• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବାସ୍ତୁ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଶାସ୍ତ୍ର। ଆଜିକାଲି ଏହା ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଲୋକେ ବାସଗୃହ ହେଉ କି ବ୍ୟବସାୟ ପ୍ରତିଷ୍ଠାନ ସବୁଥିରେ ଏହାର ଉପଯୋଗ କରିବା ଦେଖାଯାଉଛି। ବ୍ୟବସାୟିକ ପ୍ରତିଷ୍ଠାନ କହିଲେ ଦୋକାନ, ଶିଳ୍ପାୟନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍, ଡାକ୍ତରଖାନା ବା ନର୍ସିଂହୋମ ଆଦିକୁ ବୁଝାଏ। ତେବେ ଏ ସବୁ ନିର୍ମାଣରେ ଯଦି ବାସ୍ତୁଦୋଷ ରହିଯାଏ ତେବେ ଉକ୍ତ ଅନୁଷ୍ଠାନ ଚାଲିବା କଷ୍ଟକର ହୋଇଯାଏ। ଏପରିକି କି ବ୍ୟବସାୟ ବନ୍ଦ ମଧ୍ୟ ହୋଇଯାଏ। ଯଦି ନିକଟରେ ଆପଣ ଏକ ଦୋକାନ କରିବାକୁ ଯାଉଛନ୍ତି ତେବେ କେଉଁ କେଉଁ ବାସ୍ତୁ ଦିଦ୍ଧାନ୍ତ ପାଳନ କରିବା ଦରକାର ଆସନ୍ତୁ ଜାଣିନେବା।

  • ଏହାର ପୂର୍ବ ଓ ଉତ୍ତର ପାଖରେ ରାସ୍ତା ଥିଲେ ଓ ଦୋକାନର ପ୍ରବେଶ ଦ୍ଵାର ଉତ୍ତର କିମ୍ବା ପୂର୍ବ ପାଖକୁ ରହିଲେ ସମ୍ପନ୍ନତା ବୃଦ୍ଧି ହୁଏ। ଉତ୍ତରମୁହାଁ ଦୋକାନରେ ବ୍ୟବସାୟ ଭଲ ହୁଏ।
  • ଦୋକାନର ଦ୍ଵାର ଦକ୍ଷିଣ-ପୂର୍ବ(ଆଗ୍ନେୟ) କିମ୍ବା ଉତ୍ତର-ପଶ୍ଚିମ(ବାୟବ୍ୟ) ଆଡ଼କୁ ରହିଥିଲେ ବ୍ୟବସାୟ ୧୦ରୁ ୨୦ ବର୍ଷ ଭଲ ଚାଲେ। ତା’ପରେ ବ୍ୟବସାୟ ଧିରେ ଧିରେ କମିଯାଏ।
  • ଦୋକାନର ଦକ୍ଷିଣ ଓ ପଶ୍ଚିମ ପଟରେ ରେକ୍ ଓ ସୋ’କେଶ୍ ରଖିବା ଭଲ।
  • ଏହାର କାଉଣ୍ଟର ସବୁବେଳେ ଦକ୍ଷିଣ, ଦକ୍ଷିଣ-ପୂର୍ବ(ଆଗ୍ନେୟ), ଦକ୍ଷିଣ-ପଶ୍ଚିମ(ନୈଋତ), ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ(ବାୟବ୍ୟ) ଆଡ଼କୁ ରଖିବ। କିନ୍ତୁ କେବେବି କାଉଣ୍ଟର ଉତ୍ତର କିମ୍ବା ଉତ୍ତର-ପୂର୍ବ(ଐଶାନ୍ୟ) କଡ଼କୁ ରଖିବ ନାହିଁ।

  • ଦୋକାନର ଆସବାଵପତ୍ର ଯଥାସମ୍ଭବ କାଠରେ ତିଆରି କରିବ।
  • ବସିବାବେଳେ ଦୋକାନୀ କିମ୍ବା ବିକ୍ରେତା ପୂର୍ବ କିମ୍ବା ଉତ୍ତରକୁ ମୁହଁ କରି ବସିବ। କିନ୍ତୁ କ୍ରେତା ପଶ୍ଚିମ କିମ୍ବା ଦକ୍ଷିଣକୁ ମୁହଁ କରି ବସିବ।
  • ଦୋକାନୀ କିମ୍ବା କ୍ରେତା କିମ୍ବା ପଇସା ରଖିବା ଲୋକ ବିମ୍ ତଳେ ବସିବ ନାହିଁ।
  • କ୍ୟାସ୍ କାଉଣ୍ଟର୍ ଦକ୍ଷିଣପଟ କାନ୍ଥ ପାଖକୁ ରଖିବ ଓ ଏହା ଫିଟିବାବେଳେ ଉତ୍ତର ଆଡ଼କୁ ମୁହଁ କରିବା ଦରକାର। ଏହା ପଶ୍ଚିମପଟ କାନ୍ଥ ଆଡ଼କୁ ମଧ୍ୟ ରଖିପାରିବ ଓ ଏହା ଫିଟିବାବେଳେ ପୂର୍ବ ଆଡ଼କୁ ମୁହଁ କରିବା ଦରକାର।
  • ଦୋକାନର କାଉଣ୍ଟର ୯୦ ଡିଗ୍ରୀ କୋଣ ସୃଷ୍ଟି କରି ରହିବା ଦରକାର। ଏହା ଗୋଲାକାର କିମ୍ବା ଅନ୍ୟ ଆକାର ହେବା ଠିକ ନୁହେଁ।
  • ଯେଉଁ ଜିନିଷ ଶୀଘ୍ର ବିକ୍ରି ହେବା ଦରକାର, ତାହା ଉତ୍ତର-ପଶ୍ଚିମ କୋଣର ଉତ୍ତର ପାଖରେ ରଖିବ।
  • କାଗଜ, ବହି ଓ ଶିକ୍ଷା ସମ୍ପର୍କିତ ଜିନିଷର ବ୍ୟବସାୟ ପୂର୍ବପାଖ ଘରେ ପୂର୍ବ କଡ଼ରେ ରଖିଲେ ଭଲ ଚାଲେ। ବୃତ୍ତିଗତ ବ୍ୟବସାୟ ପାଇଁ ଉତ୍ତର ଦିଗ ଉତ୍ତମ।
  • ହୋଟେଲ, ରେଷ୍ଟୁରାଣ୍ଟ୍, ମିଠାଦୋକାନ, ବିଦ୍ୟୁତ୍ ଯନ୍ତ୍ରପାତି ଦୋକାନ ଦକ୍ଷିଣ-ପୂର୍ବ(ଆଗ୍ନେୟ) କଡ଼ରେ ଥିବା ପୂର୍ବପାଖ ଘରେ ଭଲ ଚାଲେ।
  • କଳାରଙ୍ଗର ଜିନିଷ ଯଥା: କୋଇଲା, ଲୁହା, ଟାୟାର ଆଦିର ବ୍ୟବସାୟ ଦକ୍ଷିଣ ପାଖରେ ଭଲ ଚୋଲେ। କିନ୍ତୁ ଏହାର ପ୍ରବେଶ ଦ୍ଵାର ଦକ୍ଷିଣ-ପଶ୍ଚିମ(ନୈରୁତ) ଆଡ଼କୁ ରହିବା ଉଚିତ ନୁହେଁ।

  • ଲୁଗା ଦୋକାନ, ଡିପାର୍ଟମେଣ୍ଟାଲ ଷ୍ଟୋର ପୂର୍ବ ପାଖରେ ଭଲ ଚାଲେ।
  • ମଞ୍ଜି, ପାଇପ୍, କୃଷିକାର୍ଯ୍ୟରେ ବ୍ୟବହୃତ ଜନିଷର ବ୍ୟବସାୟ ପଶ୍ଚିମ ପାଖରେ ଭଲ ଚାଲେ।
  • ଗାଡ଼ି ସୋ’ ରୁମ୍ ପୂର୍ବ ଓ ପଶ୍ଚିମ ପାଖରେ ଉତ୍ତର-ପଶ୍ଚିମ କଡ଼ରେ ଭଲ ଚାଲେ।
  • ସ୍ତ୍ରୀମାନଙ୍କର ବ୍ୟବହାର ଉପଯୋଗୀ ଜିନିଷ ଯଥା: ଅଳଙ୍କାର, ପ୍ରସାଧନ ସାମଗ୍ରୀ, ପୋଷାକପତ୍ର ଆଦିର ଦୋକାନ ଦକ୍ଷିଣ-ପୂର୍ବ କଡ଼ର ଦକ୍ଷିଣ ପାଖ କିମ୍ବା ଦକ୍ଷିଣ ପାଖରେ ଭଲ ଚାଲେ। କିନ୍ତୁ ଏହାର ମୁଖ୍ୟ ପ୍ରବେଶ ଦ୍ଵାର ଦକ୍ଷିଣ-ପଶ୍ଚିମ କଡ଼କୁ ରହିବା ଉଚିତ ନୁହେଁ।
  • ଦୋକାନର ଉତ୍ତର-ପୂର୍ବ ପାଖରେ ପିଇବା ପାଣି ରଖିବ।
  • ସ୍ଵିଚ୍ ବୋର୍ଡ଼, ମିଟର ଆଦି ଦକ୍ଷିଣ-ପୂର୍ବ(ଆଗ୍ନେୟ) କଡ଼କୁ ରଖିବ।
  • ଦୋକାନ ଘରେ ଦ୍ଵାରବନ୍ଧ ରହିବା ଉଚିତ। ଏହାର ଛାତରେ କ୍ରସ ବିମ୍ ରଖିବ ନାହିଁ।