ଅଫିସରେ ଭଲ କର୍ମଚାରୀ ହେବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏଇ ଉପାୟ

ଭୁବନେଶ୍ୱର: ଏହା ସତ ଯେ, ଆପଣଙ୍କର ଦରମା ଯେତେ ଅଧିକ ହେଲେ ବି ତାହା କମ୍‌ ଲାଗିଥାଏ। ସତରେ ଯଦି ଆପଣଙ୍କୁ ଲାଗୁଛି କି, ଆପଣ କାମ କମ୍‌ କରୁଛନ୍ତି କିମ୍ବା ବସ୍‌ ଆପଣଙ୍କ ଉପରେ ଖୁସି ନାହାନ୍ତି ବୋଲି ଦରମା ବଢ଼ୁନାହିଁ ତେବେ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ।  ଏହାକୁ ଆପଣାଇଲେ କାମର ଗୁଣବତ୍ତା ବଢ଼ିବ ଏବଂ ଆପଣ ଅଫିସରେ ଜଣେ ଭଲ କର୍ମଚାରୀ ହୋଇ ପାରିବେ। ତା ସହ ଦରମା ମଧ୍ୟ ଭଲ ବଢିବ।

୧) ସେଲ୍ପ କଣ୍ଟ୍ରୋଲ୍‌ ବା ନିଜ ଉପରେ ନିୟନ୍ତ୍ରଣ ରଖିବା ବହୁତ ଜରୁରୀ ହୋଇଥାଏ। ଯଦି ଆପଣଙ୍କ ଭିତରେ ନିଜକୁ ନିୟନ୍ତ୍ରଣ ରଖିବା ଶକ୍ତି ନାହିଁ, ତାହାଲେ ଆପଣଙ୍କ କ୍ରିଏଟିଭିଟି ନଷ୍ଟ ହେବାର ବହୁତ ଆଶଙ୍କା ରହିଥାଏ।

୨) ଏକ ରିପୋର୍ଟରୁ ଜଣା ପଡ଼ିଛି ଯେ, ଯେଉଁ ଲୋକଙ୍କ ମଧ୍ୟରେ ନିଜକୁ ନିୟନ୍ତ୍ରଣରେ ରଖିବା ଶକ୍ତି ଅଛି ସେମାନେ ବହୁତ ଖୁସିରେ ରହିଥାନ୍ତି। ଏଥିପାଇଁ ଆପଣ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ନିଜ ଭିତରେ କ୍ରିଏଟିଭିଟି ବଢ଼ାନ୍ତୁ।
୩) ବେଡ୍‌ ଉପରେ ଲାପ୍‌ଟପ୍‌ ବା ଫୋନ୍‌ ବ୍ୟବହାର କରୁଥିଲେ, ସେଥିରୁ ନିବୃତ୍ତ ରୁହନ୍ତୁ। କାରଣ ଡେରି ରାତି ଯାଏ ଏସବୁ ବ୍ୟବହାର କଲେ ଆପଣଙ୍କ ନିଦ ପୂରା ହୋଇ ପାରେ ନାହିଁ । ଫଳରେ ତା ପର ଦିନ ଆପଣ ଯେତେବେଳେ ଅଫିସ୍‌ରେ କାମ କରିବେ, ଚିଡ୍‌ଚିଡ଼ା ଭାବ ବଢିବ।  ଭଲରେ କରିବାକୁ ଥିବା କାମ ଆପଣ ତରତରରେ ସାରି ଦେବେ। ଆଉ ଏହା  ଦ୍ୱାରା କାର୍ଯ୍ୟ ଦକ୍ଷତା ପ୍ରଭାବିତ ହୋଇଥାଏ।

୪) କୌଣସି କାମକୁ ଟାଳିବା ଏକ ଖରାପ ଅଭ୍ୟାସ । ଆପଣଙ୍କ ବସ୍‌ ଆପଣଙ୍କୁ ଗୋଟିଏ କାମ କରିବାକୁ ଯଦି କହିଛନ୍ତି, ତାହେଲେ ସେହି କାମକୁ କରିବି କରିବି କହି  ଡେରି କରନ୍ତୁ ନାହିଁ। କାରଣ ସକାଳୁ ସକାଳୁ କାମ ଠିକ କରିଦେଲେ ମନ ଫ୍ରେସ୍‌ ରହିବ। ଦିନ ସାରା କାମ କରିବାକୁ ଭଲ ଲାଗିବ। କିନ୍ତୁ ଆପଣ ଯଦି ସକାଳେ କରିବା କାମ ସନ୍ଧ୍ୟାରେ କରିବେ ତାହାଲେ କାମ କରିବାକୁ ଆଗ୍ରହ ରହିବ ନାହିଁ।

୫) ମଲ୍‌ଟି ଟାସ୍କିଙ୍ଗ୍‌ ହେବା ମଧ୍ୟ ଆପଣଙ୍କ ପଜେଟିଭିଟିକୁ କମାଇଦେଇଥାଏ। ମାନେ ଆପଣ ଗୋଟେ କାମ ଠିକ୍‌ରେ ନ କରି ଯଦି ୪, ୫ଟି କାମକୁ ଏକାଥର ହାତକୁ ନେବେ ଆଉ ତାହା ପୂରା କରିପାରିବେ ନାହିଁ, ତାହାଲେ ଆପଣଙ୍କ ବସ୍‌ଙ୍କ ଆଖିରେ ଆପଣ ଠିକ୍‌ କର୍ମଚାରୀ ହୋଇ ପାରିବେ ନାହିଁ। ତେଣୁ ଅଫିସ୍‌ରେ କାମ ହାତକୁ ନେବାବେଳେ ଏହି ଦିଗକୁ ଧ୍ୟାନରେ ରଖିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ

ଲୁଣ ପାଣିରେ ଗାଧୋଇଲେ କ’ଣ ଫାଇଦା ମିଳେ ଜାଣନ୍ତି ?

ଜାଣନ୍ତି କି ପୁରାଣର ଏହି ଶ୍ରେଷ୍ଠ ବନ୍ଧୁଙ୍କୁ …

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’

ଅଧିକ ସମୟ ଇଅରଫୋନ୍‌ ବ୍ୟବହାର କରୁଛନ୍ତି କି? ହୋଇପାରେ ହାର୍ଟ ଆଟାକ୍

ଜାଣନ୍ତୁ କାହିଁକି ହୁଏ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଓ ଏହାର ଲକ୍ଷଣ କ’ଣ?

ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ପାନ, ଏହିପରି କରନ୍ତୁ ବ୍ୟବହାର

ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଅଦା ଚା’ ପିଉଛନ୍ତି କି ? ରୁହନ୍ତୁ ସାବଧାନ !

ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’

କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା

You might also like