ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ପୋଛିବା ବେଳେ ଏ ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର: କଥାରେ ଅଛି ସ୍ୱଚ୍ଛତା ହିଁ ଭଗବାନ। ସେଥିପାଇଁ ଶାସ୍ତ୍ରରେ ମଧ୍ୟ ସଫା ସୁତୁରା ରହିବା ଲାଗି ଅନେକ ପରାମର୍ଶ ଦିଆଯାଇଛି। ନିଜକୁ ସଫା ସୁତରା ରଖିବା ସହ ନିଜ ପରିବେଶ ଆଉ ଘରକୁ ମଧ୍ୟ ସ୍ୱଚ୍ଛ ରଖୁଥିବା ବ୍ୟକ୍ତି ସବୁବେଳେ ସୁଖ ଓ ସମୃଦ୍ଧି ଭୋଗ କରେ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି।

ହେଲେ ସାବଧାନ, ସଫାସୁତୁରା କରିବାର ମଧ୍ୟ କିଛି ବିଧାନ ଶାସ୍ତ୍ରରେ ଲେଖାଯାଇଛି। ଏହାର ଅନୁପାଳନ କରା ନଗଲେ ଏହାର ବିପରୀତ ପ୍ରତିକ୍ରିୟା ଆପଣଙ୍କୁ ଭୋଗିବାକୁ ପଡିବାରେ। ତେବେ ଆସନ୍ତୁ ଜାଣିବା ଘର ସଫା କରିବା ନେଇ କ’ଣ ରହିଛି ବାସ୍ତୁ ବିଧାନ।

ଘର ଧୁଆ ପାଣିରେ ନିମ୍ବପତ୍ର ପକାନ୍ତୁ: ଘର ଧୁଆ ପୋଛା କରୁଥିଲେ ଗୋଟିଏ କଥାକୁ ସର୍ବଦା ଦୃଷ୍ଟି ରଖିବା ଆବଶ୍ୟକ। ଖାଲି ପାଣିରେ ଘର ଧୋଉଥିଲେ ବି ସପ୍ତାହରେ ଥରୁଟିଏ ନିମ୍ବପତ୍ର ପକାଇ ଘର ଧୁଅନ୍ତୁ । ପ୍ରଥମେ ନିମ୍ବପତ୍ରକୁ ଏକ ପାତ୍ରରେ ରଖି ଗରମ କରନ୍ତୁ । ଏହା ଫୁଟିବାକୁ ଲାଗିଲେ ଏହି ପାଣିକୁ ଛାଣି ଘର ପୋଛା ପାଣିରେ ପକାଇ ଦିଅନ୍ତୁ ଓ ଘର ପୋଛନ୍ତୁ। ଏମିତି କରିବା ଦ୍ୱାରା ଘରେ ଲକ୍ଷ୍ମୀ ନିବାସ କରିବେ ଓ ରୋଗ ବ୍ୟାଧି ଆସିବ ନାହିଁ।

ଗୁରୁବାର ଘର ଧୁଅନ୍ତୁ ନାହିଁ: କେବେ ହେଲେ ଗୁରୁବାର ଦିନ ଘର ଧୁଆ ପୋଛା କରନ୍ତୁ ନାହିଁ। ଗୋଏଟି ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଠାରୁ ଘର ଧୋଇବା ଭଲ। ଏମିତି ନ କରି ଗୁରୁବାର ଧୁଆ ପୋଛେ କଲେ ଗୁରୁଗ୍ରହ ବୃହଷ୍ପତ୍ତି ଓ ମା’ ଲକ୍ଷ୍ମୀ ରୁଷ୍ଟ ହେବେ ବୋଲି କୁହାଯାଇଛି।

ଦିନ ୧୨ଟା ପରେ ଧୁଅନ୍ତୁ ନାହିଁ ଘର:  ଦିନ ୧୨ଟା ପରେ ଘର ଧୁଆ ପୋଛା କରିବା ଆଦୌ ଉଚିତ୍‌ ନୁହେଁ। ଏମିତି କଲେ ଲକ୍ଷ୍ମୀ ରୁଷ୍ଟ ହେବେ ବୋଲି କୁହାଯାଇଛି। କାରଣ ସକାଳ ସମୟ ହେଉଛି ଦେବୀ ଲକ୍ଷ୍ମୀଙ୍କ ଆଗମନ ସମୟ। ଏଣୁ ଏହି ସମୟରେ ଘର ଧୋଇବା ଉଚିତ୍‌ ବୋଲି କୁହାଯାଇଛି।

 

ଆହୁରି ପଢ଼ନ୍ତୁ

ବିନା ପିଆଜରେ ଷ୍ଟ୍ରିଟ୍‌ ଫୁଡ୍‌-ଚଟ୍‌ନୀ ଆଳୁ ଚାର୍ଟ

ଓଜନ କମାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏସବୁ ଟିପ୍ସ

ଶିଶୁଙ୍କୁ ମହୁ ଖାଇବାକୁ ଦେଉଛନ୍ତି କି ? ତା’ହେଲେ ସାବଧାନ ହୋଇଯାଆନ୍ତୁ…

ବିନା ପିଆଜରେ ବନାନ୍ତୁ ପନିର ମସାଲା

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ର ଏହି ସୁଆଦିଆ ଆଇଟମ୍‌

‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର’: ପେଟା

ସୁନ୍ଦର ତ୍ୱଚା ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି ? ଖାଆନ୍ତୁ ‘ସୋୟାବିନ୍‌’

ବିଟ୍‌ ଖାଇଲେ ଶରୀରକୁ ଏହିସବୁ ଫାଇଦା ମିଳିଥାଏ

ଘରେ ବୁଢ଼ିଆଣୀ ଜାଲ ରହିଛି କି ? ସଫା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଲିଫ୍ଟ ବ୍ୟବହାର କରୁଥିଲେ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଆପଣ ବିବାହ କରୁଛନ୍ତି କି ? ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତି ପାଇଁ ଏହି ୭ଟି ଟିପ୍ସକୁ ଆପଣାନ୍ତୁ

You might also like