ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?
ଖାଦ୍ୟର ସ୍ୱାଦ ବଢାଇଥାଏ ଲୁଣ। ବିନା ଲୁଣରେ ଖାଦ୍ୟ ଖାଇବା ଏକ ପ୍ରକାର ଅସମ୍ଭବ । ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ବ୍ୟବହାର କରିଥାନ୍ତି। ହେଲେ ଜାଣନ୍ତି, ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ ଏହି ଲୁଣ ?
ଗୋଟିଏ ବା ଦୁଇଟି ନୁହେଁ, ଏକାଧିକ ରୋଗର ବାହକ ଏହି ଲୁଣ। ଆସନ୍ତୁ ଜାଣିବା, ଶରୀର ପ୍ରତି କେତେ ବିପଦ ଡାକି ଆଣିଥାଏ ଲୁଣ।
୧-ଅଧିକ ଲୁଣ ଖାଇଲେ ହୃଦୟର ମାଂସପେଶୀ ବୃଦ୍ଧି ହୋଇଥାଏ। ଏପରି ହେବା ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
୨-ଅଧିକ ଲୁଣ ସେବନ ମୁଣ୍ଡବ୍ୟଥାର କାରଣ ହୋଇପାରେ।
୩-ଶରୀରରେ ଜମା ହୋଇଥିବା ଲୁଣ ଯଦି ବାହାରକୁ ନ ଆସେ ତେବେ ତାହା କିଡ୍ନୀ ଷ୍ଟୋନର ରୂପ ନେଇପାରେ।
୪- ଅତ୍ୟଧିକ ଲୁଣ ସେବନ ହାଇ ବ୍ଲଡପ୍ରେସର, ହାଇପରଟେନ୍ସନ ପରି ରୋଗର କାରଣ ବି ହୋଇପାରେ।
୫-ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି, ଅଧିକ ଲୁଣ ଖାଇବା ଦ୍ୱାରା ଷ୍ଟ୍ରୋକ ଆଶଙ୍କା ବଢିଥାଏ।
୬-ଅତ୍ୟଧିକ ଲୁଣ ସେବନ ଦ୍ୱାରା ଖାଲି କିଡ୍ନୀ ଷ୍ଟୋନ ଆଶଙ୍କା ନ ଥାଏ, କିଡ୍ନୀ ଜନିତ ଅନ୍ୟାନ୍ୟ ରୋଗର ଆଶଙ୍କା ମଧ୍ୟ ଥାଏ।
୭-କେତେକ ଗବେଷଣାରୁ ଜଣାଯାଇଛି, ଅଧିକ ଲୁଣ ଖାଇବା ଦ୍ୱାରା ପେଟ କ୍ୟାନ୍ସର ହେବାର ଆଶଙ୍କା ରହିଛି।
୮-ବୟସ ବୃଦ୍ଧି ସାଙ୍ଗକୁ ଅନେକଙ୍କର ହାଡ଼ ଦୁର୍ବଳ ହୋଇଯାଇଥାଏ। ଲୁଣର ଅତ୍ୟଧିକ ସେବନ ଏହାର କାରଣ ବୋଲି ଗବେଷକଙ୍କ ମତ।
ଏପରି ପରିସ୍ଥିତିରେ ଦୈନନ୍ଦିନ ଖାଦ୍ୟରେ ଲୁଣ ବ୍ୟବହାର ପ୍ରତି ସଚେତନ ହେବା ଆବଶ୍ୟକ। ତେଣୁ ଦୈନିକ କେତେ ଲୁଣ ଖାଇବା ଦେହ ପାଇଁ ହିତକାରୀ ଜାଣନ୍ତି ? ଦୈନିକ ମାତ୍ର ୫ ଗ୍ରାମ ଲୁଣ ଖାଇଲେ ହିଁ ଲୁଣର କୁପ୍ରଭାବ ଶରୀର ଉପରେ ପଡ଼ିବ ନାହିଁ ବୋଲି ଗେ