ୍କର ଚମ୍ପା ବେରକା... ସ୍ୱାମୀ ଓ ତିନି ପୁଅ ଆରପାରିକୁ ଚାଲିଯିବା ପରେ ସେ ଏବେ ଏକାକୀ ହୋଇ ପଡିଛନ୍ତି ।

Danda jatra
ସଂଳାପରେ ଫାଟି ପଡ଼ୁଛି ଆଖଡ଼ା

ବାଜୁଛି ବାଦ୍ୟ.... ସଂଳାପରେ ଫାଟି ପଡ଼ୁଛି ଆଖଡ଼ା । ମଞ୍ଚରେ ଅଭିନୟ ପୂର୍ବରୁ ଆଖଡ଼ା ସ୍ଥଳରେ ନିଜର ଅଭ୍ୟାସ ଜାରିରଖିଛନ୍ତି କଳାକାର l ମ୍ୟୁଜିକସିଆନଠୁ ଆରମ୍ଭ କରି କଳାକାର ଓ ନିର୍ଦ୍ଦେଶକ ସମସ୍ତେ ଲାଗିଛନ୍ତି ରିହରସାଲରେ l ଗଞ୍ଜାମର ଗଣପର୍ବ ଦଣ୍ଡ ଯାତ୍ରା ପାଇଁ ଚାଲିଛି କଳାକାରଙ୍କ ପ୍ରସ୍ତୁତି ।

boycott poll
ରାସ୍ତା ନାହିଁ ତ ଭୋଟ୍ ନାହିଁ

ଦିନେ ମାଓବାଦୀଙ୍କ କବଜାରେ ଥିଲା ଏସବୁ ଅଞ୍ଚଳ । ମାଓ ମୁକ୍ତ ହେବାକୁ ଏହାରି ଭିତରେ ୧୦ବର୍ଷ ହେଲାଣି । ହେଲେ ଏବେ ଯଥା ପୂର୍ବଂ ତଥା ପରଂ । ଥାନା, ମେଡିକାଲ, ବ୍ୟାଙ୍କ, କଲେଜ, ସ୍କୁଲ, ବଜାର ହାଟ ସବୁକାମରେ ଏହି ଖାଲଖମା ରାସ୍ତା ଦେଇ କିସିଣ୍ଡା ଯିବାକୁ ପଡ଼ୁଛି । ଯାହାକୁ ନେଇ ଗାଁକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ, ଏଭଳି ସ୍ଲୋଗାନ ଦେଇ ନିଜ ଗାଁ ରାସ୍ତାରେ ପ୍ରତିବାଦ କରିବା ସହିତ ୧୨ଖଣ୍ଡ ଗାଁ ଲୋକେ ଏକତ୍ରିତ ହୋଇଛନ୍ତି

Sri Mandir
ଅନଲାଇନରେ ମଗେଇଥିଲେ ଶ୍ରୀମନ୍ଦିର ବାନା, କିନ୍ତୁ ମିଳିଲା ରାଜନୈତିକ ଦଳ ପତାକା

ଅନଲାଇନରେ ଶ୍ରୀମନ୍ଦିର ପତିତପାବନ ବାନା ମଗାଇଥିଲେ କିନ୍ତୁ ପହଞ୍ଚିଲା ରାଜନୈତିକ ଦଳ ବିଜେପିର ପତାକା । ପୁଣି ଆମାଜନ କମ୍ପାନୀ ମାଧ୍ୟମରେ ଠକେଇ ।

Yojanara Na Hariloot
ମେଡିକାଲ ନିର୍ମାଣ କାମରେ ମହାଘୋଟାଲା

ମେଡିକାଲ ନିର୍ମାଣ କାମରେ ମହାଘୋଟାଲା । ଛାତ ପଡ଼ୁ ପଡ଼ୁ ଗଳୁଛି ପାଣି । ହାତ ମାରିଦେଲେ ବାହାରି ଯାଉଛି ଲୁହାରଡ଼୍....

Ujjain man gifts skin to mother
ନିଜ ଶରୀରରୁ ଚମଡ଼ା ଉତାରି ମା’ ପାଇଁ କଲେ ଚପଲ

ଆପଣଙ୍କୁ ବଡ଼ ବିଚିତ୍ର ଲାଗିଥିବ ଏ କଥା। ଏ ଯୁଗରେ ମଲାଗଲା ଭଳି ପଡିଥିବା ବାପା-ମା’ଙ୍କୁ ଲୋକେ ପାଣି ଟୋପାଏ ନ ଦେଇ ହନ୍ତସନ୍ତ କରୁଛନ୍ତି। ଦିନକୁ ଦିନ ବୃଦ୍ଧାଶ୍ରମରେ ବଢୁଛି ଅନ୍ତେବାସୀଙ୍କ ସଂଖ୍ୟା। ଆଉ ଏଭଳି ପରିସ୍ଥିତିରେ କେହି ଜଣେ ନିଜ ମା’ ପାଇଁ ଚପଲ ଗଢିବାକୁ ନିଜ ଜଙ୍ଘରୁ ଚମଡା ଉତାରି ଦେଉଛି ! ଏହା ସତରେ ବଡ ବିସ୍ମୟ ଆଉ ବିଚିତ୍ରକର ଖବର।

road problem
ଆମେ ଭୋଟ୍ କାହିଁକି ଦବୁ ?

ଏମିତି ରାସ୍ତା...ଦୁଇ ଚକିଆ କିମ୍ବା ଚାରି ଚକିଆରେ ଯାନରେ ବାହାରିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା କଷ୍ଟକର । ରାସ୍ତା ନୁହେଁତ ମରଣଯନ୍ତା । ଆମ୍ବୁଲାନ୍ସ ଆସିପାରୁନି ରୋଗୀକୁ ମେଡିକାଲ ନେବାକୁ ଏଠି ଖଟିଆ ଭରଷା । ସରକାର କହୁଛନ୍ତି ଆଦିବାସୀ ପ୍ରବଣ ଅଂଚଳରେ ବିକାଶ ହେଉଛି, ଦେଖନ୍ତୁ ବିକାଶର ଏକ ନମୁନା ।

City Bus
ନା ଡ୍ରାଇଭର ଅଛି, ନା କର୍ମଚାରୀ; ଖତ ଖାଉଛି ନୂଆ କିଣା ହୋଇଥିବା ସିଟି ବସ୍

ବାଲେଶ୍ୱର ସହରରେ ଗମନାଗମନର ସୁବିଧା ପାଇଁ ଆରମ୍ଭ ହୋଇଥିବା ବ୍ୟାଟେରି ଚାଳିତ ସିଟି ବସ ଏବେ ଖତ ଖାଉଛି । କେବଳ ବସ କିଣା ହୋଇ ପଡିଥିବା ବେଳେ ନା ଡ୍ରାଇଭର ନିଯୁକ୍ତି ହୋଇଛନ୍ତି ନାଁ କର୍ମଚାରୀ ।

Koraput Medical
ମୂଷା କରୁଛନ୍ତି କଲବଲ, ସମସ୍ୟାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ

କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନାନା ସମସ୍ୟା । ବିଦ୍ୟୁତ ସମସ୍ୟା ସାଙ୍ଗକୁ କାମ କରୁନି ଏସି ଓ ଫ୍ୟାନ । ଚାରି ଆଡେ ମାଳ ମାଳ ମୂଷା । ଏହାକୁ ନେଇ ଅଭିଯୋଗ କଲେ ବି ପଦକ୍ଷେପ ନିଆଯାଇନି ।

drinking water
ପିଉଛନ୍ତି ଚୁଆ ପାଣି...ଅନ୍ଧାରରେ ସାହା ଡିବିରି ଆଲୁଅ

ଏ ଗାଁର ଅବସ୍ତା ଏମିତି ଯେ... ଯେଉଁଠି ବେଳ ବୁଡ଼ିଲେ ଅନ୍ଧାରର ଚାଲେ ରାଜୁତି... ରାତିରେ ଦି’ ଅକ୍ଷର ପାଠ ପଢିବା ପାଇଁ ଦିକିଦିକି ଜଳୁଥିବା ଡବିରି ହିଁ ଏକମାତ୍ର ସାହା ଭରସା... ଶିକ୍ଷାର ବିକଳ ଅବସ୍ଥା ଲାଗି ଗାଆଁରେ ନାହିଁ ଅଙ୍ଗନୱାଡ଼ି,ବିଦ୍ୟାଳୟ। ଶୁଦ୍ଧ ପିଇବା ପାଣି ଏମାନଙ୍କ ପାଇଁ ସାତ ସପନ... ପାଣି ମୁନ୍ଦେ ପାଇଁ ଏକ କିଲୋମିଟର ଅଣଓସାରିଆ ହିଡ଼ ରାସ୍ତା ହିଁ ମାଧ୍ୟମ... ହିଡ଼ ଡେଇଁଲେ ଦୂଷିତ ଚୁଆ ଏବଂ ସେଇ ଚୁଆର ଗୋଳିଆ ପାଣି ସାରା ଗାଁର ତୃଷା ମେଣ୍ଟାଏ...

farmers suffer loss
ଦାଉ ସାଧିଲା କାଳବୈଶାଖୀ

ମୁଣ୍ତଝାଳ ତୁଣ୍ତରେ ମାରି ଫସଲ ଫଳାଇଥିଲୁ। ଫସଲ ବି ଏଥର ଭଲ ହୋଇଥିଲା। କାଳବେଶାଖୀ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ସବୁ ପରିବା ଚାଷ ଉଜାଡି ଯାଇଥିବା କୋହଭରା କଣ୍ଠରେ କହିଛନ୍ତି ଭଦ୍ରକ ବାସୁଦେବପୁର ଅଞ୍ଚଳର ପରିବାଚାଷୀ...