ଜନ୍ମାଷ୍ଟମୀରେ ଉପବାସ ରଖୁଛନ୍ତି କି ? ତେବେ ଏହି ସବୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର: ଏଥର ଜନ୍ମାଷ୍ଟମୀ ତିଥିକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ହିନ୍ଦୁଧର୍ମର ବିଶ୍ୱାସ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ବିଷ୍ଣୁଙ୍କ ଅଷ୍ଟମ ଅବତାର। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ତଥା ରୋହିଣୀ ନକ୍ଷତ୍ରରେ ଶ୍ରୀକୃଷ୍ଣଙ୍କ ଜନ୍ମ। ସେହି ଅନୁସାରେ ଏଥର ଅଷ୍ଟମୀ ତିଥି ଅଗଷ୍ଟ ୨୩ ତାରିଖରେ ପଡ଼ୁଥିବାବେଳେ ରୋହିଣୀ ନକ୍ଷତ୍ରର ସଂଯୋଗ ରହୁନାହିଁ। ଏହା ୨୪ ଅଗଷ୍ଟରେ ପଡୁଛି। ତେଣୁ କେଉଁଦିନ ଭକ୍ତମାନେ କେଉଁଦିନ ଏହି ବ୍ରତ ପାଳିବେ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ଅନେକ ୨୩ ତାରିଖ ପାଳନ କରୁଥିବାବେଳେ ଅନେକ ୨୪ ତାରିଖ ମଧ୍ୟ ପାଳନ କରୁଛନ୍ତି।

ଏହି ଦିନ କୃଷ୍ଣ ଭକ୍ତମାନେ ସାଧାରଣତଃ ବ୍ରତ ରଖିଥାନ୍ତି। ବିଶେଷକରି ମହିଳାମାନେ ଏହି ଦିନ ଉପବାସ ରହିଥାନ୍ତି। ଦିନରେ ଉପବାସ ରହିବା ପରେ ରାତିରେ ଅର୍ଥାତ୍‌ କୃଷ୍ଣଜନ୍ମ ମୁହୂର୍ତ୍ତ ପରେ ଚନ୍ଦ୍ରଦେବଙ୍କୁ ଅର୍ଘ୍ୟଦାନ କରି ବ୍ରତ ଭୋଜନ ଗ୍ରହଣ କରିଥାନ୍ତି। ତେବେ ଦୁଇଦିନ ଜନ୍ମାଷ୍ଟମୀ ପଡ଼ୁଥିବାରୁ କେଉଁଦିନ ବ୍ରତ ରଖିବେ ସେ ନେଇ ଭକ୍ତମାନେ ଦ୍ୱନ୍ଦ୍ୱରେ ପଡ଼ିଥିବାବେଳେ ଅଧିକାଂଶ ଜାଗାରେ ୨୩ ତାରିଖରେ ହିଁ  ବ୍ରତ ରଖାଯାଉଛି।

ଜନ୍ମାଷ୍ଟମୀରେ ଚନ୍ଦ୍ର ଦର୍ଶନ କରିବା ଶୁଭ ବୋଲି କୁହାଯାଏ। ତେଣୁ ପୂଜା ଶେଷରେ ଚନ୍ଦ୍ର ଦର୍ଶନ କରି ପ୍ରସାଦ ଗ୍ରହଣ କରାଯାଏ।

ଯେଉଁମାନେ ଏହି ଦିନ ବ୍ରତ ରଖିଥାନ୍ତି, ସେମାନଙ୍କ ପାଇଁ କିଛି ଟିପ୍‌ସ୍…

ଉପବାସ ହେଲେ ବି ଘରର ଅନେକ କାମ ଅଛି ଯାହା କରିବାକୁ ପଡ଼ିବ। ଯଦି କର୍ପୋରେଟ ସେକ୍ଟରରେ ଚାକିରି କରୁଥାନ୍ତି, ତେବେ ଛୁଟି ନ ଥିବ । ତେଣୁ ଅଫିସ ଯିବାକୁ ତ ନିଶ୍ଚୟ ପଡ଼ିବ। ଏମିତି ଅବସ୍ଥାରେ ମହିଳା ହୁଅନ୍ତୁ ବା ପୁରୁଷ, ସମ୍ପୂର୍ଣ୍ଣ ଉପବାସ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ନୁହେଁ।

ତେବେ ଆସନ୍ତୁ ଜାଣିବା ଏହି ଦିନରେ କ’ଣ ଖାଇବା ଉଚିତ୍‌ ଓ ଅନୁଚିତ୍‌….

  • ଯଦି ଆପଣେ ଏହି ଦିନରେ ଫଳ ଖାଇ ରହୁଛନ୍ତି, ତେବେ ଧ୍ୟାନ ରଖନ୍ତୁ କୌଣସି ଖଟା ଫଳ ଯେପରି ନଖାଆନ୍ତି। କାହିଁକି ନା ଏହା ଦ୍ୱାରା ଆପଣଙ୍କ ଏସିଡିଟି ବା ପେଟରେ ଗ୍ୟାସ୍‌ ହୋଇପାରେ।

  • ଏହି ଦିନ ସକାଳୁ ଉଠିବା ମାତ୍ରେ ଚା’ ପିଅନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କୁ ଖାଲି ଏସିଡିଟି ହେବନାହିଁ ବରଂ ପେଟ ଜନିତ ଅନ୍ୟ ସମସ୍ୟା ବି ଦେଖା ଦେଇପାରେ।

 

  •  ଏହି ଦିନ କୌଣସି ଭାରୀ କାମ କରନ୍ତୁ ନାହିଁ। ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଯାହା ଫଳରେ ବେଶି ହାଲିଆ ଲାଗିବ ନାହିଁ।

 

  • ପଇଡ଼ ପାଣି ପିଅନ୍ତୁ। ଏଥିସହ ଲିକ୍ୱିଡ୍‌ ଫଳ ଖାଆନ୍ତୁ। ଫଳରେ ଆପଣଙ୍କ ଶରୀରରେ ପାଣିର ମାତ୍ରା କମ୍‌ ହେବନାହିଁ।

ଆହୁରି ପଢ଼ନ୍ତୁ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଜାଣନ୍ତି କି ପୁରାଣର ଏହି ଶ୍ରେଷ୍ଠ ବନ୍ଧୁଙ୍କୁ …

ଚାଣକ୍ୟ ନୀତି ଅନୁସାରେ, ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ଏହି ସବୁ କଥା

ଜୀବନରେ ଅନେକ ସମସ୍ୟାର ସମାଧାନ କରିଥାଏ ଏକମୂଖି ରୁଦ୍ରାକ୍ଷ

ବିପଦକୁ ଦୂରେଇ ରଖେ ମାଛ ଆକ୍ୱାରିୟମ୍‌

ଘରେ କର୍ପୂରରେ ଆଳତି କଲେ ମିଳେ ଅନେକ ଫାଇଦା

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ପୋଛିବା ବେଳେ ଏ ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

କି ନିଷ୍ଠୁର! ବିନା ଦୋଷରେ ‘ମିଠି’କୁ ପିଟି ପିଟି ମାରିଦେଲେ

ଏ ହେଉଛି ପ୍ରକୃତ ସଫଳତାର ସୂତ୍ର

କର୍ଣ୍ଣ ଏତେ ମହାନ୍‌ ଧନୁର୍ଦ୍ଧର ହୋଇ ବି ଅର୍ଜୁନଙ୍କ ହାତରେ ବଧ ହେଲେ କାହିଁକି?

ଈଶ୍ୱର ଯାହା ପାଖରେ ହାରି ଯାଇଥିଲେ

ଲଙ୍କାପତି ରାବଣ ବି ପ୍ରଜାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନ ଥିଲା

You might also like