ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’

ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ ପନୀର୍ ପଲାଉ’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ,  ଛୋଟ ଛୋଟ ଖଣ୍ଡ ପନିର୍‌ ଏକ କପ୍, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ଯାଏ ବତୁରାଇ ରଖନ୍ତୁ।  ଏହାପରେ ଏହାକୁ ଛାଣି ଦିଅନ୍ତୁ।  ଏବେ କଡ଼େଇରେ ଦୁଇ ଚାମଚ ଘିଅ ଗରମ କରି ସେଥିରେ  ଡାଳଚିନି, ଲବଙ୍ଗ ଓ ଗୁଜୁରାତି ସହ କଟା ପିଆଜକୁ ପକାଇ ଭାଜନ୍ତୁ। ପରେ ସେଥିରେ ଅଦା ଓ ରସୁଣ ବଟା ଓ ଟମାଟୋ ପେଷ୍ଟ ପକାଇ କଷନ୍ତୁ।

ମସଲାରୁ ବାସ୍ନା ଆସିଲେ ସେଥିରେ ପନୀର୍‌ ଏବଂ ଗରମ ମସଲା ପାଉଡର୍‌ ପକାନ୍ତୁ। ଏବେ କାଜୁ ବଟା ,ଏକ କପ୍ ପାଣି ଓ ଲୁଣ ସେଥିରେ ମିଶାନ୍ତୁ। ହାଲୁକା ଆଞ୍ଚରେ ଅଳ୍ପ ସମୟ ବସାଇ ମସଲାକୁ ଟିକେ ବହଳିଆ ରଖନ୍ତୁ। ପଲାଉ କରିବା ପାଇଁ ବଳକା ଘିଅ ଆଉ ଏକ ପାତ୍ରରେ ଗରମ କରି ସେଥିରେ ବଳକା ଥିବା ପିଆଜ ଭାଜନ୍ତୁ।

ଏଥର ଚାରି କପ୍‌ ପାଣି ଓ ଅଳ୍ପ ଟିକେ ଲୁଣ ପକାଇ ଗୋଳାନ୍ତୁ। ସେଥିରେ ପୂର୍ବରୁ ଛାଣି କରି ରଖିଥିବା ଚାଉଳ ପକାନ୍ତୁ। ଏହା ଅଧା ସିଝି ଗଲା ପରେ ପୂର୍ବରୁ ପ୍ରସ୍ତୁତ ଥିବା ପନୀର୍‌ ମସଲା ଭଲ କରି ଗୋଳାଇ ହାଲକା ଆଞ୍ଚରେ ଅଳ୍ପ ସମୟ ବସାନ୍ତୁ। ବାସ୍ନା ଆସିଲେ ଗ୍ୟାସରୁ ଓହ୍ଲାଇ କାଢି ଆଣି ପରଷନ୍ତୁ ସ୍ୱାଦିଷ୍ଟ ‘ପନୀର୍‌ ପଲାଉ’।

ଆହୁରି ପଢ଼ନ୍ତୁ

କେଶ ଝଡ଼ିବା ବନ୍ଦ କରିବ ଏହି ସବୁ ଘରୋଇ ଉପଚାର

ଆଲ୍‌ମାରୀରେ ଥିବା ପୋଷାକରୁ ଗନ୍ଧ ବାହାରୁଥିଲେ….

ଶୀତରେ ତ୍ୱଚା ଶୁଷ୍କ ହୋଇଯାଉଛି କି ? କିପରି ଏହାର ଯତ୍ନ ନେବେ , ଜାଣନ୍ତୁ

ଡୋଳାରେ ଥିବା କଳାଦାଗରୁ ହୋଇପାରେ କ୍ୟାନସର୍‌

ମାଟି ହାଣ୍ଡି ପୋସ୍ତ ଚିକେନ୍‌

କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

ବିନା ଅସ୍ତ୍ରୋପଚାରରେ କିଡ୍‌ନୀ ଷ୍ଟୋନ୍‌ରୁ ପାଇପାରିବେ ମୁକ୍ତି

ଏହି ୩ଟି ପ୍ରାଣାୟମ ଉଚ୍ଚ ରକ୍ତଚାପ ପାଇଁ ରାମବାଣ

ଘରେ ଔଷଧ ପ୍ରସ୍ତୁତ କରନ୍ତୁ, ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ

ବର୍ଷକୁ ଦେଢ କୋଟି ଜୀବନ ନେଉଛି ଷ୍ଟ୍ରୋକ୍‌, କେମିତି ବର୍ତ୍ତିବେ ଏଥିରୁ ଜାଣନ୍ତୁ

ରସୁଣକୁ ଏମିତି ଖାଇଲେ ନିୟନ୍ତ୍ରିତ ହେବ ଉଚ୍ଚ ରକ୍ତଚାପ

୧୫ ମିନିଟ୍‌ର ଅନୁଲୋମ-ବିଲୋମ ପ୍ରାଣାୟମ ବରଦାନ ସାବ୍ୟସ୍ତ ହୋଇଥାଏ…ଏହିସବୁ ସମସ୍ୟା ପାଖ ମାଡ଼ିନଥାଏ

You might also like