• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଚୈତ୍ର ନବରାତ୍ର ୧୧ ତାରିଖରୁ ଆରମ୍ଭ ହୋଇଯାଇଛି। ନବରାତ୍ରରେ ମା ଦୁର୍ଗାଙ୍କ ୯ଟି ସ୍ୱରୂପଙ୍କୁ ପୂଜା କରାଯାଏ। ନବରାତ୍ରରେ ମା ଦୁର୍ଗାଙ୍କୁ ସନ୍ତୋଷ କରିବା ନେଇ ଭକ୍ତମାନେ ୯ ଦିନ ପାଇଁ ବ୍ରତ ମଧ୍ୟ ରଖିଥାଆନ୍ତି। ଏହି ସମଯରେ ଏହା ମଧ୍ୟ ଜରୁରୀ ଯେ ବ୍ରତଧାରୀମାନେ ଏଭଳି କିଛି ଫଳ ବା ପନିପରିବା ଖାଇବା ଦରକାର ଯାହା ଦ୍ୱାରା ଶରୀରରେ ଜଳିୟ ଅଂଶର ଅଭାବ ହେବନି। ବର୍ତ୍ତମାନ ଗରମର ପ୍ରଭାବ ମଧ୍ୟ ଆରମ୍ଭ ହୋଇଯାଇଛି। ତେଣୁ ଶରୀରକୁ ଥଣ୍ଡା ରଖିବା ଜରୁରୀ ହୋଇପଡ଼ିଛି। ଏପରିକି ପୂରା ୯ ଦିନ ପର୍ଯ୍ୟନ୍ତ ବ୍ରତ ରଖିବା କୌଣସି ସାଧାରଣ କଥା ନୁହେଁ। ବ୍ରତ ସମୟରେ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଥାଏ। ଅନେକ ଲୋକ ମଧ୍ୟ ବ୍ରତ ରଖି ବେମାରରେ ପଡ଼ନ୍ତି।

ନବରାତ୍ର ଉପଲକ୍ଷେ ଅନେକ ମହିଳା ବ୍ରତ ରଖିବା ନେଇ ଚିନ୍ତିତ ମଧ୍ୟ ହୋଇପଡ଼ନ୍ତି। ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜର ଓଜନ କମ କରିବାକୁ ଚାହାନ୍ତି କିନ୍ତୁ ବ୍ରତ ରଖିବା ଦ୍ୱାରା ହେଉଥିବା ଥକ୍କାପଣକୁ ସାମ୍ନା କରିବା ନେଇ ଇଛୁକ ନ ଥାନ୍ତି। ମହିଳାମାନେ ସବୁବେଳେ ଚାହାନ୍ତି ଯେ ତାଙ୍କ ମୁହଁରେ ଗ୍ଲୋ ସର୍ବଦା ଥାଉ। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହା ଦ୍ୱାରା ନବରାତ୍ର ବ୍ରତ ରଖିବା ସହିତ ମହିଳାମାନେ ନିଜ ଶରୀରର ମଧ୍ୟ ପୂରା ଯତ୍ନ ନେଇପାରିବେ। ନବରାତ୍ର ବ୍ରତ ରଖିବା ଦ୍ୱାରା ମହିଳାମାନେ ପାଖାପାଖି ୨ ରୁ ୩ କିଲୋ ପର୍ଯ୍ୟନ୍ତ ଓଜନ ମଧ୍ୟ ହ୍ରାସ କରିପାରିବେ।

ଅନେକ ବେଳେ ଏମିତି ହୁଏ ଯେ ବ୍ରତ ସମୟରେ ଅନ୍ୟଦିନ ଅପେକ୍ଷା ଅନେକ ଅଧିକ କ୍ୟାଲୋରୀ ନେଇଯାଆନ୍ତି। ଅଧିକ ପରିମାଣର ଶୁଖିଲା ଖାଦ୍ୟ ଓ ମିଠା ଖାଇବା ଦ୍ୱାରା ଓଜନ କମିବା ବଦଳରେ ଅଧିକ ହୋଇଯାଏ। କିନ୍ତୁ ଏନେଇ କୌଣସି ବ୍ୟସ୍ତ ହେବା ଜରୁରୀ ନାହିଁ। କେବଳ କିଛି ସାବଧାନର ସହ ଖାଦ୍ୟ ଗ୍ରହଣ କରିଲେ ଏହା କେବଳ ଯେ ଓଜନ ହ୍ରାସ କରିବ ତାହା ନୁହେଁ ବରଂ ବ୍ରତ ସମୟରେ ଶରୀରକୁ ସୁସ୍ଥ ମଧ୍ୟ ରଖିବ। ତେବେ ଆସନ୍ତୁ ସେଭଳି କିଛି ଟିପ୍ସ ବିଷୟରେ ଜାଣିନେବା ଯାହାଦ୍ୱାରା ନବରାତ୍ର ସମୟରେ ଆପଣ ଗ୍ରହଣ କରିବା ଦ୍ୱାରା ଆପଣଙ୍କ ଓଜନ ବଢିବା ପ୍ରତି କୌଣସି ଚିନ୍ତା ରହିବ ନାହିଁ।

  • ନବରାତ୍ର ସମୟରେ ଆପଣ ପ୍ରତି ତିନି ଘଣ୍ଟାରେ କିଛି ନା କିଛି ନିଶ୍ଚିତ ଖାଆନ୍ତୁ। ନିୟମିତ ଅନ୍ତରାଳରେ ଅଳ୍ପ ଅଳ୍ପ ଖାଇଲେ ଆପଣଙ୍କ ମେଟାବୋଲିଜିମ ନିୟନ୍ତ୍ରିତ ରହିବ।
  • ବ୍ରତ ସମୟରେ ପାମ୍ପଡ ଓ ଚିପ୍ ଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ। ଏହା ବଦଳରେ ଆପଣ ଦହି, ଫଳ ଆଦି ଖାଇପାରିବେ। ଏହା ଆପଣଙ୍କୁ ଶକ୍ତି ଦେବାରେ ସହଯୋଗ କରିବ।
  • ଆପଣ ଚାହିଲେ ସିଝା ଆଳୁ ବା କନ୍ଦମୂଳରେ ପ୍ରସ୍ତୁତ ଚାଟ୍ ସହିତ ପୁଦିନା ଚଟଣୀ, ସୈନ୍ଧବ ଲବଣ, ଗୋଲମରିଚ ଓ ଲେମ୍ବୁ ମିଶେଇ ଖାଇପାରିବେ। କ୍ଷୀର ବଦଳରେ ଆପଣ ଫଳରେ ଦହି ମିଶେଇ ଖାଇପାରିବେ।
  • ପକୁଡି ତିଆରି କରିବା ବଦଳରେ ଆପଣ କୁଟି ଅଟା ବା ସିଙ୍ଗାରେ ଅଟାରେ ରୁଟି ବନେଇ ଖାଇପାରିବେ। ଆପଣ ଚାହିଁଲେ ସମକ ଚାଉଳର ଇଟିଲି ବା ଦୋସା କରି ଖାଇପାରିବେ।
  • ନବରାତ୍ର ବ୍ରତ ସମୟରେ ଦିନରେ ଦୁଇଥର କ୍ଷୀର ନିହାତି ପିଅନ୍ତୁ। ଫୁଲ୍ କ୍ରିମ ମିଲ୍କ ବଦଳେ ଆପଣ ସ୍କିମଡ ମିଲ୍କ ନେଇପାରିବେ। ଯଦି କ୍ଷୀରି ତିଆରି କରୁଛନ୍ତି ତେବେ ସ୍କିମଡ ମିଲ୍କ ହିଁ ବ୍ୟବହାର କରନ୍ତୁ ଏବଂ ଚୀନି କମ ପକାନ୍ତୁ।
  • ଯେତେବେଳେ ବି ଆପଣଙ୍କୁ ଲାଗୁଛି ଶରୀରରେ ଶକ୍ତି କମ ହେଉଛି ସେତେବେଳେ ଲେମ୍ବୁ ପାଣି ବା ପଇଡ ପାଣି ପିଇ ପାରିବେ। ଯଦି ଆପଣଙ୍କୁ ହର୍ବଲ୍‌ ଟି’ ପସନ୍ଦ ତେବେ ନେଇପାରିବେ।
  • ଆଳୁ ଭଜା ବଦଳରେ ଆପଣ କଖାରୁ, ଘିଅ ଓ ଲାଉକୁ ଟମାଟୋ ସହିତ ଅଳ୍ପ ଆଳୁରେ ଭାଜି ଖାଇପାରିବେ।
  • ବ୍ରତ ସମୟରେ ସାଲାଡ ଖାଇବା ଭୁଲନ୍ତୁ ନାହିଁ। ଏଥିରେ ଟମାଟୋ, କାକୁଡି ଓ ମୂଳା ନିଶ୍ଚିତ ସାମିଲ କରନ୍ତୁ। ଏହା କୋଷ୍ଠବଦ୍ଧତା ଦୂର କରିବାରେ ସହଯୋଗ କରିବ।
  • ବ୍ରତ ବେଳେ ଦହିକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ। ଏହା ଅନ୍ତ୍ରକୁ ମଜବୁତ ରଖିବା ସହ ହଜମ କ୍ରିୟାରେ ସୁଧାର ଆଣିଥାଏ। କିନ୍ତୁ ଏହା ମନେରଖନ୍ତୁ ଦହିରେ ଭଜା ଜୀରା ନିଶ୍ଚିତ ମିଶେଇବେ। ଏହା ପେଟ ପାଇଁ ବହୁତ ହିତକର।