ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ବ୍ୟବସ୍ଥା ହୋଇଛି
ପ୍ରଥମ ଥର ପାଇଁ ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଛନ୍ତି, ଆଜି ଭାରତରେ ୨ଟି କରୋନା ଭ୍ୟାକ୍ସିନ୍ ଉତ୍ପାଦନ ହେଉଛି। ଆଉ ୨ଟି କରୋନା ଭ୍ୟାକ୍ସିନ୍ ମଧ୍ୟ ଖୁବଶୀଘ୍ର ଆସିବାର ଅଛି।
ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀ, ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ବିଜୟକୁ ପ୍ରଶଂସା କରିଛନ୍ତି। ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ସରକାର ବଦ୍ଧ ପରିକର ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ, ସ୍ୱଚ୍ଛ ଶାସନ, ସମସ୍ତଙ୍କ ପାଇଁ ବିକାଶ ଆମର ମୂଳ ଲକ୍ଷ୍ୟ। ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।