ଗ୍ରୀଷ୍ମ ପ୍ରଭାବ ବଢିବାରେ ଲାଗିଛି। ଧିରେ ଧିରେ ଅସହ୍ୟ ହେବାକୁ ଲାଗିଲାଣି ତାତି । ତାତି ବଢିବା ସାଙ୍ଗକୁ ଲୋକଙ୍କ ପୋଷାକର ରୁଚି ମଧ୍ୟ ପରିବର୍ତ୍ତନ ହେବାକୁ ଲାଗିଛି। ଲୋକେ ଦେହକୁ ଥଣ୍ଡା ପ୍ରଦାନ କରୁଥିବା ପୋଷାକ, ପତଳା ସାର୍ଟ୍, ସର୍ଟ୍ସ୍, ଘାଗରା, ରିସୋର୍ଟ ପୋଷାକ ସହିତ ଶାଢୀ ପିନ୍ଧିବାକୁ ଅଧିକ ଆଗ୍ରହ ପ୍ରକାଶ କରିବାକୁ ଲାଗିଲେଣି।

ଯଦି ଆମେ ମହିଳାମାନଙ୍କ କଥା କହିବା ତେବେ ସେମାନେ ଶାଢୀ ପ୍ରତି ବେଶି ରୁଚି ଦେଖାଉଥିବା ଜଣାଯାଏ। ଯଦିଓ କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଏପରି ସ୍ଥିତିରେ ଆମକୁ ବୋଧହୁଏ  ଗ୍ରୀଷ୍ମକୁ ଘରେ ହିଁ ଅତିବାହିତ କରିବାକୁ ପଡ଼ିବ। ତେବେ ତା ମାନେ ନୁହେଁ ଯେ ଆମେ ନିଜକୁ  ଷ୍ଟାଇଲିଷ୍ଟ୍ ଲୁକ୍‌ ଦେବାନି ।  ଖାଲି ପାଇଜାମା ପିନ୍ଧି ଘରେ ରହିଯିବା ।  ହୁଏତ ଯେଉଁମାନେ ଷ୍ଟାଇଲକୁ ସେପରି ଗୁରୁତ୍ୱ ନ ଦିଅନ୍ତି ସେମାନଙ୍କ କଥା ଅଲଗା।

କିନ୍ତୁ ଷ୍ଟାଇଲିସ୍‌ ଲୁକ୍‌କୁ ଭଲ ପାଆନ୍ତି, ସେମାନେ ବା କିପରି ଏଥିରୁ ମୁକ୍ତି ପାଇବେ। ତେବେ ଷ୍ଟାଇଲ୍ ପ୍ରିୟ ମହିଳାମାନଙ୍କ ପକ୍ଷେ ଶାଢୀଠାରୁ ଅଧିକ ବା ଆଉ କଣ ହୋଇପାରେ! ଏହା ଶରୀରକୁ ଆରାମ ପ୍ରଦାନ କରିବା ସହିତ ଏକ ସୁନ୍ଦର ଲୁକ୍ସ ମଧ୍ୟ ଦେଇଥାଏ। ତେବେ ଅନେକ ଅଛନ୍ତି ଯେଉଁମାନେ ଋତୁକାଳୀନ ଶାଢୀ ବାଛିବାରେ ଦ୍ୱନ୍ଦ୍ୱରେ ପଡିଥାନ୍ତି। ଯଦି ଆପଣ ସେଭଳି କିଛି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଆମେ ଆପଣଙ୍କ ପାଇଁ ୨୦୨୧ ସମର ଟ୍ରେଣ୍ଡର ଏକ ତାଲିକା ଦେଉଛୁ, ଆପଣ ନିଶ୍ଚୟ ଦେଖନ୍ତୁ ଏବଂ ପସନ୍ଦ କରିବା ସହିତ ଆପଣଙ୍କ ଗ୍ରୀଷ୍ମକୁ ଷ୍ଟାଇଲିଷ୍ଟ କରନ୍ତୁ।

୧- ବୁଣାଲୁଗା:

କଙ୍କତଲା ଶାଢୀର ନିର୍ଦ୍ଦେଶକ ଅନିରୁଧ କଙ୍କତଲାଙ୍କ କହିବା କଥା, ହାଲୁକା ବୁଣାଲୁଗା ଶାଢୀ ହେଉଛି ସବୁଠାରୁ ଲୋକପ୍ରିୟ ଗ୍ରୀଷ୍ମ ସମୟରେ। ଜଣେ କୋଟା, ଚନ୍ଦେରୀ, ଅର୍ଗାଞ୍ଜା ଓ ଲାଇଲେନ୍ ଆଦିକୁ ବାଛିପାରେ, ଯେହେତୁ ଏହା ହାଲୁକା ହୋ‍ଇଥିବା ବେଳେ ଦେହକୁ ଥଣ୍ଡା ମଧ୍ୟ ଲାଗେ। ଆପଣମାନେ ତନ୍ତବୁଣା ସୂତା ଶାଢୀ ଯଥା ଖଦୀ, କାଞ୍ଚି, ମଙ୍ଗଲଗିରି, ଭେଙ୍କଟଗିରି ଆଦି ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି। ଯଦି ଆପଣ ବିବାହ ଉତ୍ସବ ପାଇଁ ଶାଢୀ କିଣିବାକୁ ଯାଉଛନ୍ତି ତେବେ କୋଟା ଓ ଖଦୀ ଜମଦାନିସ୍ କିଣିବା ନେ‍ଇ କଙ୍କତଲା ପ୍ରସ୍ତାବ ଦେଇଛନ୍ତି।

୨- ଉଚିତ ରଙ୍ଗ:

ଶାଢୀ ବିଶେଷଜ୍ଞଙ୍କ କହିବା କଥା ହାଲୁକା ପଟିବାଲା ଶାଢୀ ହିଁ ସବୁଠାରୁ ଭଲ, କାରଣ ଏହା ଅଧିକ ଉତ୍ତାପ ଗ୍ରହଣ କରି ନ ଥାଏ। ଗ୍ରାହକ ପାଷ୍ଟେଲ୍ ଶେଡ୍ସ୍ ଯଥା ପିଙ୍କ୍, ବ୍ଲୁ, ଏଲୋ ଭଳି କିଛିକୁ ପସନ୍ଦ କରିବାକୁ କଙ୍କତଲା କହିଛନ୍ତି।

୩- ଅର୍ଗାଞ୍ଜା
ପତଳା ଓ ସାଧାସିଧା ହାତବୁଣା ଶାଢୀ ବର୍ତ୍ତମାନ ଫୁଲ୍ ଦମରେ ଆସିଗଲାଣି। ଯେହେତୁ ଏହା ହାଲୁକା ଏବଂ ନେବା ଆଣିବାରେ ସହଜ ହୋଇଥାଏ ଏହାର ଡିମାଣ୍ଡ ବୃଦ୍ଧି ପାଉଥିବା କଙ୍କତଲା କହିଛନ୍ତି। ଏହି ଶାଢୀ ପାରମ୍ପରିକ ତନ୍ତ ଦ୍ୱାରା ବୁଣାଯାଉଥିବାରୁ ଅଧିକ ଲୋକପ୍ରିୟ ହେଉଛି।

Other Stories