• translate

Literature & Culture Updates

ratnakara-chjaini
ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

କଟକ: ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ, ଅଧ୍ୟାପକ ତଥା ସମାଲୋଚକ ଓ ଉତ୍କଳ ସାହିତ୍ୟର ସମାଜର ପୂର୍ବତନ ସଭାପତି ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଆ ସାହିତ୍ୟର ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତିଘଟିଛି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର […]

Srutakirti-1
ଚକୋଲେଟ ଡେ'

ଜୋରଜୋରରେ ପାଦ ପକେଇ ଝଡ଼ ବେଗରେ ଆସି ଚେୟାର ଉପରେ ବସି ପଡିଲେ ସ୍ନିଗ୍ଧା l ସବୁଦିନ ଭଳି ଅଭିନନ୍ଦନ ବାର୍ତ୍ତା ତ ଦୂରେ ଥାଉ ଅର୍ଣ୍ଣବଙ୍କ ମୁହଁକୁ ସୁଦ୍ଧା ଅନେଇଲେ ନାହିଁ ସେ ସେଦିନ l ଏପର୍ଯ୍ୟନ୍ତ ଅର୍ଣ୍ଣବ କିଛି ହେଲେ ଠଉରେଇ ପାରୁ ନ ଥାନ୍ତି ଏଇ ଆକସ୍ମିକ ପରିବର୍ତ୍ତନ ପଛର ରହସ୍ୟ l (ପଢ଼ନ୍ତୁ ଶ୍ରୁତକୀର୍ତ୍ତି ତ୍ରିପାଠୀ ତ୍ରିପାଠୀଙ୍କର ଏହି ଗପ) ଅର୍ଣ୍ଣବ ବାବୁ ଓ ସ୍ନିଗ୍ଧା ମ୍ୟାମ୍‌ ଗୋଟିଏ ଅଫିସରେ କାମ […]

kathare-kathare-mahata-katha-omm
କି ନିଷ୍ଠୁର! ବିନା ଦୋଷରେ ‘ମିଠି’କୁ ପିଟି ପିଟି ମାରିଦେଲେ

ଜୀବଜନ୍ତୁଙ୍କ ଆଖିରେ ବି ଲୁହ ଅଛି। ସେମାନଙ୍କର ବି ରକ୍ତମାଂସର ଶରୀର। ସେମାନଙ୍କର ବି ବଞ୍ଚିବାର ଅଧିକାର ଅଛି। ତାଙ୍କୁ ଭଲ ପାଇଲେ ସେମାନେ ନିଜର ପାଲଟିଯା’ନ୍ତି। ଆଉ ହତାଦର କଲେ ସେମାନେ ବି ଅଭିଶାପ ଦିଅନ୍ତି। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ, ଯାହା ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ। ‘ମିଠି’କୁ ଭାରି ଭଲ ପାଉଥିଲା ଡମ୍ବରୁଧରଙ୍କ ପୁଅ ପ୍ରଶାନ୍ତ। ପ୍ରଶାନ୍ତ ଯାହା ଖାଏ ‘ମିଠି’ ପାଇଁ କିଛି ରଖିଥାଏ। ୪ଟା ବାଜିଲେ ‘ମିଠି’ କୋଉଠି ଥିବା […]

kathare-kathare-mahata-katha-omm
ଏ ହେଉଛି ପ୍ରକୃତ ସଫଳତାର ସୂତ୍ର

ଆପଣ କ’ଣ ଜୀବନରେ ହାରିଯାଇଛନ୍ତି କି ? ଆପଣ ନିଜକୁ ହତଭାଗ୍ୟ ଭାବୁଛନ୍ତି କି? ଆପଣ ଭାବୁଛନ୍ତି କି ସଫଳତା ଆପଣଙ୍କ ଭାଗ୍ୟରେ ନାହିଁ ବୋଲି। ଆପଣ ଯଦି ଜୀବନରେ ସଂଘର୍ଷ କରି ଶିଖିଛନ୍ତି ତେବେ ଏମିତି ଭାବିବା ହିଁ ଭୁଲ୍‌। କାରଣ ଆପଣଙ୍କ ପାଇଁ ଭଲ ଦିନ ଆସିବାକୁ ଆଉ ବେଶୀ ବିଳମ୍ବ ନାହିଁ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ ଆଉ ଜୀବନରେ ବିଫଳତା କ’ଣ ଭୁଲି ଯାଆନ୍ତୁ। ଥରେ ଜଣେ ବୌଦ୍ଧ ଭିକ୍ଷୁ ଜଙ୍ଗଲରେ […]

Karna
କର୍ଣ୍ଣ ଏତେ ମହାନ୍‌ ଧନୁର୍ଦ୍ଧର ହୋଇ ବି ଅର୍ଜୁନଙ୍କ ହାତରେ ବଧ ହେଲେ କାହିଁକି?

-ତାପସ ରଂଜନ ବେହେରା ମହାଭାରତ ଯୁଦ୍ଧର ଦୁଇ ମହାନ୍‌ ଯୋଦ୍ଧା ହେଉଛନ୍ତି କର୍ଣ୍ଣ ଏବଂ ଅର୍ଜୁନ। ଉଭୟ ଥିଲେ କୌନ୍ତେୟ, ଉଭୟ ବେଶ୍‌ ପରାକ୍ରମୀ ଥିଲେ। କର୍ଣ୍ଣ କୌରବଙ୍କ ପକ୍ଷରେ ଥିଲା ବେଳେ ଅର୍ଜୁନ ପାଣ୍ଡବଙ୍କ ପକ୍ଷରେ ଥିଲେ। ତେବେ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ଅଧିକ ପାରଙ୍ଗମ ଥିଲେ, ଆସନ୍ତୁ ଜାଣିବା। ଅର୍ଜୁନଙ୍କ ପାଖରେ ‘ଗାଣ୍ଡିବ’ ଧନୁ ଥିବା ଯୋଗୁ ତାଙ୍କୁ ‘ଗାଣ୍ଡିବଧାରୀ’ କୁହାଯାଏ । ଠିକ୍‌ ସେହିପରି  କର୍ଣ୍ଣଙ୍କ ପାଖରେ ମଧ୍ୟ ଏକ ଅଦ୍ଭୁତ ଧନୁ […]

kathare-kathare-mahata-katha-omm
ଈଶ୍ୱର ଯାହା ପାଖରେ ହାରି ଯାଇଥିଲେ

ସୁଦାମା ଓ କୃଷ୍ଣ ବାଲ୍ୟବନ୍ଧୁ ଥିଲେ। ହେଲେ ସୁଦାମା କୃଷ୍ଣଙ୍କୁ କେବେ ବି କିଛି ମାଗି ନ ଥିଲେ। ସୁଦାମାଙ୍କ ପାଇଁ କୃଷ୍ଣ ଥିଲେ ଭଗବାନ ବି ଆଉ ବନ୍ଧୁ ବି। ଯେତେବେଳେ ସୁଦାମା କୃଷ୍ଣଙ୍କୁ ଦେଖା କରିବାକୁ ଦ୍ୱାରକା ଯାଉଥିଲେ ସେତେବେଳେ ତାଙ୍କୁ ବହୁ ପଥକଷ୍ଟ ହେଉଥିଲା। ସୁଦାମାଙ୍କ ଗୋଡ଼ରେ କଣ୍ଟାରେ ଫୁଟି ରକ୍ତସ୍ରାବ ହେଉଥିଲା। ତଥାପି ବି ସେ କହୁଥିଲେ ‘ଜୟ ଶ୍ରୀକୃଷ୍ଣ’। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ ନାମ ଜପି ଜପି ସେ […]

ravana
ଲଙ୍କାପତି ରାବଣ ବି ପ୍ରଜାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନ ଥିଲା

– ଓମ୍‌ପ୍ରକାଶ ସାହୁ ଲଙ୍କାପତି ରାବଣ ପ୍ରଭୁ ରାମଚନ୍ଦ୍ରଙ୍କ ଶରାଘାତରେ ଭୂମିରେ ପଡ଼ି ଛଟପଟ ହେଉଥିଲା। ସେତିକିବେଳେ ପ୍ରଭୁ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। କହିଲେ, ‘ଜଣେ ମହାଜ୍ଞାନୀଙ୍କର ମହାପ୍ରୟାଣ ହେବାକୁ ଯାଉଛି। ଯଦି କିଛି ରାଜଧର୍ମ ଶିଖିବାର ଅଛି ତେବେ ତାଙ୍କ ପାଖକୁ ଯାଅ ଓ ସେ କ’ଣ କହୁଛନ୍ତି ଶୁଣ।’ ଲକ୍ଷ୍ମଣ ବଡ଼ଭାଇଙ୍କ ଆଦେଶ ପାଳନ କରି ରାବଣ ପାଖକୁ ଗଲେ। ଜୀବନର ଶେଷ ସମୟରେ ରାବଣ ମନେ ମନେ ଲକ୍ଷ୍ମଣଙ୍କ […]

Ajira-Anuchinta-1
ଦୁଃଖ ଓ ବିପଦ ସମୟରେ ଆଦୌ ଭାଙ୍ଗି ପଡ଼ନ୍ତୁ ନାହିଁ

ଦୁଃଖ ଓ ବିପଦ ସମୟରେ ଆଦୌ ଭାଙ୍ଗି ପଡ଼ନ୍ତୁ ନାହିଁ। ଦୁଃଖକୁ ଧୈର୍ଯ୍ୟ ଓ ସାହସର ସହିତ ମୁକାବିଲା କରନ୍ତୁ। ଆକାଶରେ କଳାବାଦଲ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସୂର୍ଯ୍ୟଙ୍କୁ ଢାଙ୍କି ଦିଏ। କିନ୍ତୁ ସେ ପୁଣି ସାରା ଦୁନିଆକୁ କିରଣ ଦିଅନ୍ତି। ସେମିତି ଆମ ଜୀବନଚକ୍ରରେ କିଛି ବି ସ୍ଥାୟୀ ନୁହେଁ। ଦୁଃଖ ପରେ ସୁଖ ଆସିବା ନିଶ୍ଚିତ। ଦୁଃଖକୁ ଏକ କଳାବାଦଲ ବୋଲି ଭାବନ୍ତୁ। ସେ ହଟିବା ନିଶ୍ଚିତ। ଆଦୌ ଭୟ କରନ୍ତୁ ନାହିଁ। […]

folded hands
ପଛ ବେଞ୍ଚରେ ବସୁଥିଲା, ଏମତି ଏକ ଘଟଣା ସବୁ କିଛି ବଦଳାଇଦେଲା

– ଓମ୍‌ପ୍ରକାଶ ସାହୁ ଦୁଃଖ ଭିତରେ ହିଁ ସୁଖର ସତ୍ତା ରହିଛି। ଦୁଃଖକୁ ଭୋଗି ପାରିଲେ ହିଁ ସୁଖର ବାଟ ଖୋଲିଯାଏ। ସର୍ବଶକ୍ତିମାନଙ୍କ ଦ୍ୱାର ଦୂର ହୋଇପାରେ ମାତ୍ର ଦୁଷ୍ପ୍ରାପ୍ୟ ନୁହେଁ। ଆପଣ ଯଦି ସତ୍‌ପଥରେ ଥିବେ, ଆପଣଙ୍କର କର୍ମ ଯଦି ସତ୍‌ ଥିବ ତେବେ ସେ ଆପଣଙ୍କ ପାଇଁ ନିଶ୍ଚିତ ଏକ ସୁଯୋଗ ସୃଷ୍ଟି କରିବେ। କିନ୍ତୁ ସେଥିପାଇଁ ଆପଣଙ୍କର ଧୈର୍ଯ୍ୟ ଆଉ ବିଶ୍ୱାସ ଦରକାର । ଏଠାରେ ଏକ ସୁନ୍ଦର ଗଳ୍ପ ପଢ଼ନ୍ତୁ ..ଏହା […]

Ajira-Anuchinta-1
ଜୀବନରେ କେବେ ବି ଭାଗ୍ୟବାଦୀ ହୁଅ ନାହିଁ

‘ଭାଗ୍ୟ’ର ଅନ୍ୟନାମ ନୈରାଶ୍ୟ। ଜୀବନରେ କେବେ ବି ଭାଗ୍ୟବାଦୀ ହୁଅ ନାହିଁ। ଆପଣ ଯେବେ କର୍ମ ନକରି ‘ଭାଗ୍ୟ’ ଉପରେ ଭରସା କରିବେ ସେ ଆପଣଙ୍କୁ ଧୋକା ଦେବ ହିଁ ଦେବ। କିନ୍ତୁ ‘କର୍ମ ’ଉପରେ ଧ୍ୟାନ ଦେଲେ ସେ ଆପଣଙ୍କୁ କାହିଁ କେତେଗୁଣା ଉପରକୁ ଉଠାଇନେବ।  ‘ଭାଗ୍ୟ ’ ଏକ ଫମ୍ପା ମାଠିଆ ସଦୃଶ। ତୃଷ୍ଣା ମେଣ୍ଟାଇବାକୁ ଫମ୍ପା ମାଠିଆକୁ ଭରସା କରିବା ଯାହା, ‘କର୍ମ’ ନ କରି ଫଳପ୍ରାପ୍ତି ପାଇଁ ‘ଭାଗ୍ୟ’କୁ ଆଦରିବା ତାହା।

father
ଆଜିର ଅନୁଚିନ୍ତା: ଭୁଲ ବୁଝିଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଗଲାଣି, ଏ ପାପର ପ୍ରାୟଶ୍ଚିତ କାହିଁ ?

-ଓମ୍‌ପ୍ରକାଶ ସାହୁ ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମଂ ତପ ପିତରି ପ୍ରିତିମା ପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ ସଂସ୍କୃତରେ କୁହାଯାଏ ପିତା ହେଉଛନ୍ତି ସ୍ୱର୍ଗ, ସେ ହେଉଛନ୍ତି ଧର୍ମ। ସେ ସବୁ ଦେବଦେବୀଙ୍କ ଠାରୁ ଊର୍ଦ୍ଧ୍ୱରେ। ବାପା ହେଉଛନ୍ତି ଦୟାସାଗର। ଉପରେ ଉପରେ ଯେତେ ଗାଳିଗୁଲଜ କରୁଥିଲେ ମଧ୍ୟ ବାପାଙ୍କ ହୃଦୟର ସ୍ନେହ ଓ ଭଲ ପାଇବାକୁ ମାପିବାକୁ କିଛି ମାପକାଠି ନାହିଁ। ତାଙ୍କର ବିକଳ୍ପ କେହି ବି ହୋଇପାରିବେ ନାହିଁ। ପିଲାମାନେ ବଡ଼ […]

abortion
ଆଜିର ଅନୁଚିନ୍ତା: ହରିବାବୁ କରିଥିଲେ ଏହି ଭୁଲ୍‌, ସାରା ଜୀବନ ପଶ୍ଚାତାପ କଲେ

-ଓମ୍‌ପ୍ରକାଶ ସାହୁ ମଣିଷ ଜୀବନ ସାରା ବହୁତ ଭୁଲ୍‌ କରିଥାଏ। ହେଲେ ଗୋଟିଏ ଗୋଟିଏ ଭୁଲ୍‌ ପାଇଁ ସାରା ଜୀବନ ପସ୍ତାଇବାକୁ ପଡ଼ିଥାଏ। ଭୁଲ୍‌ ଠିକ୍‌ ବିଚାର କରିବାର ଶକ୍ତି ମଣିଷର ଥିବାରୁ ତାକୁ ସବୁଠୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ। ତଥାପି ମଣିଷ ଏମିତି ଭୁଲ୍‌ ପରେ ଭୁଲ୍ କରି ଚାଲିଛି। ମଣିଷ ଜନ୍ମ ଦୁର୍ଲଭ। ଅନ୍ତତଃ କାହାର କିଛି କ୍ଷତି କରିବା, କାହାକୁ ଠକିବା ପୂର୍ବରୁ, କିଛି ଅନ୍ୟାୟ ଅନୀତି କରିବା ପୂର୍ବରୁ ଦୁଇ […]

God shows the way
ଆଜିର ଅନୁଚିନ୍ତା: ଈଶ୍ୱରଙ୍କୁ ଦେଖିହୁଏ ନାହିଁ, କିନ୍ତୁ ବିଶ୍ୱାସ କଲେ ସେ ରାସ୍ତା ଦେଖାନ୍ତି

– ଓମ୍‌ପ୍ରକାଶ ସାହୁ   ଈଶ୍ୱର ସବୁଠି ବିଦ୍ୟମାନ। ତାଙ୍କୁ ଦେଖିହୁଏ ନାହିଁ । କିନ୍ତୁ ଅନୁଭବ କରିହୁଏ। ତେଣୁ ବିଶ୍ୱାସେ ମିଳନ୍ତି ହରି ବୋଲି କୁହାଯାଏ। ଅର୍ଥାତ୍ ମଣିଷ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ନିକଟରେ ସମର୍ପିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରିପାରିବ ନାହିଁ । ଈଶ୍ୱରୀୟ ସତ୍ତା ଅନୁଭବ କରିବାର ତୃଷ୍ଣା ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ କିଛି ବି ସମ୍ଭବ ନୁହେଁ। ବିନା ବିଶ୍ୱାସରେ ମନ୍ତ୍ର […]

father and mother
ଆଜିର ଅନୁଚିନ୍ତା: ବାପା ମା’ ସାକ୍ଷାତ ଈଶ୍ୱର, ତାଙ୍କୁ ଅବେହଳା କଲେ ମିଳିବ ଏମିତି ଦଣ୍ଡ

– ଓମ୍‌ପ୍ରକାଶ ସାହୁ ଆମେ ଈଶ୍ୱରଙ୍କୁ କେବେ ଦେଖିନୁ। କିନ୍ତୁ ‘ସାକ୍ଷାତ ଈଶ୍ୱର’ ଙ୍କ ସେବା ଯତ୍ନରେ ବଡ଼ ହୋଇଛୁ। ଆପଣ ଯେତେବେଳେ ଦୁଃଖରେ ପଡ଼ନ୍ତି ସେତେବେଳେ କେବଳ ବାପା ମା’ ହିଁ ଭାଙ୍ଗି ପଡ଼ନ୍ତି ଆଉ ଆପଣଙ୍କ ପାଇଁ ପ୍ରାର୍ଥନା କରନ୍ତି। ଆପଣକୁ ଯେଉଁମାନେ ଜନ୍ମ ଦେଇଛନ୍ତି ତାଙ୍କୁ ଅଣଦେଖା କରିବାର ଫଳ ନିଶ୍ଚୟ ଭୋଗିବାକୁ ପଡ଼ିବ। ଏପରି ନ ହେଲେ ,ଏ ଦୁନିଆରୁ ନ୍ୟାୟ କୁଆଡ଼େ ହଜିଯିବ। ବାପା ମା’ଙ୍କ ମନରେ କଷ୍ଟ ଦେଲେ […]

tiger and monk
ଆଜିର ଅନୁଚିନ୍ତା: ସୁକର୍ମର ଫଳ ଆଶୀର୍ବାଦ ଆକାରରେ ମିଳେ

-ଓମ୍‌ପ୍ରକାଶ ସାହୁ ଓଡ଼ିଆରେ କୁହାଯାଏ କର୍ମ ଘେନି ଫଳ। ଏଥିରେ ଦ୍ୱିମତ ହେବାର ନାହିଁ । ଏହା ସବୁ ଧର୍ମର ସାର କଥା। ଆପଣ ଜୀବନରେ ଯଦି ଗୋଟିଏ ବି ଭଲ କାମ କରିଥିବେ ତାହାର ପ୍ରତିଦାନରେ ଆପଣଙ୍କୁ ସୁଫଳ ମିଳିବ। ଏଠାରେ ଜାପାନର ଜଣେ ବୌଦ୍ଧ ସଂସ୍କାରକଙ୍କ କଥା ଉଲ୍ଲେଖ କରାଯାଇପାରେ। ତାଙ୍କ କହିବାନୁଯାୟୀ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଯାହା କିଛି କରେ ତାହା ସୁକର୍ମ ଓ କୁକର୍ମ ଦୁଇ ଭାଗରେ ବିଭକ୍ତ ହୁଏ। […]

Ajira-Anuchinta
ଆଜିର ଅନୁଚିନ୍ତା: ଈଶ୍ୱରଙ୍କ ଦରବାରରେ ସମସ୍ତେ ସମାନ, ସେ ପାତର ଅନ୍ତର କରନ୍ତି ନାହିଁ

-ଓମ୍‌ପ୍ରକାଶ ସାହୁ ଆପଣ ଅଫିସର ହୋଇଥା’ନ୍ତୁ କି ଜମିଦାର । ଈଶ୍ୱରଙ୍କ ଦରବାରରେ ସମସ୍ତେ ସମାନ। ଆପଣ ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ଆପଣଙ୍କ କର୍ମଫଳ ଆଉ କେହି ଭୋଗ କରିବେ ନାହିଁ । ଈଶ୍ୱର ଲାଞ୍ଚ ନିଅନ୍ତି ନାହିଁ କି ପାତର ଅନ୍ତର କରନ୍ତି ନାହିଁ। ଆପଣ ତାଙ୍କୁ ଲାଞ୍ଚ ଦେଲେ ବି ସେ ନେବେ ନାହିଁ। କାରଣ ସେ ବ୍ୟବସ୍ଥା ବି ସେ କରି ନାହାନ୍ତି । ଆପଣ ଯଦି ଅନ୍ୟକୁ […]

friend
ଆଜିର ଅନୁଚିନ୍ତା: ଆପଣଙ୍କୁ ଧୋକା ଦେଇଥିବା ଲୋକଟି ଆପଣଙ୍କ ଉନ୍ନତିର ଭିତ୍ତି!

(ଓମ୍‌ପ୍ରକାଶ ସାହୁ) ଆପଣ ଜୀବନରେ କେବେ ଧୋକା ଖାଇଛନ୍ତି ? ଆଉ ସେଥି ପାଇଁ ସେମାନଙ୍କୁ ଆପଣ ନିଜର ଶତ୍ରୁ ଭାବେ ବିବେଚନା କରୁଛନ୍ତି? ମନେ ରଖନ୍ତୁ, ସେଇ ଧୋକାବାଜ୍‌ ବନ୍ଧୁମାନେ ଆପଣ ଉନ୍ନତିର ମୂଳ ଭିତ୍ତି ବି ହୋଇପାରନ୍ତି? ସେଇମାନେ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ସୃଷ୍ଟି କରନ୍ତି। ଅନ୍ୟର ଧୋକାବାଜି ପାଇଁ ଆପଣ କେବେ ନିଜ ଜୀବନକୁ ତୁଚ୍ଛ ମନେ କରିଛନ୍ତି କି? ଆପଣଙ୍କ ଅନେକ ସମସ୍ୟାର ସମାଧାନ କରିଦେଇପାରେ ଏହି ସୁନ୍ଦର […]

ଆଜିର ଅନୁଚିନ୍ତା
ଆଜିର ଅନୁଚିନ୍ତା: ସମସ୍ତଙ୍କ ଜୀବନରେ ଦୁଃଖ ଆସେ, ହେଲେ ଦୁଃଖ ଚିରସ୍ଥାୟୀ ନୁହେଁ

(ଓମ୍‌ ପ୍ରକାଶ ସାହୁ) ଆପଣ ଭଗବାନଙ୍କୁ ଭୁଲ୍‌ ବୁଝୁଛନ୍ତି କି ? କାହିଁକି ? ସେ ଅନ୍ୟମାନଙ୍କୁ ଭଲରେ ରଖି ଆପଣଙ୍କୁ ଦୁଃଖରେ ରଖିଛନ୍ତି ବୋଲି? ଯଦି ଏମିତି ଭାବୁଛନ୍ତି ତା ହେଲେ ଆପଣ ଭୁଲ କରୁଛନ୍ତି। କାରଣ ଏହା ସତ୍ୟ ଯେ ଭଗବାନ ଆପଣଙ୍କୁ ଭଲ ପା’ନ୍ତି। ନ ହେଲେ ସେ ଆପଣଙ୍କୁ ଜୀବନରୂପୀ ଏକ ଅଦେଖା ରତ୍ନ ଦେଇଛନ୍ତି କାହିଁକି? ଭଗବାନଙ୍କ ବ୍ୟତୀତ ଆପଣଙ୍କୁ ଏହି ଅମୂଲ୍ୟ ରତ୍ନ ଆଉ କେହି ଦେଇପାରିବେ ନାହିଁ। […]

bhagavad-gita
କାହିଁକି କୁହାଯାଏ 'ବୁଝ୍ ନ ବୁଝୁ ପଢ଼ ଗୀତା' ?

ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା I ସରଳ ଭାଷାରେ ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯାହା ଆଜିକାଲିର ବ୍ୟସ୍ତବହୁଳ ଓ ଜଂଜାଳମୟ ଦୁନିଅାରେ ସହଜେ ମିଳେ ନାହିଁ I ଏଠାରେ ଗୀତା କହିଲେ କେବଳ ହିନ୍ଦୁ ଧର୍ମର ଭଗଵତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି […]