OTV Bureau 3:31 pm, February 1, 2021
୨୦୨୧-୨୨ ସାଧାରଣ ବଜେଟ୍ LIVE: ଲେହରେ ଖୋଲିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ: ପଢନ୍ତୁ, ବଜେଟକୁ ନେଇ ୨୫ଟି ବଡ଼ ଖବର
କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। କରୋନା ମହାମାରୀକୁ ମୁକାବିଲା କରିବାକୁ ଯାଇ ଭୁଶୁଡ଼ି ପଡ଼ିଥିବା ଦୁସ୍ଥ ଅର୍ଥନୀତିକୁ ଟ୍ରାକ୍କୁ ଆଣିବାକୁ କି ପଦକ୍ଷେପ ନେବେ ଅର୍ଥମନ୍ତ୍ରୀ ? କ’ଣ ରହିବ ତାଙ୍କର ଭବିଷ୍ୟତ ରଣନୀତି ? ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ନିଯୁକ୍ତି, ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ, MSME, ଶିକ୍ଷା ଓ କୃଷି କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ବୋଲି କୁହାଯାଉଛି।