• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଚାଣକ୍ୟ ନୀତି କେବଳ ଭାରତ ନୁହେଁ ସାରା ଦୁନିଆଁରେ ମଧ୍ୟ ଲୋକପ୍ରିୟ। ଚାଣକ୍ୟଙ୍କ ଅନେକ ନୀତି ରହିଛି ଯାହା ଜଣେ ବ୍ୟକ୍ତିକୁ ଏକ କଠିନ ସମୟରେ ମଧ୍ୟ ସହଯୋଗ କରିପାରିବ। ଏହିସବୁ ନୀତି ବ୍ୟକ୍ତିକୁ ଧୈର୍ଯ୍ୟ ଦେବା ସହ ଆଗକୁ ବଢିବାରେ ପ୍ରେରଣା ଦେଇଥାଏ। ବ୍ୟକ୍ତି ଭଲ ଓ ମନ୍ଦ ମଧ୍ୟରେ ଫରକ ଜାଣିବାରେ ସକ୍ଷମ ହୋଇଥାଏ। ସୁଖ ଓ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ନୀତି ମାନି ଆପଣ ନିଜ ଜୀବନକୁ ସରଳ ଓ ସୁନ୍ଦର କରିପାରିବେ। ଆଚାର୍ଯ୍ୟ ଚାଣକ୍ୟ ଜଣେ କୁଶଳ ରାଜନୀତିଜ୍ଞ, ଚତୁର କୁଟନୀତିଜ୍ଞ, ପ୍ରକାଣ୍ଡ ଅର୍ଥଶାସ୍ତ୍ରୀ ଭାବେ ବେଶ ଜଣାଶୁଣା। ଆଚାର୍ଯ୍ୟ ଚାଣକ୍ୟଙ୍କ ସଂଗୃହୀତ ଗ୍ରନ୍ଥ ‘ଚାଣକ୍ୟ ନୀତି’ ନାମରେ ପ୍ରସିଦ୍ଧ। କେଉଁ ପ୍ରାଚୀନ କାଳରେ ଏହା ରଚନା କରାଯାଇଥିଲେ ମଧ୍ୟ ଆଜି ବି ଏହାର ପ୍ରାସଙ୍ଗିକତା ରହିଛି। ଚାଣକ୍ୟ ନୀତି ଅନୁସାରେ ବିଦ୍ୟା ଅର୍ଜନ କରିବା ଏକ କାମଧେନୁ ଭଳି ହୋଇଥାଏ, ଯାହା ପ୍ରତ୍ୟେକ ପାଣିପାଗରେ  ଅମୃତ ପ୍ରଦାନ କରିଥାଏ। ଏହା ବିଦେଶରେ ମା’ ଭଳି ରକ୍ଷକ ଓ ହିତକାରୀ ହୋଇଥାଏ। ଏନେଇ ବିଦ୍ୟାକୁ ଏକ ଗୁପ୍ତଧନ ବୋଲି କୁହାଯାଏ। ତେବେ ଆସନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କର କିଛି ମହତ୍ଵପୂର୍ଣ୍ଣ କଥା ବିଷୟରେ ଆଲୋଚନା କରିନେବା।

ଚାଣକ୍ୟ ନୀତି କୁହେ ଯେ ଯେପରି ମାଛ ଦୃଷ୍ଟିଦେଇ, କଇଁଛ ଧ୍ୟାନ ଦେଇ ଓ ପକ୍ଷୀ ସ୍ପର୍ଶ କରି ନିଜ ପିଲାମାନଙ୍କର ପାଳନ କରନ୍ତି ସେହିପରି ସତ୍ଜନ ପୁରୁଷଙ୍କ ସଙ୍ଗ ମନୁଷ୍ୟର ଲାଳନ ପାଳନ କରିଥାଏ। ଏହାଦ୍ଵାରା ବ୍ୟକ୍ତି ସୁଖଶାନ୍ତି ଭରା ଜୀବନ ଜୀଇବାରେ ସକ୍ଷମ ହୋଇଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ଆପଣଙ୍କ ଶରୀର ସୁସ୍ଥ ଅଛି ଏବଂ ଏହା ଆପଣଙ୍କ ନିଯନ୍ତ୍ରଣରେ ଅଛି ତେବେ ଠିକ୍ ଏହି ସମୟରେ ଆତ୍ମ ସାକ୍ଷାତକାରର ଉପାୟ କରିନେବା ଦରକାର, କାରଣ ମୃତ୍ୟୁ ହେଲା ପରେ କେହି କିଛି ବି କରିପାରେ ନାହିଁ। ଯାହା କିଛି ଅଛି ଏହି ଜୀବନରେ ହିଁ ଅଛି।

ଚାଣକ୍ୟ ନୀତି କୁହେଁ ଯେ ଜଣେ ବାଳକ ଯିଏ ଜନ୍ମରୁ ମୃତ ଥାଏ ସେ ଜଣେ ମୁର୍ଖ ଦୀର୍ଘାୟୁ ବାଳକ ଠାରୁ ବହୁତ ଭଲ। ଜନ୍ମିତ ମୃତ ବାଳକ ତ କିଛି କ୍ଷଣ ପାଇଁ ହିଁ ଦୁଃଖ ଦେଇଥାଏ କିନ୍ତୁ ଜଣେ ମୁର୍ଖ ବାଳକ ଜୀବନ ସାରା ମାତା-ପିତାଙ୍କୁ ଦୁଃଖର ଅଗ୍ନିରେ ଜଳାଇ ଥାଏ।

ଆଚାର୍ଯ୍ୟ ଚାଣକ୍ୟ ନୀତି ଏହା ମଧ୍ୟ କୁହେଁ ଯେ ଯେତେବେଳେ ବ୍ୟକ୍ତି ଦୁଃଖର ନିଆଁରେ ଜଳୁଥାଏ ସେତେବେଳେ ସେ କିଛି ବିଶେଷ ବ୍ୟକ୍ତିଙ୍କ ସାହାରା ପାଇଥାଏ। ଏଥିରୁ ଗୋଟିଏ ହେଲା ପୁତ୍ର ବା କନ୍ୟା। ଏହାଛଡ଼ା ପତ୍ନୀ ମଧ୍ୟ ସଙ୍ଗ ଛାଡି ନ ଥାଏ। ସେହିଭଳି ଭଗବାନଙ୍କ ଭକ୍ତ ମଧ୍ୟ ସାହାରା ହୋଇଥାଏ।