ନୂଆବର୍ଷରେ ପରଷନ୍ତୁ ବଟରଫ୍ଲାଏ ଚିକେନ୍

ଆଜି ନୂଆବର୍ଷ। ବାର ବି ଭଲ ଅଛି ନନ୍‌ ଭେଜ୍‌ ଖାଇବା ପାଇଁ। ଘରେ ତିଆରି କରନ୍ତୁ ବଟରଫ୍ଲାଏ ଚିକେନ୍‌।

ଆବଶ୍ୟକ ସାମଗ୍ରୀ:  ଆଳୁ, ବୋନ୍‌ଲେସ୍‌ ଚିକେନ୍,  କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ, ଲୁଣ, ରେଡ୍‌ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ବଟା, ବଟର, ଲେମ୍ବୁରସ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା ଓ ଚେକା ଚେକା କରି କାଟି ରଖନ୍ତୁ। ଏହା ପରେ ବୋନ୍‌ଲେସ ଚିକେନ୍‌କୁ ଧୋଇ ସେଥିରେ କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ ଲୁଣ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ। ଏହାପରେ ସେଥିରେ ରେଡ୍‌ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ବଟା, ବଟର ଓ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ ମ୍ୟାରିନେଟ୍ ହେବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ  କଟା ଯାଇଥିବା ଆଳୁଖଣ୍ଡରେ ମ୍ୟାରିନେଟ୍‌ ଚିକେନ୍ ରଖି ଆଳୁକୁ ଦୁଇପଟୁ ମୋଡ଼ି କାଠି ଦ୍ୱାରା ଗୁନ୍ଥି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ଏହି ଚିକେନ୍ ପୁର ଦିଆ ଆଳୁକୁ ଛାଣନ୍ତୁ। ଆଳୁ ଓ ପୁର ଲାଲ୍ ହୋଇଗଲେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ବଟରଫ୍ଲାଏ ଚିକେନ୍’।

ଗରମ ଗରମ୍ ରୁଟି ସହ ପରସନ୍ତୁ ଏବଂ ମଜା ନିଅନ୍ତୁ।

ଆହୁରି ପଢ଼ନ୍ତୁ

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

କପାଳଭାତି ପ୍ରାଣାୟମ ଦ୍ୱାରା ଏହିସବୁ ଫାଇଦା ମିଳେ

ଡାଇବେଟିସ୍‌ରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଆସନ

ଏହି ଆସନ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟୀ

୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ , ପାଖ ମାଡ଼ିନଥାଏ ଏହିସବୁ ସମସ୍ୟା

You might also like