ସୁଖୀ ଦାମ୍ପତ୍ୟ ଜୀବନ ଗଢ଼ିବେ କିପରି? ମନେ ରଖନ୍ତୁ ଏହି ୧୦ଟି କଥା

ରୋଜାଲିନ୍‌ ରଥ

ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିସାତ୍‌ ମଧ୍ୟ କରିଦେଇପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳ ଶକ୍ତି ଉପରେ। ଆଜିକାଲି ଦେଖାଯାଉଛି ଯେ,ଦାମ୍ପତ୍ୟ ସମ୍ପର୍କ ଅଧିକା ଦିନ ତିଷ୍ଠି ପାରୁନାହିଁ। ତେବେ ପଢ଼ନ୍ତୁ କିପରି ଏକ ହସ ଖୁସିର ସହ ଦାମ୍ପତ୍ୟ ଜୀବନ ବିତାଇବେ।

୧.ଯେତେବେଳେ ଆପଣ ନିଜ ମନ କଥା ସ୍ୱାମୀଙ୍କ ଆଗରେ କହିବାକୁ ଚାହୁଁଥା’ନ୍ତି; ସେତେବେଳେ ସକରାତ୍ମକ ଢଙ୍ଗରେ ପ୍ରକାଶ କରନ୍ତୁ। ନିଜ କଥାକୁ ଅଧିକ ଗୁରୁତ୍ୱ ଦେଇ କୁହନ୍ତୁ ନାହିଁ। ଯଦି ସ୍ୱାମୀ ଆପଣଙ୍କ ଆବଶ୍ୟକତାକୁ ପୂରା କରିପାରୁନାହାନ୍ତି, ତା ହେଲେ ତାଙ୍କ ପରିସ୍ଥିତିକୁ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ।

୨.ଆପଣ ଯଦି ଛୋଟ ଛୋଟ କଥାରେ ସ୍ୱାମୀଙ୍କ ସହ ଝଗଡ଼ା କରୁଥାନ୍ତି; ତା’ ହେଲେ ଏହି ଅଭ୍ୟାସ ଛାଡ଼ନ୍ତୁ। ଏହି କାରଣରୁ ସ୍ୱାମୀଙ୍କ ବିଶ୍ୱାସ ଆପଣ ହରାଇପାରନ୍ତି। କିଛି ଗୁରୁତ୍ୱପୂର୍ଣ୍ଣ କଥା ଥିଲେ ସେ ଆପଣଙ୍କୁ କହିବାକୁ ଉଚିତ ମନେ କରିବେ ନାହିଁ।

୩.ଯଦି କିଛି କଥା ସ୍ୱାମୀଙ୍କୁ କହିବାକୁ ଚାହୁଁଥାନ୍ତି ତା’ ହେଲେ ସିଧା ସଳଖ କୁହନ୍ତୁ। ଚିଡ଼୍‌ଚିଡ଼୍‌ ହୋଇ କହିଲେ ସେ ଆପଣଙ୍କ କଥା ଗୁରୁତ୍ୱ ନ ଦେବା ସହ ଝଗଡ଼ା ହେବାର ଅଧିକା ସମ୍ଭାବନା ଥାଏ। ସ୍ୱାମୀଙ୍କୁ ବିଲ୍‌କୁଲ୍‌ ସନ୍ଦେହ କରନ୍ତୁ ନାହିଁ। ସ୍ୱାମୀଙ୍କ ପାଇଁ ଏପରି ସୁଯୋଗ ସୃଷ୍ଟି କରନ୍ତୁ ନାହିଁ, ଯେପରି ତାଙ୍କ ଭଲପାଇବା ଆପଣଙ୍କ ପାଇଁ କମ୍‌ ହୋଇଯିବ।

୪.ପରିବାର ଓ ସାଙ୍ଗସାଥିଙ୍କ ଆଗରେ ସ୍ୱାମୀଙ୍କ ଭୁଲ୍ ତଥା ତାଙ୍କୁ ଖରାପ ଲାଗିବା ଭଳି କଥା କୁହନ୍ତୁ ନାହିଁ। ଏହା ତାଙ୍କୁ ଅପମାନ ଲାଗିବା ସହ ଝଗଡ଼ାର କାରଣ ହୋଇପାରେ।

୫.ନିଜ ଆର୍ଥିକ ସ୍ଥିତି ଅନୁଯାୟୀ ସ୍ୱାମୀଙ୍କ ଠାରୁ ସେତିକି ଆଶା ରଖନ୍ତୁ। ଏମିତି କେହି ନାହାନ୍ତି ଯେ ଆପଣଙ୍କର ଶତ ପ୍ରତିଶତ ଆଶା ପୂରଣ କରିପାରିବେ। ତେଣୁ ସବୁବେଳେ ବାସ୍ତବତା ଚିନ୍ତା କରନ୍ତୁ।

୬. ଆପଣଙ୍କ ସ୍ୱାମୀଙ୍କୁ ଯେଉଁଭଳି ଭଲପାଇବା ଓ ସମ୍ମାନ ଦେବେ ସେ ମଧ୍ୟ ଆପଣଙ୍କୁ ସେତିକି ଆଦର କରିବେ। ଅନେକ ସମୟରେ ସ୍ୱାମୀ ଅଫିସ୍‌ ବା ବ୍ୟବସାୟର କାର୍ଯ୍ୟଚାପ ଯୋଗୁଁ ବିରକ୍ତ ହୋଇପଡ଼ନ୍ତି। ଏହି ପରିସ୍ଥିତିରେ ନିରବତା ଅବଲମ୍ବନ କରନ୍ତୁ। ଦେଖିବେ, ସ୍ୱାମୀ କିଛି ଭୁଲ୍‌ କରିଥିଲେ ସେ ନିଜ ଭୁଲ୍ ସ୍ୱୀକାର କରିବେ। ପୁଣି ସବୁ ଠିକ୍ ହୋଇଯିବ। ତେବେ ଏ ସମସ୍ତ ଜିନିଷ ଆପଣଙ୍କ ଧୈର୍ଯ୍ୟ ଓ ସଂଯମତା ଉପରେ ନିର୍ଭର କରେ।

୭. ଦୁଃଖ ସମୟରେ ସ୍ୱାମୀଙ୍କ ପାଖରେ ରହି ତାଙ୍କୁ ସାହସ ଦିଅନ୍ତୁ। ଜୀବନ ବେଳେବେଳେ ଖରାପ ସମୟ ଦେଇ ଗତି କରିଥାଏ; ସେତେବେଳେ ନିଜେ ନ ଭାଙ୍ଗିବା ସହ ସ୍ୱାମୀଙ୍କୁ ମଧ୍ୟ ସାହସର ସହ ସାମ୍ନା କରିବାକୁ ପରାମର୍ଶ ଦିଅନ୍ତୁ। ମନେ ରଖନ୍ତୁ, ଦୁଃଖ ପରେ ସୁଖ ଆସିବା ନିଶ୍ଚିତ; କିନ୍ତୁ ଧୈର୍ଯ୍ୟ ଆବଶ୍ୟକ।

୮.ସନ୍ତାନ ଜନ୍ମ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଯାଏ। ସନ୍ତାନକୁ ଅନୁଶାସନ ଶିଖାଇଲା ବେଳେ ପତି ପତ୍ନୀ ନିଜ ଭିତରେ ଝଗଡ଼ା କରନ୍ତୁ ନାହିଁ। ଏଥି ପାଇଁ ଝଗଡ଼ା ସୃଷ୍ଟି ହୋଇପାରେ।

୯.ନିଜ ନିଜ ଭିତରେ ଥିବା ଭୁଲ୍‌କୁ ସ୍ୱୀକାର କରି ସୁଧାରନ୍ତୁ। ଏହା ଦ୍ୱାରା ଜୀବନ ସୁଖ ଓ ଆନନ୍ଦ ଉଲ୍ଲାସରେ ବିତିଥାଏ। ସବୁ କଥାରେ ପ୍ରତିବାଦ କରିବା ଠିକ୍ ନୁହେଁ। ଭାରତୀୟ ନାରୀର ସ୍ଥାନ ବିଶ୍ୱର ସବୁ ସଂସ୍କୃତିର ଊର୍ଦ୍ଧ୍ୱରେ। ପ୍ରତିବାଦ କରୁଥିବା ନାରୀ ଅପେକ୍ଷା ସହି ଯାଉଥିବା ନାରୀ ବୁଦ୍ଧିମତି। ତେବେ ଆପଣ ଯଦି ସ୍ୱାମୀଙ୍କ ଦୋଷତ୍ରୁଟି ଦେଖୁଛନ୍ତି, ତେବେ ତାଙ୍କୁ ସେହି ସମୟରେ କୁହନ୍ତୁ, ଯେତେବେଳେ ତାଙ୍କର ଆପଣଙ୍କ ପ୍ରତି ଭଲ ପାଇବା ଅଧିକ ରହିଥିବ ବୋଲି ଅନୁଭବ କରିବେ।

୧୦.ସ୍ୱାମୀ ଯଦି ଜୀବନରେ କିଛି କରିବାକୁ ଚାହୁଁଛନ୍ତି, ତା ହେଲେ ତାଙ୍କୁ ରୋକନ୍ତୁ ନାହିଁ। କିଛି ଭଲ କାମ କରିବାକୁ ଯାଉଥିଲେ, ତାଙ୍କୁ ଆହୁରି ଉତ୍ସାହିତ କରନ୍ତୁ। ଏହା କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିଥାଏ।

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

You might also like