SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି
୧.୭୦ ଲକ୍ଷରୁ ୧, ୨୫, ୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି। ଋଣରୁ ପ୍ରାୟ ୪୪ ହଜାର ୪୦୦ କୋଟି ପ୍ରାପ୍ତି ଲକ୍ଷ୍ୟ। ନେଟ୍ ଋଣ ପରିମାଣ ୧୮, ୪୬୫ କୋଟି ରହିବ- ଅର୍ଥମନ୍ତ୍ରୀ। SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି। SCB ପାଇଁ ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ ହୋଇଛି।
ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ। ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ। ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ। ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ
ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା। ଫ୍ରି ଟ୍ରମା କେୟାର ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।