ଝିଅମାନେ ନିଜକୁ ସୁରକ୍ଷା ଦେବାର ୧୦ଟି ଉପାୟ?

(ରୋଜାଲିନ୍‌ ରଥ)ଘରେ ହେଉ କିମ୍ବା ବାହାରେ, ଆଜିର ସମାଜରେ ମହିଳାମାନେ କେଉଁଠାରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ମହିଳାଙ୍କ ଉପରେ ଦିନକୁ ଦିନ ବଢ଼ି ଚାଲିଛି ଅସଦାଚାରଣ ଓ  ଦୁର୍ବ୍ୟବହାର। ନାବାଳିକା ବି ବାଦ୍‌ ପଡ଼ୁନାହାନ୍ତି।

ଏହି ସବୁରୁ ନିଜକୁ କିପରି ରକ୍ଷା କରିପାରିବେ ସେ ନେଇ ଝିଅମାନେ ଜାଣିବା ନିହାତି ଦରକାର। କାରଣ ବିପଦ ସମୟରେ ଆପଣଙ୍କ ପାଖରେ ଆପଣଙ୍କ ସମ୍ପର୍କୀୟ ବଞ୍ଚାଇବାକୁ ନ ଥିବେ। ସେହି ସମୟରେ କିପରି ଆପଣ ବିପଦକୁ ଏଡ଼ାଇ ପାରିବେ? ପଢ଼ନ୍ତୁ ୧୦ଟି ଉପାୟ।

୧. ରାସ୍ତାରେ ଏକା ଯିବା ଆସିବା ସମୟରେ ସତର୍କ ରୁହନ୍ତୁ। ସବୁବେଳେ ଏକା ଯିବା ଅପେକ୍ଷା ଅନ୍ୟଜଣଙ୍କୁ ସାଙ୍ଗରେ ନେବା ଭଲ।

୨.ପାଖରେ ସବୁବେଳେ ମୋବାଇଲ୍‌ ଫୋନ୍‌ ରଖନ୍ତୁ। ଆପଣଙ୍କ ଉପରେ ଆକ୍ରମଣ ହେବା ସମୟରେ ପୁଲିସ ବା ପରିବାର ଲୋକଙ୍କୁ ଏକଥା ଜଣାଇ ପାରିବେ। କମିଶନ୍‌ରେଟ୍‌ ପୁଲିସର ‘ମୋ ସାଥି’ ଆପ୍‌ ମଧ୍ୟ ବ୍ୟବହାର କରି ପୁଲିସକୁ ଯଥା ଶୀଘ୍ର ଘଟଣା ସ୍ଥାନକୁ ଡକାଇ ପାରିବେ।

୩.ଆପଣଙ୍କ ପର୍ସରେ କିଛି ଧାରୁଆ ଜିନିଷ ନ ହେଲେ ‘ଚିଲି ସ୍ପ୍ରେ’ ବା ଲଙ୍କାଗୁଣ୍ଡ ପାଖରେ ରଖନ୍ତୁ। ଆପଣ ଏ ସବୁ ଜିନିଷ ନିଜ ପାଖରେ ରଖୁଛନ୍ତି ବୋଲି ନିଜ ବାପା ମା’ଙ୍କୁ ଜଣାଇ ଦିଅନ୍ତୁ । ଯଦି ଆପଣଙ୍କ ଉପରେ ଆକ୍ରମଣ ହୁଏ ତା’ହାଲେ ଅସ୍ତ୍ର ପରି ତାକୁ ବ୍ୟବହାର କରିପାରିବେ। କିନ୍ତୁ ଆପଣ ଏସବୁ ଜିନିଷର ଦୁରୁପଯୋଗ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଚିଲି ସ୍ପ୍ରେ ଏବେ ଅନ୍‌ଲାଇନ୍‌ରେ ଉପଲବ୍ଧ ହେଲାଣି।

୪.ଯଦି କେହି ଆପଣଙ୍କୁ ପିଛା କରୁଛି ତାହାଲେ ଆପଣ ତାକୁ ଜଣାଇବାକୁ ଦିଅନ୍ତୁ ନାହିଁ ଯେ ସେ ପିଛା କରୁଥିବାରୁ ଆପଣ ଜାଣିପାରିଛନ୍ତି। ଏହି ସମୟରେ ଆପଣଙ୍କ ପାଖରେ ଥିବା ATM ବା ପାଖରେ ସିସିଟିଭି ଥିବା କୌଣସି ଦୋକାନକୁ ଚାଲି ଯାଆନ୍ତୁ। ଏହା ଦ୍ୱାରା ସିସିଟିଭିରେ ବ୍ୟକ୍ତିଙ୍କ ଚେହେରା ରେକର୍ଡ ହୋଇଯିବ।

୫.ଯଦି ଆପଣଙ୍କ ପାଖକୁ ବିପଦ ଆସିବାର ଅଛି ଓ ଏହା ଆପଣ ଆଗରୁ ଜାଣି ପାରିଛନ୍ତି। ତା’ହେଲେ ଡରନ୍ତୁ ନାହିଁ କି କାନ୍ଦନ୍ତୁ ନାହିଁ। ଦମ୍ଭର ସହ ସାମ୍ନା କରନ୍ତୁ। ଏହା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଆପଣଙ୍କ ସାହସ ଦେଖି ଡରି ଯାଇ ପାରନ୍ତି।

୬.କୌଣସି ପାର୍ଟିରେ ଥିବା ବେଳେ ଆପଣ ଚିହ୍ନି ନଥିବା ଲୋକଙ୍କ ସହ ମିଶନ୍ତୁ ନାହିଁ କି ଅଧିକା ଗପସପ କରନ୍ତୁ ନାହିଁ। କେହି ଆପଣଙ୍କୁ ଯଦି କିଛି ପାନୀୟ ଦ୍ରବ୍ୟ ପିଇବାକୁ ଦେଉଥାନ୍ତି ତା’ ହାଲେ ତାହା କଦାପି ଗ୍ରହଣ କରନ୍ତୁ ନାହିଁ।

୭. କୌଣସି ଜାଗାକୁ ଯିବା ବେଳେ ଶାଳୀନତାର ସହ ପୋଷାକ ପିନ୍ଧନ୍ତୁ। ଆପଣ ଏମିତି କିଛି ଡ୍ରେସ୍‌ ପିନ୍ଧନ୍ତୁ ନାହିଁ ଯାହା ଦ୍ୱାରା ଆପଣ ବିପଦରେ ପଡ଼ିବେ। ସବୁବେଳେ ନିଜ ଦେହ ଢାଙ୍କି ରହୁଥିବା ଭଳି ପୋଷାକ ପିନ୍ଧନ୍ତୁ।

୮.କୌଣସି ସ୍ଥାନକୁ ବୁଲିବାକୁ ଯାଉଥିଲେ ଅଜଣା ବ୍ୟକ୍ତିଙ୍କ ସହ ମିଶନ୍ତୁ ନାହିଁ। ବାହାର ଜାଗାରେ ହୋଟେଲ୍‌ରେ ରହୁଥିଲେ ଭଲକରି ରୁମ୍‌କୁ ଚେକ୍‌ କରନ୍ତୁ।

୯. ଯେ କୌଣସି ଜାଗାକୁ ଯାଉଥିଲେ ଆପଣ ଅନ୍ୟକୁ ଜଣାଇବାକୁ ଦିଅନ୍ତୁ ନାହିଁ ଯେ ଆପଣ ଏକା ଆସିଛନ୍ତି।

୧୦.ଏବେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆତ୍ମରକ୍ଷା କୌଶଳ ତାଲିମ୍‌ ଦିଆ ଯାଉଛି। ତେଣୁ କୌଶଳମାନ ଭଲରେ ଶିଖିଯାଆନ୍ତୁ। ବିପଦ ବେଳେ ଆପଣ ତାହା ପ୍ରୟୋଗ କରିପାରିବେ।

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

You might also like