ମୁଖା

ଆସ ଆମେ ଖେଳିବା ଲୁଚକାଳି

ଯଦି ତୁମେ ଲୁଚିଯାଅ

ମୋ ହୃଦୟରେ

ତେବେ ଖୋଜିବା ମୋ ପାଇଁ

ନୁହେଁ ମୁସ୍କିଲ

କିନ୍ତୁ, ତୁମେ ଯେବେ ଲୁଚିଯାଅ

ନିଜ ମୁଖା ଭିତରେ

ତେବେ ନିରର୍ଥକ ଆମ

ଲୁଚକାଳି ଖେଳର କାହାଣୀ l

 

ତୁମ ଆଖିର ଆକାଶକୁ

ଡେଇଁ ପାରେ ନାହିଁ ବୋଲି

ସହିଛି ଯେତେସବୁ ଋତୁଙ୍କ ଯାତନା

ଜ୍ୟାମିତିର ଭୁଲ ଉପପାଦ୍ୟ ପରି

ତୁମ ପ୍ରେମ

ଦୂରସ୍ଥ ପର୍ବତରେ ତୁମେ ଆନମନା

ଦେଖ, ପରିବ୍ୟାପ୍ତି ଦିଗବଳୟରେ

ସ୍ପୁରିତ ଇନ୍ଦ୍ରଧନୁ ହସ

ସ୍ପର୍ଶ କିନ୍ତୁ ତୁମ ଶୀତଳତା ଆଣେ

ହେଲେ, ରୋମାଞ୍ଚିତ ଏଇ ମୋର ମନେ ଭରେ

ପ୍ରୀତିର ସନ୍ଦେଶ।

 

ନୀରବତାର ଓଠ ରଚୁଛି

ଶବ୍ଦର କୁହୁକ ସହର

ଅନ୍ଧାର ନିଶୁଣି ଚଢୁଛି ରାତ୍ରି

ନିଶବ୍ଦ ପଥ ପରିସର

ହଁ, ଏଥର କିନ୍ତୁ ସାଉଁଟିବାକୁ ହେବ

ଲିପି ଓ ଖୋଦେଇ ସମୟର

ଡେଇଁବାକୁ ହେବ ତୁମର ସେଇ

କୁହୁକ ଆଖିଠାର

ତୁମ ପ୍ରୀତି ତୁମ ରତି

ରଙ୍ଗୀନ ଚୌହଦୀ ସହର l

 

 

 

 

ଦେବଯାନୀ ରାୟ

ମୋ: ୯୪୩୭୪୧୩୩୧୪

You might also like