• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ହିନ୍ଦୁ ଶାସ୍ତ୍ରାନୁସାରେ ୩୩ କୋଟି ଦେବଦେବୀ ଥିବା ବେଳେ ଅନେକ ପୂଜା ପଦ୍ଧତି ଓ ବ୍ରତ ମଧ୍ୟ ରହିଛି। ପ୍ରତ୍ୟେକ ହିନ୍ଦୁ ସଚ୍ଚା ମନରେ ବିଭିନ୍ନ ଦେବଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ବର୍ଷଯାକରେ ପଡୁଥିବା ବିଭିନ୍ନ ବ୍ରତକୁ ବିଧି ଅନୁସାରେ ପାଳନ କରିଥାନ୍ତି। ଲୋକବିଶ୍ଵାସ ରହିଛି ଯେ ଏହିସବୁ ବ୍ରତ ପାଳନ କରିବା ଦ୍ଵାରା ସେମାନଙ୍କ ସବୁ ସଙ୍କଟ ଦୂର ହେବା ସହ ମଙ୍ଗଳ ହୋଇଥାଏ। ଏହିସବୁ ବ୍ରତ ମଧ୍ୟରେ ଶୀତଳା ଅଷ୍ଟମୀ ବ୍ରତ ଅନ୍ୟତମ।

ଶୀତଳା ଅଷ୍ଟମୀ ବ୍ରତ ମଇ ୪ ମଙ୍ଗଳବାର ପଡୁଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ମାତା ଶୀତଳା ଉପବାସ କରିବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଏହା ସହିତ ଚିକେନ୍ ପକ୍ସ ଭଳି ସଂକ୍ରାମକ ରୋଗରୁ ମଧ୍ୟ ମା ଭକ୍ତମାନଙ୍କୁ ସୁରକ୍ଷା ଦେଇଥାନ୍ତି। ଏହି ବିଶ୍ୱାସ ହେତୁ ଅନେକ ସ୍ଥାନରେ ଚିକେନ ପକ୍ସ ହେଲେ ଲୋକମାନେ ଶୀତଳା ମାତା ମନ୍ଦିରରେ ପୂଜାପାଠ କରୁଥିଲେ। ଯେଉଁ ଭକ୍ତ ସତ୍ ମନରେ ମାତା ଶୀତଳାଙ୍କୁ ପୂଜା କରନ୍ତି ଏବଂ ଏହି ଉପବାସ କରନ୍ତି ସେ ସମସ୍ତ ଅସୁବିଧାରୁ ମୁକ୍ତି ପାଇଥାନ୍ତି ବୋଲି ଲୋକ ବିଶ୍ଵାସ ରହିଛି।

ତେବେ ଆସନ୍ତୁ ଜାଣିନେବା ମା ଶୀତଳାଙ୍କ ଉପରେ କିଛି ତଥ୍ୟ

ମାଆଙ୍କ ପାଖାରେ ବାସି ଭୋଜନ ପୂଜା:

ଶୀତଳା ଅଷ୍ଟମୀ ବ୍ରତ ସମୟରେ, ମାତା ଶୀତଳାଙ୍କୁ ବାସି ଖାଦ୍ୟକୁ ଭୋଗ ଲଗାଯାଏ ଏବଂ ଏହାକୁ ପ୍ରସାଦ ଭାବରେ ଗ୍ରହଣ କରାଯାଏ। ଏହିଦିନ ଘରେ ଚୁଲି ଜଳି ନ ଥାଏ। ତେଣୁ ଗୋଟିଏ ଦିନ ପୂର୍ବରୁ ରାତିରେ ଖାଦ୍ୟ ପ୍ରସ୍ତୁତ କରି ରଖିଦିଆ ଯାଇଥାଏ।

ଶୀତଳା ମାତାଙ୍କର ରୂପ

ଶାସ୍ତ୍ର ଅନୁଯାୟୀ, ଶୀତଳା ମାତା ଗଧ ଉପରେ ସବାର ହୋଇଥାନ୍ତି। ସେ ଗୋଟିଏ ହାତରେ କଳସ ଏବଂ ଅନ୍ୟ ହାତରେ ଝାଡୁ ଧାରଣ କରିଥାନ୍ତି। ବିଶ୍ଵାସ କରାଯାଏ ଯେ ଏହି କଳସରେ ପ୍ରାୟ ୩୩ କୋଟି ଦେବତା ବାସ କରନ୍ତି।

ମାତାଙ୍କ ପୂଜା ପଦ୍ଧତି:

ମା ଶୀତଳାଙ୍କ ପୂଜାରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ।  ଏହିଦିନ, ସକାଳେ ଉଠିବା ଏବଂ ଗାଧୋଇବା ଉଚିତ। ତା’ପରେ ବ୍ରତର ଏକ ସଂକଳ୍ପ ନେଇ  ପୂର୍ଣ୍ଣ ବିଧି-ବିଧାନ ସହିତ ମା ଶୀତଳାଙ୍କୁ ପୂଜା କରିବା ଦରକାର।

ଶୀତଳା ମାତାଙ୍କ ପୂଜାର ଗୁରୁତ୍ୱ:

ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଭକ୍ତ ମା ଶୀତଳାଙ୍କୁ ପ୍ରକୃତ ହୃଦୟରେ ପୂଜା ଅର୍ଚ୍ଚନାକରେ ଏବଂ ଏହି ବ୍ରତ କରୁଥିବା ଭକ୍ତ ସମସ୍ତ ଅସୁବିଧାରୁ ମୁକ୍ତି ପାଆନ୍ତି। ମାତା ଶୀତଳାଙ୍କ ବ୍ରତ କଲେ ଶରୀର ସୁସ୍ଥ ରହିଥାଏ ବୋଲି ବିଶ୍ୱାସ କରାଯାଏ। ମାତା ମଧ୍ୟ ତାଙ୍କ ଭକ୍ତମାନଙ୍କୁ ସମସ୍ତ ରୋଗଶୋକରୁ ରକ୍ଷା କରନ୍ତି।

ଦାରିଦ୍ର୍ୟରୁ ମିଳେ ମୁକ୍ତି

ବିଶ୍ଵାସ କରାଯାଏ ଯେ ଝାଡୁରୁ ଦାରିଦ୍ର୍ୟ ଦୂର ହୋଇଥାଏ ଏବଂ କଳସରେ ଧନର ଦେବତା କୁବେରଙ୍କ ବାସ ହୋଇଥାଏ। ମାତା ଶୀତଳା ଅଗ୍ନି ତତ୍ତ୍ଵର ଘୋର ବିରୋଧି।