• translate

Literature & Culture Updates

3
ହନୁମାନ ଜୟନ୍ତୀ : ଜାଣନ୍ତୁ ମହାବୀରଙ୍କ ଜନ୍ମକଥା

ମହାବୀର ହନୁମାନ ଏପରି ଏକ ଦେବତା ଯିଏ କି କଳିଯୁଗରେ ମଧ୍ୟ ପୃଥିବୀରେ ବିଦ୍ୟମାନ ଅଛନ୍ତି।  ଭଗବାନ ହନୁମାନଙ୍କୁ ପୂଜାକରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ଭୟରୁ ମୁକ୍ତି ପାଇଥାଏ। ହନୁମାନଙ୍କୁ ପୂଜା କରିବା ଦ୍ଵାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ। ଚଳିତ ବର୍ଷ ମହାବୀର ହନୁମାନଙ୍କର ଜନ୍ମ ବାର୍ଷିକୀ ୨୭ ଏପ୍ରିଲ (ମଙ୍ଗଳବାର)ରେ ପାଳନ କରାଯିବ। ଭକ୍ତମାନେ ପୂର୍ଣ୍ଣ ଭକ୍ତି ସହିତ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହିଦିନ, ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନେ […]

Untitled-1
ଚାଣକ୍ୟ ନୀତି : ‘ବିଦ୍ୟା’ କାମଧେନୁ ଭଳି ହୋ‍ଇଥାଏ

ଚାଣକ୍ୟ ନୀତି କେବଳ ଭାରତ ନୁହେଁ ସାରା ଦୁନିଆଁରେ ମଧ୍ୟ ଲୋକପ୍ରିୟ। ଚାଣକ୍ୟଙ୍କ ଅନେକ ନୀତି ରହିଛି ଯାହା ଜଣେ ବ୍ୟକ୍ତିକୁ ଏକ କଠିନ ସମୟରେ ମଧ୍ୟ ସହଯୋଗ କରିପାରିବ। ଏହିସବୁ ନୀତି ବ୍ୟକ୍ତିକୁ ଧୈର୍ଯ୍ୟ ଦେବା ସହ ଆଗକୁ ବଢିବାରେ ପ୍ରେରଣା ଦେଇଥାଏ। ବ୍ୟକ୍ତି ଭଲ ଓ ମନ୍ଦ ମଧ୍ୟରେ ଫରକ ଜାଣିବାରେ ସକ୍ଷମ ହୋଇଥାଏ। ସୁଖ ଓ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ନୀତି […]

Untitled-1
ଦୋକାନ ଘର ନିର୍ମାଣ କରୁଥିଲେ କେଉଁ କେଉଁ ବାସ୍ତୁ ପ୍ରତି ଧ୍ୟାନ ଦେବେ

ବାସ୍ତୁ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଶାସ୍ତ୍ର। ଆଜିକାଲି ଏହା ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଲୋକେ ବାସଗୃହ ହେଉ କି ବ୍ୟବସାୟ ପ୍ରତିଷ୍ଠାନ ସବୁଥିରେ ଏହାର ଉପଯୋଗ କରିବା ଦେଖାଯାଉଛି। ବ୍ୟବସାୟିକ ପ୍ରତିଷ୍ଠାନ କହିଲେ ଦୋକାନ, ଶିଳ୍ପାୟନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍, ଡାକ୍ତରଖାନା ବା ନର୍ସିଂହୋମ ଆଦିକୁ ବୁଝାଏ। ତେବେ ଏ ସବୁ ନିର୍ମାଣରେ ଯଦି ବାସ୍ତୁଦୋଷ ରହିଯାଏ ତେବେ ଉକ୍ତ ଅନୁଷ୍ଠାନ ଚାଲିବା କଷ୍ଟକର ହୋଇଯାଏ। ଏପରିକି କି ବ୍ୟବସାୟ ବନ୍ଦ ମଧ୍ୟ ହୋଇଯାଏ। […]

3
ମଙ୍ଗଳବାର ହନୁମାନଙ୍କ ପ୍ରତିମାରେ କାହିଁକି ଚଢାଯାଏ ସିନ୍ଦୂର?

ରାମ ଭକ୍ତ ହନୁମାନ ନିଜ ଭକ୍ତମାନଙ୍କ ସବୁ କଷ୍ଟ ଓ ସମସ୍ୟାକୁ ସହଜରେ ଦୂର କରିଥାନ୍ତି। ଏହା ବିଶ୍ଵାସ ରହିଛି ଯେ ଭଗବାନ ହନୁମାନ ଖୁବ୍ ଶୀଘ୍ର ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ତାଙ୍କ ପୂଜାପାଠରେ ସେପରି କିଛି ଆଡମ୍ବର କରିବାକୁ ପଡେନି।  କେବଳ ମଙ୍ଗଳବାର ହନୁମାନଙ୍କ ପୂଜା ପରେ ଅମୃତବାଣୀ ବା ଶ୍ରୀ ହନୁମାନ ଚାଳିଶା ପଢିଦେଲେ ହିଁ ବଜରଙ୍ଗବାଲି ପ୍ରିତ ହୋଇଯାଆନ୍ତି ଓ ଭକ୍ତମାନଙ୍କ ମନସ୍କାମନା ପୂରଣ କରନ୍ତି। ଏମିତି ତ ହିନ୍ଦୁ ଧର୍ମରେ […]

Untitled-1
ସୂର୍ଯ୍ୟ-ଚନ୍ଦ୍ରର ସମନ୍ୱୟ ରାମ

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗ ଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‍ଇଡା ଓ ପିଙ୍ଗଳା ନାଡି ସହିତ ସଂଯୁକ୍ତ। ‘ରା’ର ଉଚ୍ଚାରଣରେ ଉଷ୍ମ ବାୟୁ ନିଷ୍କାସନ ହୋଇଥାଏ। ‍ପିଙ୍ଗଳା ନାଡିକୁ ସୂର୍ଯ୍ୟ ନାଡି କୁହାଯାଉଥିବାରୁ ଏହି […]

bhagwan-ram
ରାମନବମୀରେ ପାଞ୍ଚଗ୍ରହର ଶୁଭ ସଂଯୋଗ : ୨୦୧୩ ପରେ ବୃହସ୍ପତିକାରକ ଯୋଗ

ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ଧରାବତରଣ କରିଥିଲେ ଯୁଗପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ଏହି ଦିନକୁ ରାମନବମୀ କୁହଯାଉଥିବା ବେଳେ ଭଗବାନ ରାମଙ୍କ ଜନ୍ମଦିନ ରୂପରେ ପାଳନ କରାଯାଏ । ଚଳିତ ବର୍ଷ ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥି ୨୧ ଏପ୍ରିଲରେ ପଡ଼ୁଛି । ଆଉ ଏହି ଦିନ ନଅ ବର୍ଷ ପରେ ପାଞ୍ଚ ଗ୍ରହଙ୍କର ଶୁଭ ସଂଯୋଗ ମଧ୍ୟ ରହିଛି । ପୌରାଣିକ କଥାନୁସାରେ ମଧ୍ୟାହ୍ନ ୧୨ଟାରେ  କର୍କଟ ଲଗ୍ନରେ ଏବଂ […]

1
ଆପଣଙ୍କ ହାତରେ ଏହିସବୁ ଚିହ୍ନ ଅଛି କି? ତେବେ ଆପଣ ଭାଗ୍ୟଶାଳୀ

ହସ୍ତରେଖା କେବଳ ଯେ ଭାରତ ନୁହେଁ ବରଂ ସାରା ଦୁନିଆରେ ବହୁତ ଲୋକପ୍ରିୟ। ଲୋକ ବିଶ୍ୱାସ ରହିଛି ଯେ ମଣିଷର ହାତରେ ହିଁ ବହୁତ ରହସ୍ୟ ଲୁଚି ରହିଛି। ଯଦି ଆପଣଙ୍କ ପାଖରେ ହସ୍ତରେଖା ପଢିବାର ଦକ୍ଷତା ରହିଛି ତେବେ ଆପଣ ନିଜ ଜୀବନ ସହିତ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଲକ୍ଷଣ ବିଷୟରେ  ଜାଣି ପାରିବେ। ହସ୍ତରେଖା ଦ୍ୱାରା ନା ଯେ କେବଳ ମଣିଷର ଚରିତ୍ର ବା ସ୍ୱଭାବ ଜଣାଯାଏ ବରଂ ଭବିଷ୍ୟତକୁ ନେଇ ମଧ୍ୟ […]

weaght-loss---Ko
ବ୍ରତ ପାଳି କମାନ୍ତୁ ଓଜନ

ଚୈତ୍ର ନବରାତ୍ର ୧୧ ତାରିଖରୁ ଆରମ୍ଭ ହୋଇଯାଇଛି। ନବରାତ୍ରରେ ମା ଦୁର୍ଗାଙ୍କ ୯ଟି ସ୍ୱରୂପଙ୍କୁ ପୂଜା କରାଯାଏ। ନବରାତ୍ରରେ ମା ଦୁର୍ଗାଙ୍କୁ ସନ୍ତୋଷ କରିବା ନେଇ ଭକ୍ତମାନେ ୯ ଦିନ ପାଇଁ ବ୍ରତ ମଧ୍ୟ ରଖିଥାଆନ୍ତି। ଏହି ସମଯରେ ଏହା ମଧ୍ୟ ଜରୁରୀ ଯେ ବ୍ରତଧାରୀମାନେ ଏଭଳି କିଛି ଫଳ ବା ପନିପରିବା ଖାଇବା ଦରକାର ଯାହା ଦ୍ୱାରା ଶରୀରରେ ଜଳିୟ ଅଂଶର ଅଭାବ ହେବନି। ବର୍ତ୍ତମାନ ଗରମର ପ୍ରଭାବ ମଧ୍ୟ ଆରମ୍ଭ ହୋଇଯାଇଛି। ତେଣୁ ଶରୀରକୁ […]

Untitled-1
କୁଆଡ଼େ ଗଲା ଶ୍ରୀଗଣେଶଙ୍କ ପ୍ରକୃତ ମସ୍ତକ?

ବୁଧବାର ପୂରା ବିଧି ଅନୁସାରେ ବିଘ୍ନବିନାଶୟ ଗଣେଶଙ୍କ ପୂଜା କରାଯାଏ। ଭଗବାନ ଗଣେଶ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଓ ସେମାନଙ୍କ ମନସ୍କାମନା ପୂରଣ କରନ୍ତି। ହିନ୍ଦୁମାନଙ୍କର ବିଶ୍ୱାସ ଯେ କୌଣସି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରିବା ଜରୁରୀ। ଗଣେଶ ପ୍ରତ୍ୟେକଙ୍କର ଦୁଖ ହରଣ କରନ୍ତି। କୁହାଯାଏ ଯେ ପ୍ରଥମ ପୂଜନୀୟ ଗଣେଶଙ୍କୁ ଶ୍ରଦ୍ଧା ଭାବରେ ପୂଜାକଲେ ଘରେ ସୁଖ ସମୃଦ୍ଧି ତ ଆସେ ଏହା ସହିତ ଘର ଧନଧାନ୍ୟରେ […]

vastu (2)
ନୂଆ ଘର କରୁଛନ୍ତି କି ? କେଉଁ ଦିଗକୁ ରଖିବେ ମୁଖ୍ୟ ଦ୍ୱାର

ଭାରତୀୟ ପରମ୍ପରା ହେଉଛି ଶାସ୍ତ୍ରୀୟ ପରମ୍ପରା। ଅନ୍ୟାନ୍ୟ ଶାସ୍ତ୍ର ମଧ୍ୟରେ ବାସ୍ତୁଶାସ୍ତ୍ର ମଧ୍ୟ ଗୋଟିଏ ପ୍ରମୁଖ ଅଂଶ। ଗୃହ ନିର୍ମାଣର ନୀତି ନିୟମ ଏହି ଶାସ୍ତ୍ରରୁ ଜଣାଯାଏ। ଏ ସବୁର ଉପଲବ୍ଧି ଅନେକ ବାସ୍ତୁଶାସ୍ତ୍ରରେ ରହିଛି। ଭବନ ଭାସ୍କର ଓ ବିଶ୍ୱକର୍ମା ପ୍ରକାଶ ସେଥି ମଧ୍ୟରୁ ଅନ୍ୟତମ। ବାସ୍ତୁ ଅନୁସାରେ ଗୋଟେ ଆଦର୍ଶ ଗୃହର ମୁଖ୍ୟ ଦ୍ୱାର କେବଳ ପୂର୍ବ ବା ଉତ୍ତର ଦିଗରେ ହେବା ଉଚିତ। ଘରର ନିମ୍ନଭାଗ ପୂର୍ବ, ଉତ୍ତର ବା ପୂର୍ବ-ଉତ୍ତର(ଐଶାନ କୋଣ)ରେ […]

asaranti
କଳ୍ପନା-ବାସ୍ତବତାର କୋହରାଗ : ରକ୍ଷକ ନାୟକଙ୍କ "ଅସରନ୍ତି ଅନ୍ତାକ୍ଷରୀ"

କବିତା ହେଉଛି କବିର ଆତ୍ମଦର୍ପଣ । ଆତ୍ମମଗ୍ନତା ଓ ବିଚ୍ଛୁରଣର ଶାବ୍ଦିକ ରୂପ । ସ୍ପନ୍ଦନ ଭୂମିରେ କବି ଶବ୍ଦ, ସୀମା, କାଳ ଓ ବ୍ୟକ୍ତି ସବୁକୁ ଡେଇଁଯାଏ । ସେଇଠୁ ଆରମ୍ଭ ହୁଏ ଅସୀମତାର ସୀମା ଏବଂ କବିର ସ୍ୱପ୍ନ…

graha-chalana
ଗ୍ରହମାନଙ୍କ ବକ୍ରୀ ଚଳନରେ ଲାଭ-କ୍ଷତି

ହିନ୍ଦୁ ଜ୍ୟୋତିଷ ବିଜ୍ଞାନ ଅନୁସାରେ ନବ ଗ୍ରହ କଥା ଆମେ ଜାଣିଛେ। ଗ୍ରହମାନଙ୍କର ଅନେକଗୁଡ଼ିଏ ସ୍ଥିତି ଥାଏ। ଏହା ମଧ୍ୟରୁ ଗତି ଅନୁସାରେ ମୁଖ୍ୟତଃ ତିନୋଟି ସ୍ଥିତି ମିଳେ। ତାହାହେଲା ମାର୍ଗି, ବକ୍ରୀ ଓ ଅତିଚାରୀ। ଗ୍ରହ ଯେତେବେଳେ ସାମନ୍ୟ ଗତିରେ ଭ୍ରମଣ କରେ ତେବେ ଆମେ ତାକୁ ମାର୍ଗି ବୋଲି କହିଥାଉ। ଯେତେବେଳେ ତୀବ୍ର ଗତିରେ ଚାଲେ ତାହାକୁ ଆମେ ଅତିଚାରୀ ବୋଲି କହିଥାଉ। ଆଉ ଯେତେବେଳେ ସେହି ତୀବ୍ରତାରେ ସେମାନେ ବିପରୀତ ଗତିରେ ଚଳନ […]

Worship
ପୂଜାସ୍ଥଳରେ ରଖନ୍ତୁ ଏହି 5ଟି ଜିନିଷ : କେବେବି ଅଭାବ ରହିବନି

ପ୍ରତ୍ୟେକ ହିନ୍ଦୁ ଘରେ କିଛି ଥାଉ କି ନ ଥାଉ ଛୋଟ ଠାକୁର ଘରଟେ ବା ମନ୍ଦିରଟିଏ ନିଶ୍ଚିତ ଥିବ। ଏହି ଯାଗାରେ ବସି ଆମର ସବୁ ଦୁଖ ଓ ଦୁର୍ଦ୍ଦଶାକୁ ଆମେ ଭୁଲିଯାଇଥାଉ। ଏହିଠାରୁ ହିଁ ପୂରା ଘରେ କୃପାର ବର୍ଷା ହୋଇଥାଏ। ପୂଜା ସ୍ଥଳରେ କିଛି ସ୍ୱତନ୍ତ୍ର ଜିନିଷ ରଖିଲେ ସର୍ବଦା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ସେଭଳି କିଛି ଜିନିଷ ବିଷୟରେ ଜାଣିନେବା। ମୟୂର […]

Religion
ହିନ୍ଦୁ ନୂଆବର୍ଷର ଭବିଷ୍ୟବାଣୀ: କରୋନା ବିଲୁପ୍ତ ହେବ

ହିନ୍ଦୁ ନୂଆବର୍ଷ ୧୩ ଏପ୍ରିଲ ୨୦୨୧ରେ ବିକ୍ରମ ସମ୍ବତ ୨୦୭୮ରେ ପାଳନ ହେବ। ନୂଆବର୍ଷର ପ୍ରବେଶରେ ନୂଆ ଉତ୍ସବ ବି ଆରମ୍ଭ ହେବ। ମୋଟ୍ ୬୦ଟି ସମ୍ବତ୍ସର ଥିବା ହିନ୍ଦୁ ଶାସ୍ତ୍ର କହିଛି। ହିନ୍ଦୁ ନବବର୍ଷ ୨୦୭୮ରେ ଏଥର ୯୦ ବର୍ଷ ପରେ ଏକ ଅଦ୍ଭୁତ ସଂଯୋଗ ସୃଷ୍ଟି ହେବାକୁଯାଉଛି। ତେବେ ଆସନ୍ତୁ ଜାଣିବା ଏହି ସଂଯୋଗ ଆମ ପାଇଁ ସୁଖକର ହେବ ନା ଦୁଖଦାୟକ ହେବ। ସମ୍ବତ୍ସର ଅର୍ଥ ୧୨ମାସର ଏକ ଅବଧି। ସୂର୍ଯ୍ୟ ସିଦ୍ଧାନ୍ତ […]

Story-ko
କରୋନାରେ କରୁଣାର ଅପମୃତ୍ୟୁ

ସକାଳୁ ସକାଳୁ ପେଟ ଚାଖଣ୍ଡକ ପାଇଁ ରାସ୍ତାକଡରେ ଅଖାପାଲ ପକାଇ ପରିବା ଦୋକାନ ଖୋଲି ଗରାଖ ଇଶ୍ୱରଙ୍କୁ ଅନିଶା କରୁଥାନ୍ତି ବୁଢା ପରିବା ଦୋକାନୀ ଜଣକ। ଅଖାପାଲରେ ଆଳୁ ପିଆଜ ସହ ଦଣ୍ଡି,ବଟକରା ସଜେଇ ରଖିଥାନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା…

Dress-of-a-farmer
ଚାଷୀର ପୋଷାକ

ଅମରେଶ ବିଶ୍ୱାଳ ଜଣେ ସାମ୍ବାଦିକ ବନ୍ଧୁ, ଅନେକ ଦିନ ତଳେ ଜଣେ ସମ୍ପାଦକଙ୍କ ପାଖରେ କାମ କରିବାର ସୁଯୋଗ ପାଇଥିଲେ। ସେ ସମୟରେ ପଶ୍ଚିମ ଓଡ଼ିଶାରେ ‘ଧାନମଣ୍ଡି’ ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଥିଲା। (ଏବେବି ଚାଲିଛି) ଖବର ପ୍ରସାରଣ ବେଳେ…

satyananda-swain-book
ଭୀମ ଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ର ଇଂରାଜୀ ଅନୁବାଦ ଉନ୍ମୋଚିତ

ଭୁବନେଶ୍ୱର: ମହିମାଧର୍ମର ପ୍ରସିଦ୍ଧ କବି ଭୀମ ଭୋଇଙ୍କ ରଚିତ ‘ସ୍ତୁତି ଚିନ୍ତାମଣି’ର ଇଂରାଜୀ ଅନୁବାଦ ପୁସ୍ତକ ପ୍ରକାଶ ପାଇଛି। ବହିଟିକୁ ମହିମାଧର୍ମ ଗବେଷକ ତଥା ଅବସରପ୍ରାପ୍ତ ଇଂରାଜୀ ଭାଷା ସାହିତ୍ୟ ବିଭାଗର ପ୍ରଫେସର ଡ. ସତ୍ୟାନନ୍ଦ ସ୍ୱାଇଁ ଲେଖିଛନ୍ତି। ନ୍ୟାନସାଲ୍‌ ଟ୍ରଷ୍ଟ…

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଭୁବନେଶ୍ୱର: ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗ ଦେଇଥିଲେ। ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ପୁରା ଜୀବନକାଳ କଟିଥିଲା। ‘ଜହ୍ନମାମୁଁ’ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ […]

thumb
ଆଧୁନିକ ପରିଧାନରେ ସମ୍ବଲପୁରୀ ପୋଷାକର ଚାହିଦା

(ଲିପ୍‌ସା ପଟେଲ) ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଉତ୍କର୍ଷତା ପାଇଁ ହିଁ ଓଡ଼ିଶାର ଅନ୍ୟ ନାମ ଉତ୍କଳ। ଯଦି ହସ୍ତଶିଳ୍ପ କଳାର ଆଲୋଚନା କରାଯାଏ ତେବେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ବୟନଶିଳ୍ପ ଦେଖିବାକୁ ମିଳେ। କିଛି ଉଲ୍ଲେଖଯୋଗ୍ୟ ବୟନଶିଳ୍ପ ମଧ୍ୟରେ ସମ୍ବଲପୁରୀ, ସୋନପୁରୀ ପାଟ, ବ୍ରହ୍ମପୁରୀ ପାଟ ଯୋଡ, ଖୋର୍ଦ୍ଧା ଲୁଙ୍ଗି ଗାମୁଛା, ହବସପୁରୀ, ବୋମକାଇ, ଖଣ୍ଡୁଆ, ମାଣିଆବନ୍ଧ,ଖଦି ପୋଷାକ, ଉତ୍ତର ଓଡ଼ିଶାର ଟସର ଲୁଗା, ଧଳାପଥର ପରଦା ଇତ୍ୟାଦି ରହିଛି। […]

manoj panda
ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ପରଲୋକ

ବଲାଙ୍ଗିର: ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ଗତକାଲି ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ସେ ଛାଡ଼ି ଯାଇଥିବା ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। […]

1
ଦେଶ ଗଢ଼ା

କରୋନାଜନିତ ଲକଡାଉନ୍ ସାରା ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। ସେମାନଙ୍କ ଦୁର୍ଦ୍ଦଶାକୁ ନେଇ ପଢ଼ନ୍ତୁ ଗାଳ୍ପିକ ପ୍ରଦୀପ ନାୟକଙ୍କର ଏହି ଗପ ବସରୁ ଓହ୍ଲେଇଲା ପରେ ପୋଲିସ ବୈରାଗୀ ସମେତ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ଛାଡ଼ିଦେଲା। ସେଠି ପହଂଚିବା ପରେ ସିଏ ଚକିତ ହୋଇଗଲା। ସାରା ପରିବେଶ ପରିଷ୍କାର ପରିଛନ୍ନ। ଘର କାନ୍ଥ ମଧ୍ୟ ଧଳାରଂଗରେ ଉଜ୍ବଳ। ଚଟାଣ ବି ସଫା। ଭାତ କୁଢ଼େଇ ଖାଇ ହବ। […]

Article
'ଘରେ ନାହିଁ ଦାନାକନା, ପୁଅ କହୁଛି ମୁଁ ରାଜେଶ୍ ଖାନ୍ନା'

ଆଗାମୀ ଓଡ଼ିଶାର ସ୍ଥିତି ବିଷୟରେ ଭାବିଲେ, ଚଉଦିଗ ଅନ୍ଧାର ଦିଶୁଛି। ପୋଷ୍ଟ-କରୋନା ଅର୍ଥନୈତିକ ସ୍ଥିତି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ହାସ୍ୟାସ୍ପଦ ନୁହେଁ କି? ପୂରା ସ୍ଥିତିକୁ ନେଇ ଅମରେଶ ବିଶ୍ୱାଳଙ୍କ ଆଲେଖ୍ୟ। ଏଇ ଯେଉଁ ଓଡ଼ିଆ ଭାଇମାନେ ଓଡ଼ିଶା ଫେରିଆସିଲେ, ବା ଆସିବାକୁ ଅପେକ୍ଷା କରିଛନ୍ତି, ସେମାନେ ଏବେ ଓଡ଼ିଶାରେ ଆସି କରିବେ କ’ଣ? ଏହା ହିଁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ […]

5
'ଦେବଦାସଙ୍କ ସିନେମା ଗୀତ'... ପଢ଼ି ପଢ଼ି ଗୀତ ଶୁଣନ୍ତୁ...

ପ୍ରସିଦ୍ଧ ଗାୟକ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଆପଣ ଶୁଣିଥିବା ଅନେକ ଓଡ଼ିଆ ସିନେମାର ଲୋକପ୍ରିୟ ଗୀତ ଲେଖିଥିଲେ ଏଇ ଗୀତିକାର। ସେ ହେଲେ ପ୍ରସିଦ୍ଧ ଲେଖକ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପ୍ରସିଦ୍ଧ ନାଟ୍ୟକାର ଗୋପାଳ ଛୋଟ୍ଟରାୟଙ୍କ ପୁଅ ଦେବଦାସ ଛୋଟରାୟ। ଏବେ ତାଙ୍କର ପ୍ରସିଦ୍ଧ ଗୀତ ସବୁ ପୁସ୍ତକ ଆକାରରେ ପ୍ରକାଶ ପାଇଛି, ଯାହାର ନାଁ ହେଲା ‘ଦେବଦାସଙ୍କ ସିନେମା ଗୀତ’। ଏହି ବହିଟିର ସମୀକ୍ଷା କରିଛନ୍ତି ଯୁବ ଗାଳ୍ପିକ ସୁମନ ଦାଶ। ଜୀବନରେ ଯେଉଁ […]

1
ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

କରୋନା ପରେ ସମଗ୍ର ବିଶ୍ୱର ଅର୍ଥନୀତି ଭାଙ୍ଗିପଡ଼ିବ। ଆମକୁ ଏବେ କିଛି ଜଣାପଡୁନି। କିଛିଦିନ ପରେ ଏହାର ଅନୁଭବ ଆପଣ କରିପାରିବେ। କିନ୍ତୁ ଦିନ ଥିଲା ଓଡ଼ିଶାର ଅର୍ଥନୀତି ବିଶ୍ୱ ଦ୍ୱାରା ଆଦୌ ପ୍ରଭାବିତ ହେଉନଥିଲା। କେମିତି ଆମ ଅର୍ଥନୀତିର ଦିଗ ବଦଳେଇ ଆମକୁ ଏକ ଭୟଙ୍କର ଛକରେ ଠିଆ କରାଯାଇଛି, ସେ ସଂପର୍କରେ ଅମରେଶ ବିଶ୍ୱାଳଙ୍କ ବିଶ୍ଳେଷଣ ପଢନ୍ତୁ ବିଗତ ଦିନରେ ଯେତେ ବିପତ୍ତି ଆସିଥିଲେ ମଧ୍ୟ, ଓଡ଼ିଶା ଓ ଆନ୍ଧ୍ର ପରି କୃଷିପ୍ରଧାନ ରାଜ୍ୟ […]

rathytra
୯ ବର୍ଷ ପର୍ଯ୍ୟନ୍ତ ବନ୍ଦ ହୋଇପଡିଥିଲା ଓଡ଼ିଶାର ସବୁଠାରୁ ବଡ଼ପର୍ବ ଶ୍ରୀଗୁଣ୍ଡିଚା

କରୋନା ଭାଇରସ୍ ସାରା ବିଶ୍ୱକୁ କବଳିତ କରିଛି। ହଜାର ହଜାର ଲୋକଙ୍କ ମୁଣ୍ଡ ନେଉଛି। କିବା ଶକ୍ତିଶାଳି ଆମେରିକା କିବା ଚାଇନା ସମସ୍ତେ ଏହି ଭାଇରସ ଆଗରେ ନଃସହାୟ ପରି ମନେ ହେଉଛନ୍ତି। କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ବିଶ୍ୱ ସମେତ ସାରା ଭାରତ ଏବେ ଘରେ ବନ୍ଦ। ଚାରିଆଡ଼େ ଖାଁ ଖାଁ। ରାସ୍ତଘାଟ ଶୂନଶାନ୍‌। ପୁରୀ ବଡ଼ଦାଣ୍ଡରେ ବି ସମାନ ଅବସ୍ଥା। ଦିନେ ଯେଉଁ ବଡ଼ଦାଣ୍ଡ ଭକ୍ତଗହଳିରେ ପୂରିଉଠୁଥିଲା ଆଜି ସେଠି ଶୁଭୁନି ଭକ୍ତଙ୍କ […]