• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Live Updates : From The News Room

ରଥଯାତ୍ରା ୨୦୨୧ ଲାଇଭ୍ ଅପଡେଟ: ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ

Odisha

ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା। ଅଣସର ପିଣ୍ଡିରୁ ବଡ଼ଦାଣ୍ଡଙ୍କୁ ଓହ୍ଲାଇ ଆସିଛନ୍ତି ମହାବାହୁ। ହରିବୋଲ, ହୁଳହୁଳି ସାଙ୍ଗକୁ ମଣିମା ମଣିମା ଡାକରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ବିଜେ କାହାଳୀ, ଘଣ୍ଟ, ଘଣ୍ଟା ଆଉ ହରିବୋଲ ଶବ୍ଦରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ସାତ ପାହାଚ ଦେଇ ବଡଦାଣ୍ଡକୁ ଆସିଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ। କରୋନା କଟକଣା ପାଇଁ ଏଥର ବି ଭକ୍ତ ଓ ଭଗବାନଙ୍କର ହୋଇ ନାହିଁ ମିଳନ। କେବଳ ଏଇଥି ପାଇଁ ଓଟିଭି ଆପଣଙ୍କ ପାଖରେ ରଥଯାତ୍ରାର ଟିକିନିଖି ଖବର ପହଞ୍ଚାଇବ। ମହାପ୍ରଭୁଙ୍କ ପ୍ରତିଟି ନୀତିକାନ୍ତି ଦେଖିବା ପାଇଁ ଦେଖୁଥାଆନ୍ତୁ ଓଟିଭି ଲାଇଭ୍‌

ରଥ ଯାତ୍ରା 2021

21:18 PM(3 years ago )

ଆଡ଼ପ ମଣ୍ଡପରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

Posted by:

ଆଡ଼ପ ମଣ୍ଡପରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଜନ୍ମ ବେଦିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତାକାଲିଠାରୁ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କର ସମସ୍ତ ନୀତିକାନ୍ତି ।

16:45 PM(3 years ago )

ଅଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର

Posted by:

ଗୋଟିପହଣ୍ଡି ପାଇଁ ରଥ ଉପରେ ଠାକୁରଙ୍କ ମଙ୍ଗଳାର୍ପଣ ନୀତି ଆରମ୍ଭ । ପରେ ଗୋଟିପହଣ୍ଡିରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତୀ । ଗତକାଲି ଶରଧାବାଲିରେ ସଅଳ ପହଞ୍ଚିଥିଲେ ତିନି ଠାକୁର ।

17:50 PM(3 years ago )

ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ

Posted by:

ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ । ତାଳଧ୍ୱଜ ଓ ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ । ବିନା ଭକ୍ତରେ ୩ ରଥ ଟାଣି ଟାଣି ଆଣିଲେ ସେବାୟତ । ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ମହାପ୍ରଭୁ ଜଗନ୍ନାଥ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଆସିଛନ୍ତି ମହାପ୍ରଭୁ ଜଗନ୍ନାଥ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥଟଣା ହୋଇଥିଲା । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ ।

17:33 PM(3 years ago )

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ ରଥ

Posted by:

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ ରଥ । ସେପଟେ ବଡ଼ଦାଣ୍ଡରେ ଆଗେଇ ଚାଲିଛି ନନ୍ଦିଘୋଷ ରଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର । ଏବର୍ଷ ମଧ୍ୟ ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ ।

16:59 PM(3 years ago )

ସର୍ବ ପ୍ରଥମେ ଶରଧା ବାଲିରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ

Posted by:

ସର୍ବ ପ୍ରଥମେ ଶରଧା ବାଲିରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଏବେ ବଡ଼ଦାଣ୍ଡରେ ଗଡ଼ି ଚାଲିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର । 

16:18 PM(3 years ago )

ବଡ଼ଦାଣ୍ଡରେ ଗଡ଼ି ଚାଲିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ

Posted by:

ବଡ଼ଦାଣ୍ଡରେ ଗଡ଼ି ଚାଲିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର । ଏବର୍ଷ ମଧ୍ୟ ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ । ତେବେ ସର୍ବ ପ୍ରଥମେ ଶରଧା ବାଲିରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ।

 

16:01 PM(3 years ago )

ଶରଧାବାଲିରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ

Posted by:

ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ରଥ । ଶରଧାବାଲିରେ ପହଞ୍ଚିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ । ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର ।

15:14 PM(3 years ago )

ରଥ ଟାଣୁଛନ୍ତି ବାହୁବଳୀ ସେବାୟତ

Posted by:

ରଥ ଟାଣୁଛନ୍ତି ବାହୁବଳୀ ସେବାୟତ । ସେହି ବଳିଆର ଭୁଜଙ୍କ ସେବା ପାଇଁ ଏମାନଙ୍କର ଏହି ଭୁଜ । ସବୁଥର ରଥ ଉପରେ ବସନ୍ତି, ଏଥର କିନ୍ତୁ ଦଉଡ଼ି ଧରି ରଥ ଟାଣୁଛନ୍ତି । କହୁଛନ୍ତି, ଏହା ତାଙ୍କ ପାଇଁ ଅପୂର୍ବ ସୁଯୋଗ । ତେଣୁ ଛୋଟ ପିଲାଙ୍କୁ ବି ଡାକିଆଣିଛନ୍ତି । ଦେଖନ୍ତୁ କେମିତି ରଥ ଟାଣୁଛନ୍ତି ବାହୁବଳୀ ସେବାୟତ ।

14:59 PM(3 years ago )

ଶରଧାବାଲି ଅଭିମୁଖେ ଗଡ଼ି ଚାଲିଛି ତିନି ଠାକୁରଙ୍କ ତିନି ରଥ

Posted by:

14:06 PM(3 years ago )

ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ଠାକୁରଙ୍କ ତିନି ରଥ

Posted by:

ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ଠାକୁରଙ୍କ ତିନି ରଥ। ଆଗରେ ତାଳଧ୍ୱଜ ଓ ମଝିରେ ଚାଲିଛି ଦର୍ପଦଳନ। ପଛରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିଛନ୍ତି ତିନି ଠାକୁର। ଏବର୍ଷ ମଧ୍ୟ ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ।

 

13:50 PM(3 years ago )

ଦେଖନ୍ତୁ, ଶ୍ରୀଜିଉଙ୍କ ରଥଟଣା ବେଳର ଦୃଶ୍ୟ

Posted by:

ଦେଖନ୍ତୁ, ଶ୍ରୀଜିଉଙ୍କ ରଥଟଣା ବେଳର ଦୃଶ୍ୟ

 

12:28 PM(3 years ago )

ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା, ଗଡ଼ିଲା ତାଳଧ୍ୱଜ ରଥ

Posted by:

ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ି ଥିବାବେଳେ ଏହା ପଛେ ପଛେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଥିଲା। ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ। କୋଭିଡ୍ କଟକଣା ଯୋଗୁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ ହୋଇଛନ୍ତି।

 

12:23 PM(3 years ago )

ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା

Posted by:

ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ। ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ। କୋଭିଡ୍ କଟକଣା ଯୋଗୁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ। 

12:22 PM(3 years ago )

ଜଗନ୍ନାଥଙ୍କ ଅପାର କରୁଣା; ୧୮ ବର୍ଷ ପରେ ଫେରି ପାଇଲେ ବାକ୍‌ ଶକ୍ତି

Posted by:

ମହାପ୍ରଭୁଙ୍କ କୃପା ଅପାର। କେତେବେଳେ ଭକ୍ତଙ୍କୁ ନିଜ ଭୋଗ ଥାଳି ଟେକି ଦିଅନ୍ତି ତ କେତେବେଳେ ଭକ୍ତ ହାତରୁ ଭୋଗ ନେଇ ଖାଆନ୍ତି। କେତେବେଳେ ଗଜପତିଙ୍କ ମାନ ରକ୍ଷା ପାଇଁ ଯୁଦ୍ଧ କରିବାକୁ ଯାଆନ୍ତି ତ କେତେବେଳେ ମାଣିକ ହାତରୁ ଦହି ପିଇ ରତ୍ନ ମୁଦି ଦେଇ ଦିଅନ୍ତି। ମହାପ୍ରଭୁଙ୍କର ଏହି ଅଲୌକିକତା ବିଷୟରେ ଆଜି ଶୁଣିଲେ ଆମକୁ କାହାଣୀ ପରି ଲାଗୁଛି। ହେଲେ ଆଜି ବି ଏଇ କାହାଣୀ କାହାପଇଁ ସତ ହୋଇଛି। ମହାପ୍ରଭୁଙ୍କ ପାଇଁ ଆଜି ପଙ୍ଗୁ ଗିରି ଲଙ୍ଘି ପାରୁଛି, ମୁକ ତାର ବାକ୍‌ ଶକ୍ତି ଫେରି ପାଉଛି..। ମହାପ୍ରଭୁଙ୍କର ଏମିତି ଏକ ଏଇ ଅପାର କାହାଣୀ ଆମେ ଜଣେ ଭକ୍ତଙ୍କ ମୁହଁରେ ଶୁଣାଇବୁ। 

ପଢନ୍ତୁ; ଜଗନ୍ନାଥଙ୍କ ଅପାର କରୁଣା; ୧୮ ବର୍ଷ ପରେ ଫେରି ପାଇଲେ ବାକ୍‌ ଶକ୍ତି

 

12:04 PM(3 years ago )

ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇପାରେ ରଥଟଣା

Posted by:

ତିନି ରଥରେ ଛେରା ପହଁରା ସେବା ସମ୍ପନ୍ନ। ଛେରା ପହଁରା ସାରି ଶ୍ରୀନଅରକୁ ବାହୁଡ଼ିଲେ ଗଜପତି। ତିନି ରଥରେ ସାରଥି ଓ ଘୋଡ଼ାଯୋଚା କାର୍ଯ୍ୟ ଆରମ୍ଭ। ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇପାରେ ରଥଟଣା।

11:59 AM(3 years ago )

ମହାପ୍ରଭୁଙ୍କ ପାଖରେ ଲାଗିଲା ୧୦ ଫୁଟ୍‌ ଲମ୍ବର ଧୂପକାଠି, ଦେଖନ୍ତୁ ଭିଡିଓ

Posted by:

ଶ୍ରୀଜିଉଙ୍କ ରଥ ଆଗରେ ଲାଗିଲା ୧୦ ଫୁଟ୍ ଲମ୍ବର ଧୂପକାଠି

11:10 AM(3 years ago )

ଦେଖନ୍ତୁ କାଳିଆ ଠାକୁରଙ୍କ ରଥାରୁଢ ସମୟର ଦୃଶ୍ୟ

Posted by:

#ଶ୍ରୀମସ୍ତକରେ_ଶୋଭା_ପାଉଛି_ଟାହିଆ

ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ। ପହଣ୍ଡିରେ ଆସି ରଥରେ ବିଜେ କଲେ ଜଗତର ନାଥ ଶ୍ରୀଜଗନ୍ନାଥ। ଦେଖନ୍ତୁ କାଳିଆ ଠାକୁରଙ୍କ ରଥାରୁଢ ସମୟର ଦୃଶ୍ୟ

 

11:00 AM(3 years ago )

ଶ୍ରୀନହରରୁ ତାମଯାନରେ ଆସି ପହଞ୍ଚିଲେ ଗଜପତି

Posted by:

ପୁରୀ: ରଥଯାତ୍ରାର ପରବର୍ତ୍ତୀ ଆକର୍ଷଣୀୟ ନୀତି ଛେରା ପହଁରା, ତିନି ରଥରେ ଛେରା ପହଁରା କରିବେ ଗଜପତି ମହାରାଜା; ଶ୍ରୀନହରରୁ ତାମଯାନରେ ଆସି ପହଞ୍ଚିଲେ ଗଜପତି।

10:03 AM(3 years ago )

ଦେଖନ୍ତୁ ଶ୍ରୀବଳଭଦ୍ରଙ୍କ ରଥାରୁଢ ସମୟର ଦୃଶ୍ୟ

Posted by:

ପହଣ୍ଡିରେ ଆସି ରଥରେ ବିଜେ କଲେ ଶ୍ରୀବଳଭଦ୍ର, ଦେଖନ୍ତୁ ଶ୍ରୀବଳଭଦ୍ରଙ୍କ ରଥାରୁଢ ସମୟର ଦୃଶ୍ୟ

 

09:46 AM(3 years ago )

ମହାମାରୀ କବଳରୁ ସମସ୍ତଙ୍କୁ ରକ୍ଷା କରନ୍ତୁ ମହାପ୍ରଭୁ: ବିଶ୍ୱଭୂଷଣ ହରିଚନ୍ଦନ

Posted by:

ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ।

ମହାପ୍ରଭୁଙ୍କ କରୁଣାରୁ ସମସ୍ତ ଜନସାଧାରଣଙ୍କୁ ସୁଖ, ଶାନ୍ତି, ସମୃଦ୍ଧି ମିଳୁ। ମହାମାରୀ କବଳରୁ ସମସ୍ତଙ୍କୁ ରକ୍ଷା କରନ୍ତୁ ମହାପ୍ରଭୁ: ବିଶ୍ୱଭୂଷଣ ହରିଚନ୍ଦନ

09:15 AM(3 years ago )

ଦେଖନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟର ଦୃଶ୍ୟ

Posted by:

ଝୁଲି ଝୁଲି ଆସୁଛି ଜଗା। ଦେଖନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟର ଦୃଶ୍ୟ

 

09:10 AM(3 years ago )

ଶେଷ ହେଲା ତିନି ଠାକୁରଙ୍କ ପହଣ୍ଡି ବିଜେ

Posted by:

ଶେଷ ହେଲା ତିନି ଠାକୁରଙ୍କ ପହଣ୍ଡି ବିଜେ। ତିନି ରଥରେ ତିନି ଠାକୁର ରଥାରୁଢ। ଦେବଦଳନରେ ଦେବୀ ସୁଭଦ୍ରା, ତାଳଧ୍ୱଜରେ ଶ୍ରୀବଳଭଦ୍ର ନନ୍ଦିଘୋଷ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ। 

09:08 AM(3 years ago )

ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Posted by:

ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ କହିଲେ-ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ୍ ସଙ୍କଟ ଶୀଘ୍ର ଦୂର ହେଉ। ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧ ଓ ମଙ୍ଗଳମୟ ହେଉ।

 

08:27 AM(3 years ago )

ଦେଖନ୍ତୁ, ଶ୍ରୀବଳଭଦ୍ରଙ୍କ ପହଣ୍ଡି ବିଜେ ଦୃଶ୍ୟ

Posted by:

ଦେଖନ୍ତୁ, ଶ୍ରୀବଳଭଦ୍ରଙ୍କ ପହଣ୍ଡି ବିଜେ ଦୃଶ୍ୟ

 

08:26 AM(3 years ago )

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Posted by:

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାପ୍ରଭୁ ଶ୍ରୀଜଗନ୍ନାଥ ଦେଶବାସୀଙ୍କୁ ଶୁଭାଶିଷ ଦିଅନ୍ତୁ ବୋଲି କହିଲେ ପ୍ରଧାନମନ୍ତ୍ରୀ।

08:21 AM(3 years ago )

ଖେଚୁଡ଼ି ଖାଇଲେ ମହାପ୍ରଭୁ

Posted by:

ମାଉସୀ ମାଆ ଘରକୁ ଯିବା ପୂର୍ବରୁ ଖେଚୁଡ଼ି ଖାଇଲେ ମହାପ୍ରଭୁ

 

08:07 AM(3 years ago )

ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

Posted by:

ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଦେଶବାସୀ ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ ବୋଲି କହିଲେ ରାଷ୍ଟ୍ରପତି।

 

07:32 AM(3 years ago )

ଦେଖନ୍ତୁ, ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ଦୃଶ୍ୟ

Posted by:

ଦେଖନ୍ତୁ, ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ଦୃଶ୍ୟ

 

07:18 AM(3 years ago )

ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ

Posted by:

ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ, ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିବେ ଶ୍ରୀଜିଉ। ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ହୋଇ ଥିବାବେଳେ ଏହାପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହୋଇଥିଲା। ଦେବୀ ସୁଭଦ୍ରାଙ୍କ ପଛେ ପଛେ ଆରମ୍ଭ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ।

07:16 AM(3 years ago )

ଆଜି ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା

Posted by:

ପୁରୀ: ଆଜି ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଆଜି ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ନବଦିନାତ୍ମକ ଯାତ୍ରାରେ ରତ୍ନ ବେଦିରୁ ବାହାରିବେ ଶ୍ରୀଜିଉ। ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ଲାଗି ରଥ ଓ ପଥ ଉଭୟେ ପ୍ରସ୍ତୁତ ଅଛି। ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା। କୋଭିଡ କଟକଣା ଲାଗି ଏବର୍ଷ ମଧ୍ୟ ଭକ୍ତଙ୍କୁ ବଡ଼ଦାଣ୍ଡ ବାରଣ କରାଯାଇଛି।

07:10 AM(3 years ago )

ସମାପ୍ତ ହେଲା ରଥ ପ୍ରତିଷ୍ଠା କାର୍ଯ୍ୟ

Posted by:

ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଖେଚୁଡ଼ି ଭୋଗ। ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ସମାପ୍ତ

18:34 PM(3 years ago )

ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି, ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ କ୍ରିଷନ କୁମାର

Posted by:

ପରମ୍ପରା ଅନୁସାରେ ରଥଯାତ୍ରା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ତିନି ରଥ ସିଂହଦ୍ୱାର ସାମନାକୁ ଆସିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ।  ଆହୁରି ପଢନ୍ତୁ 

17:25 PM(3 years ago )

କାହିଁକି ରଥଯାତ୍ରା ପାଇଁ ପିପିଲିରୁ ଯାଏ ତୁଳସୀ

Posted by:

ନାମ ସଂକୀର୍ତନ ଚାଲିଛି । ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ କେବଳ ସୁବୁଛି ହରିନାମ। ନାମ ସଂକୀର୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ନିକଟ ବାଲିଗାଁରେ ଆଗକୁ ପଢନ୍ତୁ 

 

 

13:26 PM(3 years ago )

ସିଂହଦ୍ୱାର ସାମ୍ନାରେ ୩ ରଥ

Posted by:

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ସିଂହଦ୍ୱାର ସାମ୍ନାରେ ଲାଗିଛି ୩ ରଥ। ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ ସେବାୟତମାନେ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ। 

ସିଂହଦ୍ୱାର ସାମ୍ନାରେ ୩ ରଥ

 

ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ

13:26 PM(3 years ago )

ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେଲା ରଥ ଟଣା। ଦେଖନ୍ତୁ ଚିତ୍ର।

Posted by:

12:22 PM(3 years ago )

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

Posted by:

ସିଂହଦ୍ୱାର_ନିକଟରେ_ଲାଗିଲା_ତିନି_ରଥ

ପୁରୀ: ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ଟଣାଗଲା ରଥ। ପ୍ରଥମେ ନନ୍ଦିଘୋଷ, ତା’ପରେ ଦର୍ପଦଳନ, ଶେଷରେ ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ରଥ। କୋଭିଡ୍ କଟକଣା ମଧ୍ୟରେ ରଥ ଟାଣିଲେ ସେବାୟତ। 

12:22 PM(3 years ago )

ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ

Posted by:

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।

 

ପଢ଼ନ୍ତୁ: ରଥ ପ୍ରସ୍ତୁତ,ପଥ ପ୍ରସ୍ତୁତ

15:14 PM(3 years ago )

କାହିଁକି ଲାଗି ହୁଏ ଫୁଲୁରି ତେଲ - ଜାଣନ୍ତୁ

Posted by:

ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ଗଲା ଫୁଲୁରୀ ତେଲ । ଅଣସର ଘରେ ଥିବା ଅସୁସ୍ଥ ଶ୍ରୀଜିଉଙ୍କ ଦେହରେ ଆଜି ଫୁଲୁରୀ ତେଲ ଲାଗି ହେବାର ପରମ୍ପରା ରହିଛି।

ଜାଣନ୍ତୁ କାହିଁକି ଲାଗି ହୁଏ ଫୁଲୁରି ତେଲ

15:14 PM(3 years ago )

୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ

Posted by:

ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ। ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର। ଆହୁରି ପଢନ୍ତୁ 

15:09 PM(3 years ago )

ଚାଲିଛି ମହାପ୍ରଭୁଙ୍କ ରଥ କାମ

Posted by:

ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ରଥନିର୍ମାଣ କାମକୁ ପିଢି ପରେ ପିଢି ବଂଶାନୁମକ୍ରମିକ ଭାବେ କରି ଆସୁଛନ୍ତି ପୁରୀ ସହରରେ କିଛି ନିର୍ଦ୍ଦିଷ୍ଟ ସେବାୟତ ପରିବାର । ରଥ ନିର୍ମାଣ କାର୍ଯ୍ୟର ସମସ୍ତ ଫୋଟୋ 

 

 

 

 

Load more...